ରତ୍ନଭଣ୍ଡାରରେ ରତ୍ନ ଅଛି ତ, ପ୍ରଶ୍ନ କଲେ ବିଜୟ

ବିଜେଡିର ‘ଜୟ ଜଗନ୍ନାଥ’ ସ୍ଲୋଗାନ ଅଭିଯାନକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଠାକୁରଙ୍କ ବନ୍ଦନା କରିବାରେ ଅସୁବିଧା ନାହିଁ । କିନ୍ତୁ ଧର୍ମକୁ ନେଇ ରାଜନୀତି ଅନାବଶ୍ୟକ ।

congress leader Bijay Pattnaik PhotoOR

କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ

Ordigital Desk
  • Published: Tuesday, 28 March 2023
  • Updated: 28 March 2023, 10:41 PM IST

Sports

Latest News

‘ଶଙ୍ଖ ମୋର ଗର୍ବ’ ଅଭିଯାନକୁ ବିଭିନ୍ନ ମହଲରୁ ସମାଲୋଚନା ହେବାପରେ ବିଜେଡି ପକ୍ଷରୁ ଆଜିଠୁ ‘ଜୟ ଜଗନ୍ନାଥ’ ସ୍ଲୋଗାନକୁ ନେଇ ନୂଆ ଅଭିଯାନ ଆରମ୍ଭ ହୋଇଛି । ତେବେ ବିଜେଡିର ଏହି ସ୍ଲୋଗାନକୁ ଉଭୟ ବିଜେପି ଓ କଂଗ୍ରେସ ତୀବ୍ର ସମାଲୋଚନା କରିଥିବାବେଳେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ଶାଣିତ ଢଙ୍ଗରେ ସମାଲୋଚନା କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରରେ ରତ୍ନ ଅଛି ତ ବୋଲି ବିଜୟ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିବାକୁ ନେଇ ବେଶ୍ ଗୁରୁତ୍ୱ ଦିଆଯାଉଛି । ୨୦୧୦-୧୩ ମସିହା ପର୍ଯ୍ୟନ୍ତ ମୁଖ୍ୟ ସଚିବ ଭାବେ ଶ୍ରୀ ପଟ୍ଟନାୟକ କାର୍ଯ୍ୟ କରିଥିବାରୁ ତାଙ୍କର ଏଭଳି ଆଶଙ୍କା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବିଜେଡିର ‘ଜୟ ଜଗନ୍ନାଥ’ ସ୍ଲୋଗାନ ଅଭିଯାନକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଠାକୁରଙ୍କ ବନ୍ଦନା କରିବାରେ ଅସୁବିଧା ନାହିଁ । କିନ୍ତୁ ଧର୍ମକୁ ନେଇ ରାଜନୀତି ଅନାବଶ୍ୟକ । ବିଜେପି ମାଇଲେଜ୍ ନେଇଯିବା ଭୟରେ ବିଜେଡିର ‘ଜୟ ଜଗନ୍ନାଥ’ ସ୍ଲୋଗାନ । କଂଗ୍ରେସ ଏସବରୁ ଊର୍ଦ୍ଧ୍ୱରେ ରହିଛି ଓ କଂଗ୍ରେସ ସବୁ ଧର୍ମକୁ ସମ୍ମାନ ଦିଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ରତ୍ନ ଅଛି କି ନାହିଁ ତାହା ଜଣାପଡ଼ିଲାନି । ରତ୍ନଭଣ୍ଡାରର ଚାବିକୁ ନେଇ ସମସ୍ତେ ଅନ୍ଧାରରେ ଅଛନ୍ତି । ବ୍ରହ୍ମ ବିଭ୍ରାଟ ଲୁଚେଇବାକୁ ଉଦ୍ୟମ ହେଉଛି । ସେଥିରେ ବି ସ୍ପଷ୍ଟତା ଆସିବା ଦରକାର ।

Also Read

ସେହିପରି କଂଗ୍ରେସ ବିଧାୟକ ସିଏସ ରାଜନ ଏକ୍କା କହିଛନ୍ତି ଯେ, ଭଗବାନଙ୍କ ଭିତରେ ଭେଦଭାବ ସୃଷ୍ଟି କରାଯାଉଛି । କିଏ ଜୟ ଶ୍ରୀରାମ କହିଲା କିଏ ଜୟ ଜଗନ୍ନାଥ କହିଲାଣି । ନିର୍ବାଚନ ଆସୁଥିବାରୁ ଏଭଳି ଟ୍ରେଣ୍ଡ ଆରମ୍ଭ ହୋଇଛି । ପରାଜୟ ଆଗକୁ ଆସୁଛି, ସେଥିପାଇଁ ଡର ପଶିଯାଇଛି । ଆମେ ସମସ୍ତେ ଭାରତବାସୀ ଓ ଓଡ଼ିଶାବାସୀ । ମୁଁ ଜଣେ ଖ୍ରୀଷ୍ଟିୟାନ, ମୁଁ କିଛି ଭେଦଭାବ କରେନି । ଆରମ୍ଭରୁ ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ କହୁଛୁ ।

ଅନ୍ୟପକ୍ଷରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କଟାକ୍ଷ କରିବା ଅର୍ଥ ସମଗ୍ର ଓଡ଼ିଆଙ୍କ ସ୍ୱାଭିମାନକୁ ନିନ୍ଦା କରିବା । ଜୟ ଜଗନ୍ନାଥ କହିବା ହେଉଛି ଏକତା ଓ ସମନ୍ୱୟର ପରିଚୟ । ବିଜେଡି ଏହା କହୁନି, ଓଡ଼ିଶାବାସୀ କହୁଛନ୍ତି । ଓଡ଼ିଶାବାସୀଙ୍କ ସ୍ୱର ଭାବେ ବିଜେଡି ପରିଚିତ ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos