Advertisment

'ଅଭିମନ୍ୟୁଙ୍କ ଭଳି ଭାରତକୁ ୬ ଜଣ ଚକ୍ରବ୍ୟୁହରେ ଫସାଇଛନ୍ତି'

ମହାଭାରତର ଚକ୍ରବ୍ୟୁହରେ ଅଭିମନ୍ୟୁ ଫସିଥିଲେ, ଏକବିଂଶ ଶତାବ୍ଦୀର ପଦ୍ମବ୍ୟୁହରେ ଭାରତକୁ ଫସା ଯାଇଛି ବୋଲି ରାହୁଲ ଗାନ୍ଧି କହିଛନ୍ତି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ମହାଭାରତର ଚକ୍ରବ୍ୟୁହ ଉଦାହରଣ ଦେଇ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଆଜି ଲୋକସଭାରେ ଅଭିଭାଷଣ ରଖି ରାହୁଲ ଗାନ୍ଧି କହିଛନ୍ତି, ଅଭିମନ୍ୟୁଙ୍କୁ ଯେମିତି ଚକ୍ରବ୍ୟୁହରେ ଫସାଇ ୬ ଜଣ ଲୋକ ମାରିଥିଲେ, ସେହିପରି ଭାରତକୁ ୬ ଜଣ ଲୋକ ଚକ୍ରବ୍ୟୁହରେ ଫସାଇଛନ୍ତି। 

Advertisment

ରାହୁଲ ଗାନ୍ଧି କହିଛନ୍ତି, ଭାରତ ବର୍ତ୍ତମାନ ପଦ୍ମଫୁଲ ଚିହ୍ନରେ ପ୍ରତିନିଧିତ୍ୱ ହୋଇଥିବା ଚକ୍ରବ୍ୟୁହ ଫାଶରେ ପଡ଼ିଛି, ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଛାତିରେ ମାରି ବୁଲୁଛନ୍ତି। 

ସେ ଆହୁରି କହିଛନ୍ତି, "ହଜାର ହଜାର ବର୍ଷ ପୂର୍ବେ କୁରୁକ୍ଷେତ୍ରରେ ୬ ଜଣ ବ୍ୟକ୍ତି ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, କର୍ଣ୍ଣ, କ୍ରିତବର୍ମା, ଅଶ୍ୱସ୍ଥାମା ଏବଂ ସକୁନି ଅଭିମନ୍ୟୁଙ୍କୁ 'ଚକ୍ରବ୍ୟୁହ'ରେ ଫଶାଇ ହତ୍ୟା କରିଥିଲେ। ମୁଁ ଏ ଉପରେ ଅନୁସନ୍ଧାନ କରି ଜାଣିଲି ଯେ, ଚକ୍ରବ୍ୟୁହ ଠିକ୍ ପଦ୍ମ ଫୁଲର ଗଠନ ପରି।ଏକବିଂଶ ଶତାବ୍ଦୀରେ ନୂଆ ଚକ୍ରବ୍ୟୁହ ଗଠନ କରାଯାଇଛି, ତାହା ହେଉଛି ପଦ୍ମବ୍ୟୁହ।" 

Advertisment

ଏହି ପଦ୍ମବ୍ୟୁହରେ ସମଗ୍ର ଭାରତ- ଯୁବକ, କୃଷକ, ମହିଳା, କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀଙ୍କୁ ଫସା ଯାଇଛି। କୁରୁକ୍ଷେତ୍ରରେ ଅଭିମନ୍ୟୁଙ୍କୁ 6 ଜଣ ଚକ୍ରବ୍ୟୁହରେ ଫସାଇ ମାରିଥିଲେ. ବର୍ତ୍ତମାନର ପଦ୍ମବ୍ୟୁହରେ ବି ୬ ଜଣ ଅଛନ୍ତି ବୋଲି ରାହୁଲ ଗାନ୍ଧି କହିଛନ୍ତି।

ରାହୁଲ ଗାନ୍ଧି କହିଛନ୍ତି ଯେ, ପଦ୍ମବ୍ୟୁହର 6 ଜଣ ହେଉଛନ୍ତି - ନରେନ୍ଦ୍ର ମୋଦି, (କେନ୍ଦ୍ର ଗୃହମନ୍ତ୍ରୀ) ଅମିତ ଶାହା, (ଆରଏସଏସ ମୁଖ୍ୟ) ମୋହନ ଭଗବତ, (ଜାତୀୟ ସୁରକ୍ଷା ପରାମର୍ଶଦାତା) ଅଜିତ ଡୋଭାଲ, (ଶିଳ୍ପପତି) ଅମ୍ବାନୀ ଏବଂ ଆଦାନୀ।

ଏହାକୁ ନେଇ ବିରୋଧୀ ହଙ୍ଗାମା କରିବା ସହ ବାଚସ୍ପତି ଓମ୍ ବିର୍ଲା ମଧ୍ୟ ରାହୁଲ ଗାନ୍ଧିଙ୍କୁ ଅଟକାଇଥିଲେ। ବାଚସ୍ପତି କହିଥିଲେ ଯେ, ପ୍ରତିପକ୍ଷ ନେତା ହିଁ ଲିଖିତ ଆକାରରେ ଦାବି କରିଥିଲେ ଯେ ଗୃହରେ ଯେଉଁମାନେ ନାହାନ୍ତି ସେମାନଙ୍କ ନାମ ଉଠାଯିବ ନାହିଁ, ତେବେ କଣ ପାଇଁ ଅନ୍ୟମାନଙ୍କ ନାମ ନେଇ ଗୃହର ମର୍ଯ୍ୟାଦା ଭଙ୍ଗ କରୁଛନ୍ତି ବୋଲି ରାହୁଲ ଗାନ୍ଧିଙ୍କୁ ପ୍ରଶ୍ନ କରିଥେଲ।

ଏହାପରେ ରାହୁଲ ଗାନ୍ଧି କହିଥିଲେ, "ସାର୍ ଆପଣ ଯଦି ଚାହୁଁଛନ୍ତି ତେବେ ମୁଁ ତିନି ଜଣଙ୍କ ନାଁ ହଟାଇ ଦେଉଛି। ଭାରତକୁ କାବୁ କରିଥିବା ଚକ୍ରବ୍ୟୁହ ପଛରେ ଆହୁରି ତିନୋଟି ଶକ୍ତି ଅଛି, ତାହା ହେଉଛି ଏକଛତ୍ରବାଦ ଶାସନର ଚିନ୍ତାଧାରା। ଦ୍ୱିତୀୟ ହେଉଛି, ଏଜେନ୍ସି- କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ), ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି), ଆୟକର ବିଭାଗ (ଆଇଟି) ଏବଂ ତୃତୀୟ, ରାଜନୈତିକ କାର୍ଯ୍ୟନିର୍ବାହୀ ଅଧିକାରୀ।"

ଏହି ତିନି ଜଣ ଚକ୍ରବ୍ୟୁହର ମୂଳରେ ରହି ଦେଶକୁ ଧ୍ୱଂଶ କରିଛନ୍ତି ବୋଲି ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି।  

Narendra Modi Rahul Gandhi Lok Sabha Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe