Advertisment

ପାଣ୍ଡିଆନ ଓ ଅଚ୍ୟୁତଙ୍କୁ ବିଜେପିର କଟାକ୍ଷ

ଗତକାଲି ପ୍ରତ୍ୟକ୍ଷ ରାଜନୀତିରୁ ଓହରିବା ନେଇ ଘୋଷଣା କରିଥିଲେ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ।

author-image
Tapaswini Nayak
ଅଦ୍ୟତନ ହୋଇଛି
V.k Pandian and Acyuta samant

V.k Pandian and Acyuta samant

ବିଜେଡିର ଶୋଚନୀୟ ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ପୂର୍ବତନ ବିଜେଡି ନେତା ଭି.କେ ପାଣ୍ଡିଆନ ଓ ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ। ପାଣ୍ଡିଆନ ଓ ଅଚ୍ୟୁତ ରାଜନୀତିରୁ ସନ୍ନ୍ୟାସ ନେବା ପରେ ଉଭୟଙ୍କୁ କଟାକ୍ଷ କରିଛି ବିଜେପି।

Advertisment

ଭି.କେ ପାଣ୍ଡିଆନ ରାଜନୀତିରୁ ଅବସର ନେବା ପ୍ରସଙ୍ଗକୁ କଟାକ୍ଷ କରି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଭିକେ ପାଣ୍ଡିଆନ କ’ଣ ରାଜନୀତିରେ ଥିଲେ? ନବୀନ ବାକୁ ତାଙ୍କୁ ରାଜନୀତିରେ ବସାଇଥିଲେ। ଯେଭଳି ଭିକାରୀର ବୈରାଗ୍ୟ ଅର୍ଥହୀନ, ଠିକ୍ ସେହିଭଳି ରାଜ୍ୟରେ ତାଙ୍କର କୌଣସି ସ୍ଥିତି ନାହିଁ। 

ସେହିପରି ଦିଲ୍ଲୀରୁ ଫେରି ଅଚ୍ୟୁତ ସାମନ୍ତଙ୍କ ରାଜନୀତିରୁ ସନ୍ନ୍ୟାସ ନେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କନ୍ଧମାଳ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ। ସେ କହିଛନ୍ତି, ଏପରି ଅବସର ନେବାର କିଛି ପ୍ରାସଙ୍ଗିକତା ନାହିଁ। ସ୍ୱାର୍ଥ ପୂର୍ତ୍ତି ପାଇଁ ସବୁ କଥା କରିବା ଓ ସ୍ୱାର୍ଥ ପୂର୍ତ୍ତି ନ ହେଲେ ସନ୍ନ୍ୟାସ ନେଇଯିବା ଏହା ଲୋକସେବାର ଲକ୍ଷଣ ନୁହେଁ ଓ ଭୀରୁତାର ଲକ୍ଷଣ। ଏବେ ଅବସର ନେଇଛନ୍ତି ବୋଲି କହୁଛନ୍ତି। ଆଉ ୪/୫ ବର୍ଷ ପରେ ପୁଣି ଆସି ମିଶିଯିବେ। 

Advertisment

ଗତକାଲି ପ୍ରତ୍ୟକ୍ଷ ରାଜନୀତିରୁ ଓହରିବା ନେଇ ଘୋଷଣା କରିଥିଲେ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ। ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଥିଲେ। ଚଳିତ ନିର୍ବାଚନରେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଲଢ଼ି ପରାଜିତ ହୋଇଛନ୍ତି ଅଚ୍ୟୁତ ସାମନ୍ତ।

Bjp Vk Pandian BjD Acyuta Samant