Advertisment

‘କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ ସରପ୍ରାଇଜ ଦେବେ’

ଗତକାଲି ବିଜେଡି ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ ବୋଲି ଘୋଷଣା କରିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Debasish Samantaray

Debasish Samantaray

‘ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ବହୁତ ବଡ଼ ସୁଯୋଗ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି।’ ଏଭଳି କିଛି କହିଛନ୍ତି ରାଜ୍ୟସଭା ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ। ଗତକାଲି ବିଜେଡି ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ ବୋଲି ଘୋଷଣା କରିଥିଲା।

Advertisment

ସେ ଆହୁରି କହିଛନ୍ତି, ଓଡ଼ିଶାରେ ଯାହା ସମସ୍ୟା ରହିଛି ମୁଁ ସଂସଦରେ ଉପସ୍ଥାପନ କରିବି। କଟକ-ବାରବାଟୀରେ ଅନେକ ସମସ୍ୟା ରହିଛି। ତାକୁ ମଧ୍ୟ ସଂସଦରେ ଉପସ୍ଥାପନ କରିବି। କଟକ-ବାରବାଟୀ ଭାଇଉଉଣୀଙ୍କ ପାଇଁ ମୁଁ ରାଜ୍ୟସଭା ଯିବି। ପୌର ନିର୍ବାଚନରେ ସେମାନେ ସେହି ବିଶ୍ୱାସ ମୋତେ ଦେଇପାରିଥିଲେ। ୨୮ଟି କର୍ପୋରେଟର ବାରବାଟୀରୁ ଜିତିଥିଲେ ଓ  ମେୟର ମଧ୍ୟ ୩୦ ହଜାରରୁ ଅଧିକ ଭୋଟରେ ଜିତିଥିଲେ। ସେମାନଙ୍କର ସେହି ବିଶ୍ୱାସ ପାଇଁ ମୁଁ ଆଜି ରାଜ୍ୟସଭାକୁ ଯାଇପାରିଛି। ମୁଁ କଟକବାସୀ ପାଇଁ ଲଢ଼ିପାରିବି ବୋଲି ସେମାନଙ୍କର ମୋ ଉପରେ ବିଶ୍ୱାସ ରହିଛି।

କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ ସରପ୍ରାଇଜ ଦେବେ କି ପ୍ରଶ୍ନରେ ଦେବାଶିଷ କହିଛନ୍ତି, କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ଘୋଷଣା ବେଳେ ନବୀନ ବାବୁ ସରପ୍ରାଇଜ ଦେବେ। ଏଥିରେ କିଛି କହିବାର ନାହିଁ। ଏଥିପାଇଁ ଅପେକ୍ଷା କରନ୍ତୁ। କଟକ-ବାରବାଟୀ ବିଜୁବାବୁଙ୍କ ଜନ୍ମମାଟି। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନିଅନ୍ତି, ଭାବିଚିନ୍ତି ନିଅନ୍ତି।

Advertisment

ଦେବାଶିଷ ଆହୁରି କହିଛନ୍ତି, କଟକ-ବାରବାଟୀରେ ଯିଏ ନିର୍ବାଚନ ଲଢ଼ିବ, ମୁଁ ତା’ ପାଇଁ ପ୍ରଚାର କରିବି। ଏପରିକିକି ଜଗତସିଂହପୁରରେ ଯାଇ ମଧ୍ୟ ପ୍ରଚାର କରିବି। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ, ଯାହା ନିର୍ଦ୍ଦେଶ ଦେବେ ତାହା ପାଳନ କରିବି। ନିର୍ବାଚନରେ ଏଥର ବଜେଡି ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି।

BjD Debasish Samantaray