Advertisment

ବିଭାଜନ ଦିଗରେ ଅଜିତ ପାୱାରଙ୍କ ଏନସିପି!

ଏବେ ବାଜି ଓଲଟିବାର ସମ୍ଭାବନା ସୃଷ୍ଟି ହୋଇଛି। ଅଜିତ ପାୱାରଙ୍କ ସହ ଥିବା ଏନସିପିର ଅଧିକାଂଶ ବିଧାୟକ ଏବେ ଶରଦ ପାୱାରଙ୍କ ପାଖକୁ ଫେରିବାକୁ ଆଗ୍ରହ ଦେଖାଇଛନ୍ତି।

ajit Pawar

ajit Pawar

Advertisment

ବିଜେପି ସହ ହାତ ମିଳାଇ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ ପାୱାରଙ୍କ ଏନସିପି ଏବେ ବିଭାଜନ ଆଡ଼କୁ ଯାଉଥିବା ଖବର ପ୍ରକାଶ ପାଇଛି। ଏନସିପିର ପ୍ରତିଷ୍ଠା ଶରଦ ପାୱାରଙ୍କ ହାତ ଛାଡ଼ି ପୁତୁରା ଅଜିତ ପାୱାର ଦଳର ଅଧିକାଂଶ ବିଧାୟକଙ୍କୁ ଧରି ଗତବର୍ଷ ବିଜେପି ସହ ହାତ ମିଳାଇଥିଲେ। ଶରଦ ପାୱାରଙ୍କ ହାତରୁ ମୂଳ ଏନସିପି ଓ ଏହାର ଚିହ୍ନ ମଧ୍ୟ ଅଜିତ ପାୱାର ନେଇଯାଇଥିଲେ।

Advertisment

ହେଲେ ଏବେ ବାଜି ଓଲଟିବାର ସମ୍ଭାବନା ସୃଷ୍ଟି ହୋଇଛି। ଅଜିତ ପାୱାରଙ୍କ ସହ ଥିବା ଏନସିପିର ଅଧିକାଂଶ ବିଧାୟକ ଏବେ ଶରଦ ପାୱାରଙ୍କ ପାଖକୁ ଫେରିବାକୁ ଆଗ୍ରହ ଦେଖାଇଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସେମାନେ ଏନସିପି(ଶରଦ ଚନ୍ଦ୍ର ପାୱାର)ରେ ସାମିଲ ହେବେ ବୋଲି କୁହାଯାଉଛି।

ତେବେ ଅଜିତ ପାୱାରଙ୍କ ଥିବା ସମସ୍ତ ବିଧାୟକ କିମ୍ବା ନେତାଙ୍କୁ ଶରଦ ପାୱାର ଗ୍ରହଣ କରିବେ ନାହିଁ। ସେମାନଙ୍କ ମଧ୍ୟରୁ କେବଳ ୧୦ରୁ ୧୨ ଜଣଙ୍କୁ ଶରଦ ପାୱାର କ୍ଷମା କରି ନିଜ ସହ ସାମିଲ କରିପାରନ୍ତି।

Advertisment

ଏନସିପି(ଶରଦ ଚନ୍ଦ୍ର ପାୱାର) ବିଧାୟକ ରୋହିତ ପାୱାର ନିଶ୍ଚିତ କରିଛନ୍ତି ଯେ ୨୨ ଜଣ ଏନସିପି ବିଧାୟକ ଫେରିବାକୁ ଯୋଜନା କରିଛନ୍ତି। ସେ କହିଛନ୍ତି, “ସେମାନେ ଶରଦ ପାୱାରଙ୍କ କ୍ୟାମ୍ପରେ ସାମିଲ ହେବାକୁ ଚାହୁଁଛନ୍ତି। କିନ୍ତୁ ଏଯାଏ ଏହା ଉପରେ କୌଣସି ପ୍ରକାରର ନିଷ୍ପତ୍ତି ହୋଇନାହିଁ।

ବିଜେପି ପକ୍ଷରୁ ବିରୋଧୀଙ୍କ ଭୋଟ କାଟ କରିବାକୁ ଏନସିପିକୁ ସ୍ୱତନ୍ତ୍ର ଭାବେ ଲଢ଼ିବାକୁ କୁହାଯାଇପାରେ। ବିଜେପି ଏବେ ଅଜିତ ପାୱାରଙ୍କ ରାଜନୀତିକ ଗୁରୁତ୍ୱକୁ ହ୍ରାସ କରିବା ମୁଡରେ ରହିଛି।

ରାଜ୍ୟର ୨୮୮ଟି ବିଧାନସଭା ଆସନରଚ ଅଜିତ ପାୱାରଙ୍କୁ ବିଜେପି ସମ୍ଭବତଃ ୨୦ଟି ଆସନ ଦେଇପାରେ। ତେଣୁ ମେଣ୍ଟରୁ ଅଜିତ ପାୱାର ଓହରି ଯାଇ ପାରନ୍ତି।”

ଏନସିପି(ଶରଦ ଚନ୍ଦ୍ର ପାୱାର)ର ଜଣେ ରାଜନେତା କହିଛନ୍ତି, “ଅଜିତ ପାୱାରଙ୍କ ବିଶ୍ୱସ୍ତ ବିଧାୟକମାନେ ରାଜ୍ୟସଭାପତି ଜୟନ୍ତ ପାଟିଲଙ୍କୁ ଭେଟିଛନ୍ତି। ନିଶ୍ଚିତ ଗୋଟିଏ ରାଜନୀତିକ ଆଲୋଚନା ହୋଇଥିବ। ଭବିଷ୍ୟତରେ ସେମାନେ ଶରଦ ପାୱାରଙ୍କ କ୍ୟାମ୍ପରେ ଯୋଗ ଦେଇ ପାରନ୍ତି।”

ଲୋକସଭା ନିର୍ବାଚନରେ ଶରଦ ପାୱାରଙ୍କ ସଫଳତା ପରେ ଏବେ ଅଜିତ ପାୱାର କ୍ୟାମ୍ପରେ ହଇଚଇ ସୃଷ୍ଟି ହୋଇଛି।

Maharashtra NCP Ajit Pawar NCP MLA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe