Advertisment

କୃଷିମିତ୍ରଙ୍କୁ ବହିଷ୍କାର କଲେ ଜିଲ୍ଲାପାଳ

ବିଡିଓଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ କୃଷିମିତ୍ର ହେମନ୍ତ ବେହେରାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି।

author-image
Biswajit Samal
ଅଦ୍ୟତନ ହୋଇଛି
Hemant

Hemant

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ କୃଷିମିତ୍ର ହେମନ୍ତ ବେହେରାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ହେମନ୍ତ ହେଉଛନ୍ତି ନରସିଂହପୁର ବ୍ଲକ ଅନ୍ତର୍ଗତ ବୋକଡ଼ା ଗାଁରେ ପଞ୍ଚାୟତର କୃଷିମିତ୍ର। ସେ ଚଳିତ ନିର୍ବାଚନରେ ବିଜେପି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା।

Advertisment

କୃଷିମିତ୍ରଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଭିତ୍ତିକରି ନରସିଂହପୁର ବ୍ଲକ୍ ଉନ୍ନୟନ ଅଧିକାରୀ କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆକୁ ରିପୋର୍ଟ କରିଥିଲେ। ବିଡିଓଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ କୃଷିମିତ୍ର ହେମନ୍ତ ବେହେରାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି।

Odisha Assembly Election 2024