Advertisment

'ଓଡ଼ିଶା ପାଇଁ ଏ‌ହା ଲଜ୍ଜାକର ଓ ଦୁର୍ଭାଗ୍ୟଜନକ ଘଟଣା'

ସାରା ଭାରତ ବର୍ଷରେ ମଦ କାରବାର ଏବଂ ଏତେ ଟଙ୍କା ମିଳିବାକୁ ନେଇ ବଦନାମ ମୁଣ୍ଡାଉଛି ଆମ ରାଜ୍ୟ ଓଡ଼ିଶା। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି।

author-image
Manoj Swain

ରାଜ୍ୟରେ ଏବେ ଚାରିଆଡ଼େ ଖାଲି କୋଟି କୋଟି ଟଙ୍କାର ଚର୍ଚ୍ଚା। ଏତେ ପରିମାଣରେ ଟଙ୍କା ଦେଖିନଥିବା ରାଜ୍ୟବାସୀ ପ୍ରଥମଥର ପାଇଁ ଦେଖୁଛନ୍ତି ଏତେ ଟଙ୍କା। ସାରା ଭାରତ ବର୍ଷରେ ମଦ କାରବାର ଏବଂ ଏତେ ଟଙ୍କା ମିଳିବାକୁ ନେଇ ବଦନାମ ମୁଣ୍ଡାଉଛି ଆମ ରାଜ୍ୟ ଓଡ଼ିଶା। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ, ବିଜେଡି ସରକାରଙ୍କ ଅନେକ ନେତା ଓ ମନ୍ତ୍ରୀ ଧୀରଜ ସାହୁଙ୍କ ସହ ଲିଙ୍କରେ ଅଛନ୍ତି। ସରକାର ଆଜି କାଠଗଡାରେ ଛିଡା ହୋଇଥିବା ବେଳେ ମୁଖିଆ କାହିଁକି ନୀରବ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ ମନମୋହନ ସାମଲ।

Advertisment
Odisha Bjp ITRaid