ବିଜେଡି ଟିକେଟ୍ ପଛରେ ମାଇନ୍ସ ଲବି ? | Odisha Reporter
ଶାସକ ବିଜେଡିରେ କିଏ ହେବେ ପ୍ରାର୍ଥୀ ? ସେ ନିଷ୍ପତ୍ତି ନେଉଛନ୍ତି କି ଖଣି ମାଲିକ ? ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କୈଳାଶ କୁଲେସିକାଙ୍କ ଅଭିଯୋଗ ପରେ ଗତ ଦୁଇ ଦିନ ହେଲା ସେ ଚର୍ଚ୍ଚା ଲାଗି ରହିଛି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। କଂଗ୍ରେସରେ ଥିବା ବେଳେ ଲକ୍ଷ୍ମୀପୁରରେ ଥିବା କୋଡିଙ୍ଗାମାଳି ମାଇନ୍ସକୁ ଜୋରଦାର ବିରୋଧ କରିଥିଲେ କୈଳାଶ କୁଲେସିକା। ଆଉ ତାଙ୍କୁ ମ୍ୟାନେଜ କରିବାକୁ ଟିକେଟ ଥୋପ ଦେଇ ବିଜେଡି ତାଙ୍କୁ ଦଳରେ ସାମିଲ କରିଥିଲା। ତେଣୁ ବିଧାୟକ ହେବା ପରେ କୁଲେସିକା ପୁଣି ମାଇନ୍ସ ପାଇଁ କଣ୍ଟା ହେବାର ଆଶଙ୍କା କରି ତାଙ୍କ ଟିକେଟ କଟାଯାଇଥିବା ଚର୍ଚ୍ଚା ହେଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
