Advertisment

ଭାରତ ମଣ୍ଡପମ୍‌ର ଉଦଘାଟନ କଲେ, ତୃତୀୟ ଥର କ୍ଷମତାକୁ ଆସିବେ ବୋଲି ଦମ୍ଭୋକ୍ତି କଲେ ମୋଦି

ଏହି ଭାଷଣ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଗତି ମୈଦାନରେ 'ଭାରତ ମଣ୍ଡପମ୍'ର ଉଦଘାଟନ କରିଥିଲେ। ପୁନଃବିକଶିତ ହୋଇଥିବା ଇଣ୍ଡିଆ ଟ୍ରେଡ୍ ପ୍ରମୋସନ ଅର୍ଗାନାଇଜେସନ ବା ITPO କମ୍ପ୍ଲେକ୍ସକୁ ଡ୍ରୋନ୍ ଦ୍ୱାରା ସେ ଲୋକାର୍ପିତ କରିଥିଲେ।

PM Modi

PM Modi

Advertisment

ମଣିପୁର ହିଂସାକୁ ନେଇ ବ୍ୟାକଫୁଟରେ ଥିବା ମୋଦି ସରକାର ତୃତୀୟ ଥର କ୍ଷମତାକୁ ଆସିବା ପାଇଁ ସଜବାଜ ଆରମ୍ଭ କରି ଦେଇଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ତାଙ୍କ ସରକାର ଗଠନ ହେବ ବୋଲି ଦମ୍ଭୋକ୍ତି କରିଛନ୍ତି।

Advertisment

ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଷମତାକୁ ଆସିବା ପରେ ଭାରତର ଅର୍ଥନୀତି ବିଶ୍ୱର ତୃତୀୟ ସ୍ଥାନରେ ପହଞ୍ଚି ବୋଲି ମଧ୍ୟ ମୋଦି କହିଛନ୍ତି। ନୂଆଦିଲ୍ଲୀ ପ୍ରଗତି ମୈଦାନରେ ଭାରତ ମଣ୍ଡପମ୍ ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପରି ଦମ୍ଭୋକ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସେ ପ୍ରଗତି ମୈଦାନରେ ଉପସ୍ଥିତି ଥିବା ଲୋକମାନଙ୍କୁ ସମ୍ବୋଧନ କରି କହିଛନ୍ତି, “୨୦୨୪ ପରେ ଯେବେ ଆମ ତୃତୀୟ ପାଳି ସରକାର ଆସିବ, ଭାରତ ବିଶ୍ୱ ଅର୍ଥନୀତିର ଟପ୍-୩ ତାଲିକାରେ ସାମିଲ ହେବ। ଭାରତ ସହ ଆଉ ଦୁଇ ଦେଶ ରହିବ। ଏହା ଦେଶବାସୀଙ୍କୁ ମୋଦିର ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି।

Advertisment

ଆମ ପ୍ରଥମ ପାଳିରେ ଭାରତର ଅର୍ଥନୀତି ବିଶ୍ୱର ଦଶମ ସ୍ଥାନରେ ଥିଲା। ଦ୍ୱିତୀୟ ପାଳିରେ ଏହା ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥନୀତି ବନିଛି। ଟ୍ରାକ୍ ରେକର୍ଡ ଅନୁସାରେ ମୁଁ ଦେଶକୁ ଭରସା ଦେଉଛି ଯେ ମୋର ତୃତୀୟ ପାଳିରେ ଭାରତର ଅର୍ଥନୀତି ଟପ୍-ଥ୍ରୀରେ ରହିବ। ଦେଶର ବିକାଶ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବ। ଆପଣ ଆପଣଙ୍କ ସ୍ୱପ୍ନ ପୂରଣ ହେଉଥିବା ଦେଖିବେ ବୋଲି ମୋଦି ଦୃଢ଼ୋକ୍ତି କରିଛନ୍ତି।

