Advertisment

G-20 ନୈଶ୍ୟଭୋଜିକୁ ମୁଖ୍ୟମନ୍ତ୍ରୀ ନଯିବା ପଛର କାରଣ ହୀନମନ୍ୟତା!

ନବୀନ ବାବୁ କେବଳ ଧନ୍ୟବାଦ ନେଇ ଜାଣନ୍ତି, କିନ୍ତୁ କେବେ ଦେଇ ଜାଣନ୍ତିନି: ଜୟନାରାୟଣ ମିଶ୍ର

author-image
Jitendra Garnayak
Jayanarayan Mishra

Jayanarayan Mishra

ହୀନମନତ୍ୟ ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ G-20 ସମ୍ମିଳନୀ ଅବସରରେ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ଵାରା ଆୟୋଜିତ ଡିନର ପାର୍ଟିକୁ ଗଲେ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।

Advertisment

ସେ କହିଛନ୍ତି, G-20 ସମ୍ମିଳନୀରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର ମିଳିଛି। ଏହା ଆମ ପାଇଁ ଗୌରବର କଥା। ବିଶ୍ୱ ନେତୃତ୍ୱ ସମ୍ବଲପୁରୀ ନୃତ୍ୟ ଦେଖିଲେ। କୋଣାର୍କର ଥିମ ସାମ୍ନାରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କଲେ। ଏହା ସହିତ ଓଡ଼ିଆ ଖାଦ୍ୟପେୟ, ହସ୍ତଶିଳ୍ପ, ତାରକସି କାମ, ପିପିଲିର ଚାନ୍ଦୁଆକୁ G-20 ସମ୍ମିଳନୀରେ ସାମିଲ କରାଯାଇଥିଲା। ଏହା ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ ଆହୁରି ଆଗକୁ ନେଇଛି। କିନ୍ତୁ ଦୁଃଖର ବିଷୟ ନବୀନ ବାବୁ ରାଷ୍ଟ୍ରପତିଙ୍କୁ ଭଉଣୀ ବୋଲି ସମ୍ବୋଧନ କରୁଥିବା ବେଳେ ତାଙ୍କ ଦ୍ୱାରା ଆୟୋଜିତ କରାଯାଇଥିବା G-20 ସମ୍ମିଳନୀର ରାତ୍ରି ଭୋଜନକୁ ଗଲେନି। କ’ଣ ପାଇଁ ଗଲେନି ସେ ହିଁ କହିପାରିବେ। ମୋତେ ଯାହା ଲାଗୁଛି, ତାଙ୍କ ମନରେ ଗୋଟେ ହୀନମନ୍ୟତା ରହିଛି। ଏତେ ଏତେ ବଡ଼ ଲୋକଙ୍କ ଭିତରକୁ ମୁଁ କ’ଣ ଯିବି ବୋଲି ତାଙ୍କ ମନରେ ରହିଛି। ଯାହାର ଦକ୍ଷତା ଓ ଯୋଗ୍ୟତା ନ ଥାଏ, ତାର ହୀନମନ୍ୟତା ଥାଏ। ମୋତେ ଯେତେ ଦୂର ଲାଗୁଛି ଏହି ହୀନମନ୍ୟତା ଯୋଗୁ ସେ ସେଠାକୁ ଗଲେ ନାହିଁ।

ଜୟନାରାୟଣ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ସେଠାକୁ ଯାଇଥିଲେ ବି କ’ଣ କରିଥା’ନ୍ତେ? କାରଣ ଓଡ଼ିଶାକୁ ଯେଉଁ ଅବସ୍ଥାରେ ସେ ପକାଇ ସାରିଛନ୍ତି, ସେଥିପାଇଁ କୌଣସି ସ୍ଥାନକୁ ସେ ଯିବାକୁ ଭୟ କରୁଛନ୍ତି। ଯଦି କେହି ଦାରିଦ୍ର୍ୟତା ଓ ନାରୀ ନିର୍ଯାତନା ଆଦି ପ୍ରସଙ୍ଗରେ ତାଙ୍କୁ ପ୍ରଶ୍ନ କରି ଦେବେ, ତା’ହେଲେ ସେ କ’ଣ କହିବେ। ମୁଣ୍ଡ ପିଛା ଆୟରେ ଆମେ ତଳେ ପଡ଼ିଛୁ ବୋଲି କହିବେ କି? ନାରୀ ନିର୍ଯାତନାରେ ଆମେ ଦେଶରେ ପ୍ରଥମ ବୋଲି କହିବେ କି? ଏ ସବୁ କଥାକୁ ନେଇ ତାଙ୍କ ଭିତରେ ହୀନମନ୍ୟତା ସୃଷ୍ଟି ହୋଇଛି। ସେ ନଯିବା ବି ଗୋଟେ ଦୃଷ୍ଟିରୁ ଭଲ। ଓଡ଼ିଶାର ସମ୍ମାନଟା କମ୍‌ସେ କମ୍ ରହିଗଲା।

Advertisment

G-20 ସମ୍ମିଳନୀରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର ମିଳିଲା। କିନ୍ତୁ ତା’ ସତ୍ତ୍ୱେ ନବୀନ ବାବୁ ଧନ୍ୟବାଦ ଦେଲେନି। ସେ କେବଳ ଧନ୍ୟବାଦ ନେଇ ଜାଣନ୍ତି, କିନ୍ତୁ କେବେ ଦେଇ ଜାଣନ୍ତିନି। ନବୀନ ବାବୁଙ୍କ ପାଖରେ ସାମାନ୍ୟତମ ସୌଜନ୍ୟତା ନାହିଁ। ଗୋଟେ ଗୋଟେ ଲୋକଙ୍କର ଚରିତ୍ର ଏମିତି ଥାଏ। କାହାକୁ ଧନ୍ୟବାଦ ଦିଆନ୍ତିନି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।

ଜି-20 ଶିଖର ସମ୍ମିଳନୀର ଚଳିତ ସଂସ୍କରଣ ଆଜି ଶେଷ ହୋଇଛି। ଦୁଇ ଦିନ ଧରି ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଉଦଯାପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଦାୟିତ୍ୱ ଦେଇ ସଭା ସାଙ୍ଗ କରି ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ଭାରତ ପାଖରେ ଅଧ୍ୟକ୍ଷତା ଦାୟିତ୍ୱ ଥିବାରୁ ଏକ ଭର୍ଚୁଆଲ୍ ବୈଠକ ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

Naveen Patnaik Jayanarayan Mishra G20 Summit G20 Dinner