Advertisment

ଦେବୀଙ୍କ ପାଦ ତଳୁ ମାଟି ଖସିଯାଇଛି, ଏଥର ପଦ୍ମ ଫୁଟିବ: ବିଜୟ

କଟକ(ନୀଳକଣ୍ଠ ଦୋରା): କଟକ ଲୋଭସଭା ନିର୍ବାଚନମଣ୍ଡଳୀର ବଡମ୍ବା ନରସିଂପୁର ବିଧାନସଭା କ୍ଷେତ୍ର ଦୀର୍ଘ ଦିନ ଧରି ବିଜେଡିର ଗଡ଼ ଭାବେ ଜଣାଶୁଣା। ଏଠାରୁ ବିଧାୟକ ଭାବେ ବିଜୟୀ ହୋଇ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ସମ୍ଭାଳିଛନ୍ତି ଦେବୀ ମିଶ୍ର। ହେଲେ ଏଥର ଦେବୀଙ୍କୁ କଡ଼ା ଟକ୍କର ଦେବାକୁ ଯାଉଛନ୍ତି ବିଜେପିର ବିଜୟ କୁମାର ଦଳବେହେରା। ସରପଞ୍ଚରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ଶ୍ରୀ ଦଳବେହେରା। ତେବେ ଏଥର ନିର୍ବାଚନରେ ହେଭିୱେଟଙ୍କୁ ଟକ୍କର ଦେବାକୁ ସେ କେତେଦୂର ପ୍ରସ୍ତୁତ ସେ […]

author-image
Mihir Pattnayak
ଅଦ୍ୟତନ ହୋଇଛି
ଦେବୀଙ୍କ ପାଦ ତଳୁ ମାଟି ଖସିଯାଇଛି, ଏଥର ପଦ୍ମ ଫୁଟିବ: ବିଜୟ

devi-ok

କଟକ(ନୀଳକଣ୍ଠ ଦୋରା):କଟକ ଲୋଭସଭା ନିର୍ବାଚନମଣ୍ଡଳୀର ବଡମ୍ବା ନରସିଂପୁର ବିଧାନସଭା କ୍ଷେତ୍ର ଦୀର୍ଘ ଦିନ ଧରି ବିଜେଡିର ଗଡ଼ ଭାବେ ଜଣାଶୁଣା। ଏଠାରୁ ବିଧାୟକ ଭାବେ ବିଜୟୀ ହୋଇ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ସମ୍ଭାଳିଛନ୍ତି ଦେବୀ ମିଶ୍ର। ହେଲେ ଏଥର ଦେବୀଙ୍କୁ କଡ଼ା ଟକ୍କର ଦେବାକୁ ଯାଉଛନ୍ତି ବିଜେପିର ବିଜୟ କୁମାର ଦଳବେହେରା। ସରପଞ୍ଚରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ଶ୍ରୀ ଦଳବେହେରା। ତେବେ ଏଥର ନିର୍ବାଚନରେ ହେଭିୱେଟଙ୍କୁ ଟକ୍କର ଦେବାକୁ ସେ କେତେଦୂର ପ୍ରସ୍ତୁତ ସେ ନେଇ ପ୍ରଶ୍ନ ପଚାରିବାରୁ ବିଜୟ କ’ଣ ଉତ୍ତର ଦେଇଛନ୍ତି ଆସନ୍ତୁ ଜାଣିବା।

Advertisment

ଓଡିଶା ରିପୋର୍ଟର:ଜଣେ ଅଭିଜ୍ଞତା ସମ୍ପନ୍ନ ରାଜନେତା ଭାବେ ଦେବୀ ମିଶ୍ରଙ୍କ ଖ୍ୟାତି ରହିଛି। ଆପଣ ତାଙ୍କୁ ପାରିବେ ତ ?

ଉତ୍ତର: ଆଜି ଏଠାରେ ଅନୁଷ୍ଠିତ ସଭାରେ ଆପଣ ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ତୁଙ୍ଗ ନେତାଙ୍କ ଉପସ୍ଥିତିକୁ ଦେଖିଲେ। ବିପୁଳ ଜନସମାଗମ କାହା ସମର୍ଥନରେ ଯାଉଛି ଆପଣ ବେଶ ଜାଣିପାରୁଥିବେ। ଅପରପକ୍ଷେ, ଏହି ଜନସମାବେଶକୁ ଦେବୀବାବୁ ଭଣ୍ଡୁର କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ଏଣୁ ଦେବୀ ବାବୁଙ୍କ ପରାଜୟ ନିଶ୍ଚିତ, ଏହା ଜାଣି ରଖନ୍ତୁ।

Advertisment

ଓଡିଶା ରିପୋର୍ଟର: ଏହି ବିଶାଳ ଜନସମାବେଶ ବିଜେପି ପାଇଁ ବିଜୟ ସଙ୍କେତ ଦେଉଛି କି ?