ନିଜର ଭାଷଣରେ ମୋଦି ବିରୋଧୀଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଭଲ କାମକୁ ଅଟକାଇବା ଓ ଏହା ଉପରେ ନାକାରାତ୍ମକ କମେଣ୍ଟ ଦେବା କିଛି ଲୋକଙ୍କର ଅଭ୍ୟାସ ବୋଲି ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଯେତେବେ କର୍ତ୍ତବ୍ୟ ପଥ ତିଆରି ହେଉଥିଲା ସେତେବେଳେ ଅନେକ କଥା ଖବରକାଗଜର ପ୍ରଥମ ପୃଷ୍ଠାରେ ବ୍ରେକିଂ ନ୍ୟୁଜ ହୋଇ ଚାଲୁଥିଲା। ଏହା କୋର୍ଟରେ ମଧ୍ୟ ପହଞ୍ଚିଥିଲା। କିନ୍ତୁ ଯେତେବେଳେ ଏହା ତିଆରି ହୋଇଗଲା ସେହି ଲୋକମାନେ ଏହାକୁ ଭଲ କାମ ବୋଲି କହିଲେ। ମୁଁ ନିଶ୍ଚିତ ଯେ ଟୋଲି ନିଶ୍ଚିତ ଭାବେ ଭାରତ ମଣ୍ଡପମ୍‌କୁ ଗ୍ରହଣ କରିବେ। ଏଥିସହ ସେମାନେ ଏଠାକୁ ଆସି କିଛି ସେମିନାରରେ ଭାଷଣ ମଧ୍ୟ ଦେଇ ପାରନ୍ତି।”

ଏହି ଭାଷଣ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଗତି ମୈଦାନରେ 'ଭାରତ ମଣ୍ଡପମ୍'ର ଉଦଘାଟନ କରିଥିଲେ। ପୁନଃବିକଶିତ ହୋଇଥିବା ଇଣ୍ଡିଆ ଟ୍ରେଡ୍ ପ୍ରମୋସନ ଅର୍ଗାନାଇଜେସନ ବା ITPO କମ୍ପ୍ଲେକ୍ସକୁ ଡ୍ରୋନ୍ ଦ୍ୱାରା ସେ ଲୋକାର୍ପିତ କରିଥିଲେ। ଏହାକୁ ଇଣ୍ଟରନ୍ୟାସନାଲ ଏକଜିବିସନ୍ କମ୍ କନଭେନ୍ସନ ସେଣ୍ଟର ବା IECC କଂପ୍ଲେକ୍ସ କୁହାଯାଉଛି। ଏହାର ନାଁ ଭାରତ ମଣ୍ଡପମ୍ ରଖାଯାଇଛି।

ଏହି କମ୍ପ୍ଲେକ୍ସରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଜି-୨୦ ନେତାମାନଙ୍କ ବୈଠକ ଆୟୋଜନ କରାଯିବ। ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ପୂଜାର୍ଚ୍ଚନା କରିଥିଲେ। ୧୨୩ ଏକର ପରିମିତ ସ୍ଥାନରେ ନିର୍ମିତ ଏହି ଅତ୍ୟାଧୁନିକ କମ୍ପ୍ଲେକ୍ସରେ ୭ ହଜାର ଲୋକ ଏକାଠି ବସି ପାରିବେ। ସିଡ୍‌ନୀ ହାଉସ ଠାରୁ ଏହା ବଡ଼।

ଏଠାରେ ୩ ହଜାର କ୍ଷମତା ବିଶିଷ୍ଟ ବିଶାଳ ଆମ୍ପିଥିଏଟର ଓ ୫ ହଜାରରୁ ଅଧିକ ଗାଡ଼ି ପାର୍କିଂ ବ୍ୟବସ୍ଥା ରଖାଯାଇଛି। ଏହି କଂପ୍ଲେକ୍ସକୁ ଭାରତର ନୂଆ ଉର୍ଜାର ପ୍ରତୀକ ବୋଲି କହିଛନ୍ତି ମୋଦି।

Delhi PM Modi Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe