Advertisment

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼

କଂଗ୍ରେସ ଭବନରେ ପଶି କାଳିମାଡ଼ କରିଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ।

author-image
Tapaswini Nayak
ଅଦ୍ୟତନ ହୋଇଛି
Sarat Pattanayak

Sarat Pattanayak

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼ ହୋଇଛି। କଂଗ୍ରେସ ଭବନରେ ପଶି କିଛି ଅସନ୍ତୁଷ୍ଟ ଗୋଷ୍ଠୀ କାଳିମାଡ଼ କରିଥିବା ଜଣାଯାଇଛି। 

Advertisment

ଆଜି ସକାଳେ ଶରତ ପଟ୍ଟନାୟକ କଂଗ୍ରେସ ଭବନରେ ନିଜ ଚ୍ୟାମ୍ବରରେ ବସିଥିବା ବେଳେ କିଛି ଅସନ୍ତୁଷ୍ଟ ଗୋଷ୍ଠୀର ଯୁବକମାନେ ହଠାତ୍ ତାଙ୍କ ଚ୍ୟାମ୍ବରକୁ ପଶି ଆସିଥିଲେ। ପିସିସି ସଭାପତିଙ୍କ ଉପରେ ଯୁବକମାନେ କାଳିମାଡ଼ କରିଥିଲେ ଓ ପରେ ସେଠାରୁ ପଳାଇ ଯାଇଥିଲେ। ଘଟଣାପରେ କଂଗ୍ରେସର ବରିଷ୍ଠ ନେତାମାନେ କଂଗ୍ରେସ ଭବନରେ ପହଞ୍ଚି ପସିସି ସଭାପତିଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି। ତେବେ କେଉଁ କାରଣ ପାଇଁ ପିସିସି ସଭାପତିଙ୍କୁ କାଳିମାଡ଼ କରାଗଲା ତାହା ଜଣାପଡ଼ିନାହିଁ।

 ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଛାତ୍ର ଜୀବନରୁ ମୁଁ ରାଜନୀତି କରି ଆସିଛି।  ଏହି ସମୟ ଭିତରେ ରାଜନୀତିରେ ଉତ୍‌ଥାନ ଓ ପତ୍ତନ ଦେଖିଛି। ରାଜନୀତିରେ ଏପରି ହୁଏ। ଏଥିରେ ଭୟବୀତ ହେବାର କୌଣସି କାରଣ ନାହିଁ। ସରକାରଙ୍କ ବିରୋଧରେ କିଛି କାର୍ଯ୍ୟକ୍ରମ କରାଯିବାର ଅଛି।ଏଥିପାଇଁ କିଛି ଦୁର୍ବୃତ୍ତମାନେ ଆସି ଏପରି କାଣ୍ତ କରିଛନ୍ତି। ଭଗବାନ ସେମାନଙ୍କୁ ସତ୍‌ବୃଦ୍ଧି ଦିଅନ୍ତୁ।

Advertisment

ସେ ଆହୁରି କହିଛନ୍ତି, କଂଗ୍ରେସକୁ ଦବେଇବାକୁ ଚେଷ୍ଟା କଲେ ଦବାଇ ହେବ ନାହିଁ। ଲଢ଼େଇ ନିଶ୍ଚିତ ହେବ। ଆମେ କାହାକୁ ଚିହ୍ନିନାହୁଁ। ପୁଲିସ ସେମାନଙ୍କୁ ଚିହ୍ନଟ କରିବ। କଂଗ୍ରେସ ଦଳକୁ ଭୟବୀତ କରିବା ପାଇଁ  ଏପରି କରାଯାଇଛି। ମୁଁ ଲଢ଼େଇ କରିବି। କୌଣସି ପରିସ୍ଥିତିରେ ମୋତେ କେହି ଦବାଇ ପାରିବେ ନାହିଁ। ଓଡ଼ିଶାମାଟି ପାଇଁ ଲଢ଼େଇ କରିବି, ମୋତେ କେହି ଅଟକାଇ ପାରିବେ ନାହିଁ। କଂଗ୍ରେସ ଆହୁରି ମଜଭୁତ ହେବ।

କଂଗ୍ରେସର ଜଣେ କର୍ମୀ କହିଛନ୍ତି, ଏହା ନିନ୍ଦନୀୟ ଘଟଣା। ଯେଉଁମାନେ କାଳିମାଡ଼ କରିଛନ୍ତି ଆମେ ତାଙ୍କୁ ଜାଣିନାହୁଁ।  

Bhubaneswar Congress