ଆଇପିଏସ୍ କୁଟ୍ଟେ ଓ ଆଶୀଷ ସିଂଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ: ଚାର୍ଜସିଟ୍ ଜାରି, ଖସିବା ହେବନି ସହଜ

କୁଟ୍ଟେଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ ହେଲେ, ତାଙ୍କୁ ଚାକିରିରୁ ବରଖାସ୍ତ ହେବାକୁ ପଡ଼ିପାରେ ଅବା ତାଙ୍କୁ ପଦୋବନତି ଭଳି କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପଡ଼ିବ ବୋଲି ଜଣାପଡ଼ିଛି ।

Kuttey and Ashish Singh

ଡିଏସ୍ କୁଟ୍ଟେ ଓ ଆଶୀଷ ସିଂ

Ordigital Desk
  • Published: Friday, 23 August 2024
  • Updated: 23 August 2024, 08:49 PM IST

Sports

Latest News

ବିଜେଡି ସରକାରରେ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଖାସ୍ ସହଯୋଗୀ ଆଇପିଏସ୍ ଡିଏସ୍ କୁଟ୍ଟେ ଓ ଆଶୀଷ ସିଂଙ୍କ ଅଡ଼ୁଆ ବଢ଼ିଛି । ଉଭୟ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସହ ସେମାନଙ୍କୁ ଚାର୍ଜସିଟ୍ ଜାରି କରିଛନ୍ତି । ତେବେ ଆଇପିଏସ୍ ଶ୍ରୀ କୁଟ୍ଟେଙ୍କ ବିରୁଦ୍ଧରେ ୨ଜଣ ଆଇଏଏସ୍ ଅଫିସର ଲିଖିତ ଭାବେ ଦେଇଥିବା ସଙ୍ଗୀନ ଅଭିଯୋଗ ଆଧାରରେ ତାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଜାରି ହୋଇଛି ଓ ୩୦ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀ କୁଟ୍ଟେଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ ହେଲେ, ତାଙ୍କୁ ଚାକିରିରୁ ବରଖାସ୍ତ ହେବାକୁ ପଡ଼ିପାରେ ଅବା ତାଙ୍କୁ ପଦୋବନତି ଭଳି କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପଡ଼ିବ ବୋଲି ଜଣାପଡ଼ିଛି । ସେହିପରି ଆଇପିଏସ୍ ଆଶୀଷ ସିଂଙ୍କ ବିରୁଦ୍ଧରେ ବି ଅଗଷ୍ଟ ୬ତାରିଖରେ ଚାର୍ଜସିଟ୍ ଜାରି ହୋଇଛି ।

ରାଜ୍ୟ ଗୃହ ବିଭାଗର ତଥ୍ୟ ଅନୁସାରେ, ବିଜେଡି ସରକାରରେ ସବୁଠୁ ପାୱାରଫୁଲ ଅଫିସର ୧୯୯୭ ବ୍ୟାଚ୍ ଆଇପିଏସ୍ ଶ୍ରୀ କୁଟ୍ଟେଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଗଷ୍ଟ ୨୧ତାରିଖରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତାଙ୍କୁ ବିରୁଦ୍ଧରେ ରହିଥିବା ସଙ୍ଗୀନ ଅଭିଯୋଗକୁ ଆଧାର କରି ଚାର୍ଜସିଟ୍ ଜାରି କରିଛନ୍ତି । ୩୦ଦିନ ମଧ୍ୟରେ ତାଙ୍କୁ ଜବାବ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ନିର୍ବାଚନ ପରିଚାଳନାରେ ହସ୍ତକ୍ଷେପର ସଙ୍ଗୀନ ଅଭିଯୋଗ ତାଙ୍କ ବିରୁଦ୍ଧରେ ରହିଛି ।

ଆଇପିଏସ୍ ଶ୍ରୀ କୁଟ୍ଟେଙ୍କୁ ଜାରି ଚାର୍ଜସିଟ ଅନୁସାରେ, ସାଧାରଣ ନିର୍ବାଚନ ଚାଲିଥିବାବେଳେ ଶ୍ରୀ କୁଟ୍ଟେ ୨୦୨୪ ମେ’ ୨୪ତାରିଖ ବିଳମ୍ବିତ ସନ୍ଧ୍ୟାରେ ତତକାଳୀନ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇଏଏସ୍ ଏନ୍‌.ଥିରୁମାଳା ନାଏକଙ୍କୁ ବାରମ୍ବାର ଫୋନ୍ କରିଥିଲେ ଓ ‘ବିଜେପିର ଏକ ନିର୍ବାଚନୀ ବିଜ୍ଞାପନ’କୁ କାହିଁକି ଅନୁମୋଦନ କଲେ ବୋଲି ପ୍ରଶ୍ନ କରି ବିରକ୍ତ ହୋଇଥିଲେ । ତୁରନ୍ତ ଉକ୍ତ ବିଜ୍ଞାପନର ଅନୁମୋଦନକୁ ପ୍ରତ୍ୟାହାର କର ଓ ତା’ଯେଭଳି ଖବରକାଗଜରେ ପ୍ରକାଶିତ ନହେବ ତାହା ସୁନିଶ୍ଚିତ କରିବାକୁ ଶ୍ରୀ କୁଟ୍ଟେ ତାଗିଦ୍ କରିଥିବାର ଶ୍ରୀ ନାଏକ ଅଭିଯୋଗ କରିଥିଲେ ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି । ବରିଷ୍ଠ ଆଇଏଏସ୍ ସେତେବେଳେ ଶ୍ରୀ ନାଏକ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଓମିଡିଆ ସାର୍ଟିଫିକେସନ ଆଣ୍ଡ ମନିଟରିଂ କମିଟି(ଏମସିଏମସି) ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଥିଲେ । 

ସେହିପରି ଶ୍ରୀ କୁଟ୍ଟେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଦିନ ଅର୍ଥାତ୍ ମେ’ ୨୫ତାରିଖରେ ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଇଏଏସ୍ ଚଂଚଳ ରାଣା ଓ କିଛି ପୁଲିସ ଅଫିସରଙ୍କୁ ଫୋନ୍ କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ପ୍ରାର୍ଥୀ(ଯଦିଓ ଦିଆଯାଇଥିବା ଚାର୍ଜସିଟରେ ପ୍ରଶାନ୍ତ ଜଗଦେବଙ୍କ ନାଁ ଉଲ୍ଲେଖ ନାହିଁ)ଙ୍କୁ ଗିରଫ କରିବା ପାଇଁ ଚାପ ପକାଇଥିଲେ । ଏନେଇ ଜିଲ୍ଲାପାଳ ଶ୍ରୀ ରାଣା ମଧ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରିଥିଲେ ।

Also Read

କୁଟ୍ଟେଙ୍କ ବିରୁଦ୍ଧରେ ଏହି ଦୁଇ ବରିଷ୍ଠ ଆଇଏଏସ୍ ଅଫିସର ଆଣିଥିବା ଅଭିଯୋଗ ସହ ସେମାନଙ୍କୁ ସାକ୍ଷୀ (ପ୍ରେଜେଣ୍ଟିଂ ୱିଟନେସ) ଭାବେ ସାମିଲ କରାଯାଇଥିବାରୁ ତଦନ୍ତରୁ ଖସିବା ଶ୍ରୀ କୁଟ୍ଟେଙ୍କ ପାଇଁ ସହଜ ହେବନି ବୋଲି ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏପରିକି ଶ୍ରୀ କୁଟ୍ଟେଙ୍କୁ ଏଥିପାଇଁ ନିଜ ଚାକିରିରୁ ବରଖାସ୍ତ କିମ୍ବା ପଦୋବନତି ହେବାର ଆଶଙ୍କା ରହିଛି । ସବର୍ଭାରତୀୟ ସେବାର କଣ୍ଡକ୍ଟ ରୁଲସ୍ -୧୯୬୮ର ରୁଲ-୧୮(ରାଜନୀତିକ ଗତିବିଧିରେ ସମ୍ପୃକ୍ତି)କୁ ଉଲ୍ଲଘଂନ କରିଥିବା ପ୍ରମାଣିତ ହୋଇଗଲେ ତାହା ଶ୍ରୀ କୁଟ୍ଟେଙ୍କୁ ବେଶ୍ ମହଙ୍ଗା ପଡ଼ିପାରେ ବୋଲି ଜଣାପଡ଼ିଛି ।

ସେହିପରି ବିଜେଡି ସରକାରର ଅନ୍ୟତମ ପାୱାରଫୁଲ ଆଇପିଏସ୍ ୨୦୦୪ ବ୍ୟାଚର ଆଶୀଷ ସିଂଙ୍କୁ ଅଗଷ୍ଟ ୬ତାରିଖରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚାର୍ଜସିଟ୍ ଜାରି କରିଛନ୍ତି । ତାଙ୍କୁ ମଧ୍ୟ ୩୦ଦିନ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଶ୍ରୀ ସିଂ ସ୍ୱାସ୍ଥ୍ୟ ଖରାପ ଥିବା ନେଇ ମିଛ କହିଥିବାର ପ୍ରମାଣ ମିଳିଛି । ସେ ସ୍ୱାସ୍ଥ୍ୟଗତ ଓ ମାନସିକସ୍ତରରେ ସମ୍ପୂର୍ଣ୍ଣ ଫିଟ୍ ଥିବା ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଭୁବନେଶ୍ୱର ଏମ୍ସର ମେଡିକାଲ ବୋର୍ଡ ରିପୋର୍ଟ ଦେଇଥିଲେ । ତେବେ ସର୍ବଭାରତୀୟ ସେବାର ଉଚ୍ଚ ପାହ୍ୟାରେ ଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ଏଭଳି ଆଚରଣ ସିଧାସଳଖ ସବର୍ଭାରତୀୟ ସେବାର କଣ୍ଡକ୍ଟ ରୁଲସ୍ -୧୯୬୮ର ରୁଲ-୩ର ଉଲ୍ଲଘଂନ କରୁଛି । ତେଣୁ ଏହି ଉଭୟ ଅଫିସରଙ୍କ ଅଡ଼ୁଆ ବଢ଼ିଛି ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବି ଉଭୟ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା କାହିଁକି ବିଳମ୍ବ ହେଉଛି ବୋଲି ‘ଓଡ଼ିଶା ରିପୋର୍ଟର’ରେ ଏକାଧିକଥର ଖବର ପ୍ରକାଶିତ କରିଥିଲା । ଏପରିକି ୨ମାସ ପରେ ବି କାହିଁକି ଚାର୍ଜସିଟ୍ ଜାରି କରାଗଲାନି ବୋଲି ଦର୍ଶାଇ ଖବର ପ୍ରକାଶ କରିବା ପରେ ରାଜ୍ୟ ସରକାର ଆକ୍ସନ୍ ମୋଡକୁ ଆସିଥିଲେ ।

ଶ୍ରୀ କୁଟ୍ଟେ ଓ ଶ୍ରୀ ସିଂ ଏବେ ଗୃହ ବିଭାଗରେ ଓଏସଡି ଭାବେ ବିନା କାମରେ ଦରମା ନେଉଛନ୍ତି । ଧାର୍ଯ୍ୟ ୩୦ଦିନ ମଧ୍ୟରେ ଉଭୟ ଅଫିସର ଯଦି ଚାର୍ଜସିଟ୍ ଉପରେ ଜବାବ ଦାଖଲ ନକରିବେ ସରକାର ଏକପାଖିଆ ନିଷ୍ପତ୍ତି ନେବେ ବୋଲି ନୋଟିସରେ ଉଲ୍ଲେଖ ରହିଛି । ନିର୍ବାଚନ କାର୍ଯ୍ୟରେ ହସ୍ତକ୍ଷେପ ଯୋଗୁ ଉଭୟ ଅଫିସରଙ୍କୁ ନିର୍ବାଚନ କମିଶନଙ୍କ  କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story