Advertisment

‘କ’ଣ ସେ ଜଣେ ଜ୍ୟୋତିଷ?’ ମୋଦିଙ୍କୁ ଦୃଢ଼ ଜବାବ ଦେଲେ ପ୍ରିୟଙ୍କା

ପ୍ରିୟଙ୍କା କହିଛନ୍ତି, “ମୁଁ ଜଣେ ଜ୍ୟୋତିଷ ନୁହେଁ। ଯଦି ସେ(ମୋଦି) ଜଣେ ଜ୍ୟୋତିଷ, ତା’ହେଲେ ମୋତେ କୁହନ୍ତୁ।”

Priyanka Gandhi

Priyanka Gandhi

Advertisment

ଉତ୍ତର ପ୍ରଦେଶରେ କଂଗ୍ରେସ ମୂଳପୋଛ ହୋଇଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବୟାନର ଦୃଢ଼ ଜବାବ ଦେଇଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା। ଏଥିସହ ମୋଦି କ’ଣ ଜଣେ ଜ୍ୟୋତିଷ ବୋଲି ସେ ମଧ୍ୟ ପ୍ରଶ୍ନ କରିଛନ୍ତି। ପ୍ରିୟଙ୍କା କହିଛନ୍ତି, “ମୁଁ ଜଣେ ଜ୍ୟୋତିଷ ନୁହେଁ। ଯଦି ସେ(ମୋଦି) ଜଣେ ଜ୍ୟୋତିଷ, ତା’ହେଲେ ମୋତେ କୁହନ୍ତୁ।”

Advertisment

ଆଜି ମୋଦି କହିଥିଲେ ଯେ “ଆମେ(ବିଜେପି) ୪୦୦ ଅଧିକ ସିଟ ଜିତିବା ଲକ୍ଷ୍ୟ ନେଇ ଆଗକୁ ବଢ଼ିବାରେ ଲାଗିଛି। କଂଗ୍ରେସର ଆଉ କୌଣସି ଚିହ୍ନବର୍ଣ୍ଣ ରହିବ ନାହିଁ। ଉତ୍ତରପ୍ରଦେଷରେ ମୂଳପୋଛ ହୋଇଯିବ କଂଗ୍ରେସ। ଏଠାରେ ଦଳ ଖାତା ଖୋଲି ପାରିବ ନାହିଁ।

ଲୋକସଭା ନିର୍ବାଚନରେ ୪୦ଟି ଆସନରେ ବି କଂଗ୍ରେସ ଜିତିବା ସମ୍ଭାବନା କମ୍‌ ରହିଛି। ଉତ୍ତର ପ୍ରଦେଶର ଲୋକମାନେ କେବେ ହେଲେ ପରିବାରବାଦକୁ ଗ୍ରହଣ କରିବେ ନାହିଁ। ସେମାନେ ଗୋଟିଏ ବିକଳ୍ପ ମଡେଲକୁ ଦେଖିଲେଣି, ଏହା ସେମାନଙ୍କ ଜୀବନକୁ ବଦଳାଇ ଦେଇଛି।”

Advertisment

ଏହାର ଜବାବରେ ପ୍ରିୟଙ୍କା କହିଛନ୍ତି ଯେ “ପ୍ରଥମେ ଆପଣମାନେ(ବିଜେପି) ଶାସନ କରୁଥିବା ରାଜ୍ୟରେ କ’ଣ ସବୁ କରିଛନ୍ତି, ତାକୁ ଦେଖନ୍ତୁ। ଏହାପରେ ଆମ ସରକାରଗୁଡ଼ିକ କ’ଣ ସବୁ କରିଛନ୍ତି, ତା’କୁ ଦେଖନ୍ତୁ। ଏହାପରେ ଏସବୁ ବିଚାର କରି ଲୋକମାନେ ନିଜର ମତାଧିକାର ସାବ୍ୟସ୍ତ କରନ୍ତୁ। ସମ୍ବିଧାନ ବଦଳାଇବା କଥା କହୁଥିବା ଲୋକଙ୍କ ଠାରୁ ଦେଶର ଗଣତନ୍ତ୍ରକୁ ସୁରକ୍ଷା କରିବାର ଆବଶ୍ୟକତା ରହିଛି।”

ରାଏବରେଲୀ ଓ ଆମେଠି ସମ୍ପର୍କରେ ମଧ୍ୟ ପ୍ରିୟଙ୍କା ମଧ୍ୟ ନିଜର ମତ ରଖିଛନ୍ତି। ଉଭୟ ଆସନରେ କଂଗ୍ରେସ ଜିତିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। ସେ କହିଛନ୍ତି, “ଆମେଠି ଓ ରାଏବରେଲୀ ଲୋକଙ୍କ ସହ କଂଗ୍ରେସର ସମ୍ପର୍କ ଅତ୍ୟନ୍ତ ଗଭୀର। ଏହା ରାଜନୀତି ଠାରୁ ଉପରେ। ପ୍ରତିଟି ବୈଠକରେ ଲୋକଙ୍କ ଭଲ ପାଇବା ବଢ଼ିବାରେ ଲାଗିଛି।”

ପ୍ରିୟଙ୍କା ଆମେଠିରୁ ବିଜେପି ଟିକେଟରେ ଲଢ଼ୁଥିବା ସ୍ମୃତି ଇରାନୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “କେଉଁ ଉଦ୍ଦେଶ୍ୟରେ ସ୍ମୃତି ଇରାନୀ ଏଠାକୁ ଆସିଛନ୍ତି? ତାଙ୍କର ଗୋଟିଏ ଏଜେଣ୍ଡା ହେଲା ରାଜନୀତିକ ସଫଳତା ହାସଲ କରିବା।

ସେ ଏହି ସ୍ଥାନରେ ତା’ ଛଡ଼ା ଆଉ କ’ଣ କରିଛନ୍ତି? ଏଠାକାର ଲୋକଙ୍କ ସହ ସମ୍ପର୍କ ବାନ୍ଧିବା ପାଇଁ ସେମାନଙ୍କୁ ୪୦ ବର୍ଷରୁ ଅଧିକ ସମୟ ଲାଗିବ। ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ହେବ।”

Congress Uttar Pradesh PM Modi Priyanka Gandhi Vadra Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe