Advertisment

ଓଡ଼ିଶାରେ ସରକାର ବଦଳିବାର ସମୟ ଆସିଛି: ଅରୁଣ ଗୋଭିଲ୍

ରାମାୟଣ ଧାରାବାହିକରେ ରାମ ଚରିତ୍ରରେ ଅଭିନୟ କରି ସାରା ଦେଶରେ ପରିଚିତି ପାଇଥିବା ଅରୁଣ ଗୋଭିଲ୍ ଓଡ଼ିଶା ଆସି ବିଜେପି ପାଇଁ ମାରାଥନ୍ ପ୍ରଚାର କରିଛନ୍ତି।

author-image
Biswajit Samal
Arun Govil

Arun Govil

ଓଡ଼ିଶାରେ ଲୋକଙ୍କ ଉତ୍ସାହ ଦେଖି ଲାଗୁଛି ଏଠି ସରକାର ବଦଳିବାର ସମୟ ଆସିଛି। ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଯୋଗୁଁ ରାମ ମନ୍ଦିର ହୋଇ ପାରିଛି। ଏଠି ବି ବିଜେପି ସରକାର ଆଣନ୍ତୁ ବୋଲି ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ବିଜେପି ନେତା ଅରୁଣ ଗୋଭିଲ୍।

Advertisment

ରାମାୟଣ ଧାରାବାହିକରେ ରାମ ଚରିତ୍ରରେ ଅଭିନୟ କରି ସାରା ଦେଶରେ ପରିଚିତି ପାଇଥିବା ଅରୁଣ ଗୋଭିଲ୍ ଓଡ଼ିଶା ଆସି ବିଜେପି ପାଇଁ ମାରାଥନ୍ ପ୍ରଚାର କରିଛନ୍ତି। କେନ୍ଦୁଝର ଚମ୍ପୁଆ ଓ ତେଲକୋଇରେ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି। ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି, ଓଡ଼ିଶାରେ ଭଲ କରିବେ ଓ ଏଠି ବିଜେପି ସରକାର ଆସିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଓଡ଼ିଶାରେ ରିଲ୍ ରାମଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି।

ଚମ୍ପୁଆ ପରେ ତେଲକୋଇ ସହ ଢେଙ୍କାନାଳ ଓ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ବି ପ୍ରଚାର କରିବେ ଅରୁଣ ଗୋଭିଲ୍। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବାଲିପାଟଣାର ଗୋରୁହାଟ ପଡ଼ିଆରେ ନିର୍ବାଚନୀ ସଭାରେ ଯୋଗ ଦେବେ।

Advertisment
2024 General Election Loka Sabha Election 2024 Odisha Assembly Election 2024 Arun Govil