ପାଣ୍ଡିଆନ କରିଛନ୍ତି କି ଷଡ଼ଯନ୍ତ୍ର: ନିର୍ବାଚନ ରେଜଲ୍ଟ ଆସିବା ଆଗରୁ ପତ୍ନୀ ଓ ପିଲାଙ୍କୁ ପଠାଇ ଦେଇଥିଲେ ବିଦେଶ

ପାଣ୍ଡିଆନ ଏପ୍ରିଲ ୧୮ତାରିଖରେ କରିଥିବା ଏକ ସତ୍ୟପାଠ ଏବେ ସାର୍ବଜନୀନ ହୋଇଛି । ଯେଉଁଥିରେ ସେ ତାଙ୍କ ଆଇଏଏସ୍ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସମେତ ୨୦ବର୍ଷର ପୁଅ ଓ ୧୫ବର୍ଷର ଝିଅକୁ ଜୁନ୍ ୧ରୁ ୧୨ତାରିଖ ପର୍ଯ୍ୟନ୍ତ ଇଟାଲୀ ଯିବା ପାଇଁ ସମ୍ମତି ଦେଇଥିବା ଦେଖିବାକୁ ମିଳିଛି ।

VK Pandian PhotoOR

ବିଜେଡି ନେତା ଭି.କେ ପାଣ୍ଡିଆନ୍‌

Ordigital Desk
  • Published: Saturday, 08 June 2024
  • Updated: 08 June 2024, 06:22 PM IST

Sports

Latest News

ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଶୋଚନୀୟ ପରାସ୍ତ ହେବ ବୋଲି ଦଳର ସର୍ବେସର୍ବା ଭିକେ ପାଣ୍ଡିଆନ ଆଗରୁ ଆଭାସ ପାଇସାରିଥିଲେ । ସମ୍ଭବତଃ ସେଥିପାଇଁ ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଦେଶ ପଠାଇ ଦେଇଥିଲେ । ପରିବାରକୁ ଇଟାଲୀ ପଠାଇବାକୁ ନେଇ ପାଣ୍ଡିଆନ କରିଥିବା ସତ୍ୟପାଠ ଆଜି ସାର୍ବଜନୀନ ହେବା ପରେ ଏସବୁ ତାଙ୍କ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ଅନୁସାରେ, ପାଣ୍ଡିଆନ ଏପ୍ରିଲ ୧୮ତାରିଖରେ କରିଥିବା ଏକ ସତ୍ୟପାଠ ଏବେ ସାର୍ବଜନୀନ ହୋଇଛି । ଯେଉଁଥିରେ ସେ ତାଙ୍କ ଆଇଏଏସ୍ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସମେତ ୨୦ବର୍ଷର ପୁଅ ଓ ୧୫ବର୍ଷର ଝିଅକୁ ଜୁନ୍ ୧ରୁ ୧୨ତାରିଖ ପର୍ଯ୍ୟନ୍ତ ଇଟାଲୀ ଯିବା ପାଇଁ ସମ୍ମତି ଦେଇଥିବା ଦେଖିବାକୁ ମିଳିଛି । ଏହାଠୁ ମଧ୍ୟ ଅଧିକ ଆଶ୍ଚର୍ଯ୍ୟର କଥା ହେଉଛି, ପାଣ୍ଡିଆନଙ୍କ ଆଇଏଏସ୍ ପତ୍ନୀ ସୁଜାତାଙ୍କୁ ରାଜ୍ୟ ସରକାର ଝିଅର ମାଟ୍ରିକ ପରୀକ୍ଷା ପାଇଁ ମେ’ ୩୧ରୁ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ୬ମାସ ଛୁଟି ମଞ୍ଜୁର କରିଛନ୍ତି । ଯଦିଓ ସୁଜାତା ନିଜର ପୁଅଝିଅଙ୍କୁ ଧରି ବିଦେଶରେ ଛୁଟି ବିତାଉଛନ୍ତି । ଝିଅର ମାଟ୍ରିକ ପରୀକ୍ଷା ପାଇଁ ଛୁଟି ଅନୁମୋଦନ କରିଥିବା ରାଜ୍ୟ ସରକାର କିଭଳି ସୁଜାତାଙ୍କୁ ବିଦେଶରେ ଛୁଟି ବିତାଇବା ନିମନ୍ତେ ଅନୁମତି ଦେଲେ ତାହା ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ସୁଜାତା ସପରିବାର ବିଦେଶ ଯିବା ସମ୍ଭବପର ନୁହେଁ । ତେବେ ସାଧାରଣ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ପାଣ୍ଡିଆନ କାହିଁକି ନିଜର ପରିବାରକୁ ଇଟାଲୀ ପଠାଇ ଦେଇଥିଲେ ତାକୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି ।

