Advertisment

ଦେଶରେ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତାର ସ୍ଥାନ ରହିବନି: ପ୍ରଧାନମନ୍ତ୍ରୀ

ସ୍ୱାଧୀନତାର 100 ବର୍ଷ ବେଳକୁ ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହେବ। ଆଉ ସେତବଳକୁ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତା ପାଇଁ କୌଣସି ସ୍ଥାନ ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଅଦ୍ୟତନ ହୋଇଛି
PM

PM

Advertisment

ସ୍ୱାଧୀନତାର 100 ବର୍ଷ ବେଳକୁ ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହେବ। ଆଉ ସେତବଳକୁ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତା ପାଇଁ କୌଣସି ସ୍ଥାନ ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଏକ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାର ଦେବା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, 2047 ମସିହା ବେଳକୁ ଦେଶ ବିକଶିତ ରାଷ୍ଟ୍ର ଭାବେ ପରିଗଣିତ ହେବ।

Advertisment

ଏହି ସମୟ ବେଳକୁ ଦୁର୍ନୀତି ଜାତିବାଦ ଆଉ ସାମ୍ପ୍ରଦାୟିକତା ପାଇଁ କୌଣସି ସ୍ଥାନ ନଥିବ। ସେ ଆହୁରି କହିଛନ୍ତି, ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ରହିବ। ଦୀର୍ଘ ଦିନ ଧରି ଭାରତକୁ ଗରିବ ରାଷ୍ଟ୍ରରେ ପରିଗଣିତ କରାଯାଉଥିଲା। ଭାରତରେ କୋଟି କୋଟି ଲୋକ ଖାଲି ପେଟରେ ରୁହନ୍ତି ବୋଲି କୁହାଯାଉଥିଲା। ହେଲେ ବର୍ତ୍ତମାନ ସମୟ ବଦଳିଯାଇଛି, ଏବେ ଭାରତକୁ ଉଚ୍ଚାଭିଳାଷୀ ଓ କୁଶଳୀ ଲୋକଙ୍କ ଦେଶ କୁହାଯାଉଛି। 

ବର୍ତ୍ତମାନ ଭାରତ ପାଖରେ ପ୍ରଗତିର ମୂଳଦୁଆ ପକାଇବାର ସୁଯୋଗ ରହିଛି, ଆଉ ଏହି ମୂଳଦୁଆ ହିଁ ଆଗାମୀ ହଜାରେ ବର୍ଷ ପର୍ଯ୍ୟନ୍ତ ମନେ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ବୃଦ୍ଧି ପାଉଥିବା ସାଇବର ଅପରାଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,"ସାଇବର ଅପରାଧ ବିରୋଧରେ ଲଢ଼େଇ କରିବା ପାଇଁ କେବଳ ବିଶ୍ୱସ୍ତରୀୟ ସହଯୋଗ ଆବଶ୍ୟକ ନୁହେଁ, ବରଂ ଏହା ଜରୁରୀ। ସାଇବର ସେକ୍ଟରରେ ବେଆଇନ ଆର୍ଥିକ କାରବାର ଏବଂ ଆତଙ୍କବାଦ ବିରୋଧରେ ଦେଶରେ ଏବେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। 

Advertisment

ନୂଆଦିଲ୍ଲୀରେ ହେବାକୁ ଥିବା ଜି-20 ଶିଖର ସମ୍ମିଳନୀ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ବର୍ତ୍ତମାନ ମାର୍ଗଦର୍ଶନ ପାଇଁ ଭାରତକୁ ଦେଖୁଛି। ଆମର କଥା ଓ ଦୃଷ୍ଟିଭଙ୍ଗୀ କେବଳ ଧାରଣା ନୁହେଁ ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ୍ ଭାବରେ ଦେଖାଯାଉଛି। ବିଶ୍ୱର ଜିଡିପି କେନ୍ଦ୍ରିକ ଦୃଷ୍ଟିକୋଣ ମାନବ-କେନ୍ଦ୍ରିକ ଦୃଷ୍ଟିକୋଣରେ ବଦଳୁଛି ଏବଂ ଏହି ପରିବର୍ତ୍ତନରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି ଯେ, ଭାରତର ଜି-20 ଅଧ୍ୟକ୍ଷତାର ବିଷୟବସ୍ତୁ 'ବସୁଧୈବ କୁଟୁମ୍ବକମ' କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଆମର ସାଂସ୍କୃତିକ ଓ ନୈତିକତା ଦୃଷ୍ଟିରୁ ଏକ ବିସ୍ତୃତ ଦର୍ଶନ। ସେହିପରି ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ପ୍ରଶ୍ନ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିବାଦର ସମାଧାନ ପାଇଁ କଥାବାର୍ତ୍ତା ଏବଂ କୂଟନୀତି ହିଁ ଏକମାତ୍ର ଉପାୟ। 

Narendra Modi PM Modi Corruption Casteism Communalism
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe