Advertisment

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼

ସୂଚନା ଅନୁସାରେ ଆଜି କଂଗ୍ରେସ ଭବନରେ ଚାମ୍ବରରେ ବସିଥିଲେ ପିସିସି ସଭାପତି । ଏହି ସମୟରେ ତାଙ୍କୁ କାଳିମାଡ଼ ହୋଇଥିବା ସୂଚନା ମିଳିଛି।

author-image
Manoj Swain

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପଶି କାଳିମାଡ଼ କଲେ ଅସନ୍ତୁଷ୍ଟ ଗୋଷ୍ଠୀ । ସୂଚନା ଅନୁସାରେ ଆଜି କଂଗ୍ରେସ ଭବନରେ ଚାମ୍ବରରେ ବସିଥିଲେ ପିସିସି ସଭାପତି । ଏହି ସମୟରେ ତାଙ୍କୁ କାଳିମାଡ଼ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଛାତ୍ର ଜୀବନରୁ ମୁଁ ରାଜନୀତି କରି ଆସିଛି। ଏହି ସମୟ ଭିତରେ ରାଜନୀତିରେ ଉତ୍‌ଥାନ ଓ ପତ୍ତନ ଦେଖିଛି। ରାଜନୀତିରେ ଏପରି ହୁଏ। କଂଗ୍ରେସକୁ ଦବେଇବାକୁ ଚେଷ୍ଟା କଲେ ଦବାଇ ହେବ ନାହିଁ। ଲଢ଼େଇ ନିଶ୍ଚିତ ହେବ। କଂଗ୍ରେସ ଦଳକୁ ଭୟବୀତ କରିବା ପାଇଁ ଏପରି କରାଯାଇଛି।

Advertisment
Odisha Congress Sarat Pattanayak