ଏପଟେ ବିଜେଡି ସୂତ୍ର ଅନୁସାରେ, ନିର୍ବାଚନ ଫଳାଫଳ ଆସିବାର ୨ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ ୨ତାରିଖରେ ମୋବାଇଲରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦଳର ବରିଷ୍ଠ ନେତାମାନଙ୍କ ସହ ପାଣ୍ଡିଆନ ନିର୍ବାଚନ ଫଳାଫଳ ପ୍ରସଙ୍ଗରେ ଆଲୋଚନା କରି  ବିଜେଡିର ବିଧାନସଭାରେ ଆସନ ସଂଖ୍ୟା ୧୧୦ରୁ କଦାପି କମିବ ନାହିଁ ବୋଲି ଦୃଢ଼ୋକ୍ତି ବାଢ଼ିଥିଲେ ।  ଏପରିକି ତାଙ୍କର ସବୁ ସର୍ଭେ ବିଜେଡିକୁ ମିଳୁଥିବା ସଫଳତାର ରିପୋର୍ଟ ଦେଇଛନ୍ତି ବୋଲି କହିବାକୁ ପଛାଇ ନଥିଲେ । ପାଣ୍ଡିଆନଙ୍କ ଏହି ଭିଡିଓ କନଫରେନ୍ସିଂ କଲରେ ଦଳର ଆଗଧାଡ଼ିର ନେତାମାନଙ୍କ ସମେତ ତତକାଳୀନ ନିଲମ୍ବିତ ଆଇପିଏସ୍ ଡିଏସ୍ କୁଟ୍ଟେ ଓ ତତକାଳୀନ ଆଇଟି ସଚିବ ମନୋଜ ମିଶ୍ର ମଧ୍ୟ ରହିଥିଲେ । ନିର୍ବାଚନ ଗଣତି କେନ୍ଦ୍ରଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଦଳୀୟ ନେତାମାନଙ୍କୁ ପାଣ୍ଡିଆନ ପରାମର୍ଶ ଦେଇଥିଲେ ।ପୂର୍ବରୁ ନିର୍ବାଚନୀ ସଭାଗୁଡ଼ିକରେ ମଧ୍ୟ ପାଣ୍ଡିଆନ ଅଧିକ ଆତ୍ମବିଶ୍ୱାସ ଦେଖାଇ ବିଜେଡି ରାଜ୍ୟରେ ସରକାର ନକଲେ ସେ ସବୁଦିନ ପାଇଁ ରାଜନୀତିରୁ ସନ୍ୟାସ ନେଇଯିବେ ବୋଲି ଘୋଷଣା କରିଥିଲେ ।

ତେବେ ପ୍ରଶ୍ନ ଉଠୁଛି, ଯଦି ପାଣ୍ଡିଆନ ରାଜ୍ୟରେ ବିଜେଡି ସରକାର ଗଠନ କରିବ ବୋଲି ଦୃଢ଼ ନିଶ୍ଚିତ ଥିଲେ, ତା’ହେଲେ ନବୀନ ପଟ୍ଟନାୟକଙ୍କ ଶପଥ ସମାରୋହ(ଯଦି ବିଜେଡି ଜିତିଥାନ୍ତା)ରୁ ତାଙ୍କ ପରିବାର (ଆଇଏଏସ୍ ପତ୍ନୀ ସୁଜାତା)ଙ୍କୁ କାହିଁକି ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଥିଲେ । ବିଜେଡି ସରକାରରେ ସୁଜାତାଙ୍କ ଭୂମିକା କ’ଣ ଥିଲା ଓ ମିଶନ ଶକ୍ତି ପରିଚାଳନା ଆଳରେ ସୁଜାତା କିଭଳି ଏସଏଚଜି ସହ ଜଡ଼ିତ ବିଜେଡିର ମହିଳା ନେତ୍ରୀମାନଙ୍କୁ ନିୟନ୍ତ୍ରଣ କରୁଥିଲେ ତାହା ଦଳର ସମସ୍ତଙ୍କୁ ଜଣାଥିଲା । ୨୦୧୯ ମସିହାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପଂଚମପାଳି ସରକାରର ଶପଥ ସମାରୋହ ଉତ୍ସବରେ ସୁଜାତାଙ୍କୁ ବେଶ୍ ସକ୍ରିୟ ଭୂମିକାରେ ଦେଖିବାକୁ ମିଳିଥିଲା । ଆଉ ପାଣ୍ଡିଆନ ନିଜେ ରାଜ୍ୟବ୍ୟାପୀ ପ୍ରଚାରର ମଙ୍ଗ ଧରିଥିବାରୁ ବିଜେଡି ଜିତିଥିଲେ ସବୁଠୁ ବେଶୀ ଶ୍ରେୟ ପାଣ୍ଡିଆନଙ୍କୁ ମିଳିଥାନ୍ତା ଏବଂ ତାଙ୍କର ଏହି ଖୁସିବେଳେ ତାଙ୍କ ପତ୍ନୀ ଓ ପିଲା କିଭଳି ରହିନଥାନ୍ତେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

Also Read

ନିର୍ବାଚନ ଫଳାଫଳ ଆସିବାର ମାତ୍ର ୩ଦିନ ପୂର୍ବରୁ ପରିବାରକୁ ଇଟାଲୀ ପଠାଇବା ଦେବା, ଆଇଏଏସ୍ ପତ୍ନୀ ସୁଜାତା ଝିଅର ମାଟ୍ରିକ ପରୀକ୍ଷା ନାଁରେ ମେ’ ୩୧ରୁ ୬ମାସ ଛୁଟି ନେବା ଏବଂ  ଏବେ ପୁଅ-ଝିଅଙ୍କୁ ଧରି ସୁଜାତା ଇଟାଲୀରେ ଛୁଟି ବିତାଇବା ଘଟଣା ପଛରେ ପାଣ୍ଡିଆନଙ୍କ ସୁଚିନ୍ତିତ ଷଡ଼ଯନ୍ତ୍ର ରହିଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

ଉଲ୍ଲେଖଯୋଗ୍ୟ, ପାଣ୍ଡିଆନ ୨୦୨୨ ଜୁନ୍ ମାସରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଇଟାଲୀ ଯାଇଥିଲେ । ଏବେ ପୁଣିଥରେ ସେହି ଇଟାଲୀକୁ ପତ୍ନୀ ଓ ପିଲାଙ୍କୁ ପଠାଇଥିବା ପାଣ୍ଡିଆନ ସେଠାରେ ନିଜର କିଛି ପୁଞ୍ଜିନିବେଶ କରିଥିବା ନେଇ ସନ୍ଦେହ ମଧ୍ୟ ସାଧାରଣରେ ସନ୍ଦେହ ଓ ଚର୍ଚ୍ଚା ଲାଗିରହିଛି ।

ରାଜ୍ୟରେ ନିର୍ବାଚନ ପ୍ରଚାରବେଳେ ବିଜେପି କ୍ରମାଗତ ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ଉଠାଇ ପାଣ୍ଡିଆନଙ୍କୁ ବାହାର ରାଜ୍ୟର ଲୋକ ଓ ତାମିଲ କହି ସମାଲୋଚନା କରିଥିଲା । ଓଡ଼ିଆ ଅସ୍ମିତା ପ୍ରସଙ୍ଗ ସାଧାରଣ ଲୋକଙ୍କ ମୁଡ୍ ବଦଳାଉଥିବା ନେଇ ସୂଚନା ସତ୍ତ୍ୱେ ପାଣ୍ଡିଆନ ଓଲଟା ଅଧିକ ଆକ୍ରମଣାତ୍ମକ ହୋଇ ପ୍ରଚାର ଜାରି ରଖିଥିଲେ । ଆଉ ଏପଟେ ପରିବାରକୁ ବିଦେଶ ପଠାଇବାର ସବୁ ବନ୍ଦୋବସ୍ତ ମଧ୍ୟ କରିବା ସହ ଆଇଏଏସ୍ ପତ୍ନୀଙ୍କ ୬ମାସ ଛୁଟିକୁ ମଧ୍ୟ ମଞ୍ଜୁର କରାଇ ଦେଇଥିଲେ । ଏହି ସମସ୍ତ ଘଟଣାକ୍ରମ ପାଣ୍ଡିଆନଙ୍କ ବିଜେଡିକୁ ବୁଡ଼ାଇବାର ଷଡ଼ଯନ୍ତ୍ର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story