ଉତ୍ତର:ଗତ ପଞ୍ଚାୟତ ନିର୍ବାଚନରେ ଏହାର ଉତ୍ତର ଆପଣ ପାଇ ସାରିଛନ୍ତି। ୧୯୯୫ରୁ ୨୦୧୪ ମଧ୍ୟରେ ଯେଉଁ ରାଜନୀତିକ ଲଢ଼େଇ ହେଉଥିଲା, ସେତେବେଳେ ଦେବୀବାବୁ ବନାମ କଂଗ୍ରେସ ନେତାଙ୍କ ମଧ୍ୟରେ ହେଉଥିଲା। କିନ୍ତୁ ଏଥର ସ୍ଥିତି ଭିନ୍ନ। ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ଏହି ବିଧାନସଭା କ୍ଷେତ୍ରର ସମସ୍ତ କୃଷକ, ଶିକ୍ଷିତ ଯୁବ ସମାଜ, ବେକାରୀ ଯୁବକ ଗୋଟିଏ ପଟେ ଥିବା ବେଳେ ଦେବୀ ବାବୁ ଗୋଟିଏ ପଟେ ଅଛନ୍ତି।

ଓଡିଶା ରିପୋର୍ଟର: ଦେବୀ କହୁଥିଲେ ମୋଦୀ ପ୍ରଭାବ କାଶତଣ୍ଡି ଫୁଲ ଭଳି, ଆପଣ ଏହାକୁ କିପରି ଖଣ୍ଡନ କରିବେ ?

ଉତ୍ତର:ଦେବୀ ବାବୁ ଏ କଥା କହିଥିବେ, ମୁଁ ଜାଣିନି। କିନ୍ତୁ ପଞ୍ଚାୟତ ନିର୍ବାଚନର ଫଳାଫଳ ଆଉ ଆଜିର ଜନସମାବେଶ ତାଙ୍କୁ ଠିକ୍‌ ଉତ୍ତର ଦେବ ବୋଲି କହିବି। ମୋଦିଙ୍କ ସୁଶାସନର ପ୍ରଭାବ ଏଠାକାର ଲୋକଙ୍କୁ ପ୍ରଭାବିତ କରିଛି ଆଉ ଆଗାମୀ ଦିନରେ କରିବ ବୋଲି ଆଶା।

ଓଡିଶା ରିପୋର୍ଟର:  ଆପଣଙ୍କ ନିର୍ବାଚନମଣ୍ଡଳୀରେ ବନ୍ଦ ପଡିଥିବା ଶିଳ୍ପର ପୁନରୁଦ୍ଧାର ହେବ କି ?

ଉତ୍ତର:  ନିଶ୍ଚିତ ଭାବେ ହେବ। ବଡ଼ମ୍ବା ନରସିଂହପୁରର ଭାତହାଣ୍ଡି ବୋଲାଉଥିବା ଚିନିକଳ, ମାଣିଆବନ୍ଧ ଶିଳ୍ପ ଆଗକୁ ବଢ଼ିବ।

ଓଡିଶା ରିପୋର୍ଟର: ଏଠି କ’ଣ ସତରେ ବିଜେପି ଜିତିବ ?

ଉତ୍ତର: ନିଶ୍ଚିତ ଭାବେ ବିଜେପି ଏଠାରେ ବିଜୟ ବାନା ଉଡ଼ାଇବ। ବିପୁଳ ପରିମାଣର ଭୋଟ ପାଇ ବିଜୟୀ ହେବ ଦଳ।

ଓଡିଶା ରିପୋର୍ଟର:ଦେବୀ ବାବୁଙ୍କ ପାଦ ତଳୁ ମାଟି ଖସୁଛି କି ?

ଉତ୍ତର: ଦେବୀ ବାବୁଙ୍କ ପାଦତଳୁ ମାଟି ଖସିବ କ’ଣ, ଖସି ସାରିଛି।