ECI
ଲୋକସଭା ନିର୍ବାଚନ ଶେଷ ହେବା ମାତ୍ରେ ଜମ୍ମୁ-କଶ୍ମୀରରେ ବିଧାନସଭା ପାଇଁ ଭୋଟ ପଡ଼ିବ। ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏପରି ଘୋଷଣା କରିଛନ୍ତି। ଆଜି ଦେଶର ସମସ୍ତ ୫୪୩ ଲୋକସଭା ଆସନ ଓ ୪ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି।
ଦେଶର ଅନ୍ୟ ରାଜ୍ୟଗୁଡ଼ିକ ଭଳି ଜମ୍ମୁ-କଶ୍ମୀରରରେ ଲୋକସଭା ନିର୍ବାଚନ ହେବ। କିନ୍ତୁ ବିଧାନସଭା ନିର୍ବାଚନ କେବେ ହେବ, ସେନେଇ ମୁଖ୍ୟ ନିର୍ବାଚନ କମିଶରଙ୍କୁ ପ୍ରଶ୍ନ କରାଯାଇଥିଲା।
ଏହାର ଉତ୍ତରରେ ରାଜୀବ କୁମାର କହିଛନ୍ତି, ସୁରକ୍ଷା କାରଣରୁ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ସମ୍ଭବ ପର ନୁହେଁ ବୋଲି ଅଧିକାରୀମାନେ ବିଚାରକୁ ନେଇଛନ୍ତି। କିନ୍ତୁ କମିଶନ ସେଠାରେ ନିର୍ବାଚନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଲୋକସଭା ନିର୍ବାଚନ ପରେ ସେଠାରେ ଭୋଟିଂ ହେବ।
ଜମ୍ମୁ-କଶ୍ମୀରର ସବୁ ରାଜନୀତିକ ଦଳ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ କରିବାକୁ ପ୍ରସ୍ତାବ ରଖିଥିଲେ। କିନ୍ତୁ ପ୍ରଶାସନିକ ସ୍ତରରେ ଏକକ ନିର୍ବାଚନ କରିବା ସମ୍ଭବ ପର ନୁହେଁ ବୋଲି କୁହାଯାଇଥିଲା। ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୦ରୁ ୧୨ ପ୍ରାର୍ଥୀ ରହିପାରନ୍ତି।
ଏହାର ଅର୍ଥାତ ନିର୍ବାଚନ ମୈଦାନକୁ ୧ ହଜାରରୁ ଅଧିକ ପ୍ରାର୍ଥୀ ଓହ୍ଲାଇବେ। ସମସ୍ତ ପ୍ରାର୍ଥୀଙ୍କୁ ସୁରକ୍ଷା ଯୋଗାଇ ଦେବାର ରହିଛି। ତେଣୁ ଏହା କେବେ ହେଲେ ସମ୍ଭବ ହେବ ନାହିଁ। କିନ୍ତୁ ଆମେ ସେଠାରେ ନିର୍ବାଚନ ଶୀଘ୍ର କରିବୁ ବୋଲି ରାଜୀବ କୁମାର ମତ ରଖିଛନ୍ତି।
ନିର୍ବାଚନ କମିଶନରଙ୍କ ଘୋଷଣା ଅନୁଯାୟୀ, ଜମ୍ମୁ-କଶ୍ମୀରର ୫ଟି ଲୋକସଭା ଆସନ ପାଇଁ ଭୋଟିଂ ୫ଟି ପର୍ଯ୍ୟାୟରେ ହେବ। ଏପ୍ରିଲ ୧୯, ଏପ୍ରିଲ ୨୬, ମେ’ ୭, ମେ’ ୧୩ ଓ ମେ’ ୨୦ରେ ଜମ୍ମୁ-କଶ୍ମୀରବାସୀ ଲୋକସଭା ନିର୍ବାଚନ ପାଇଁ ଭୋଟ ଦେବେ।
ଜମ୍ମୁ-କଶ୍ମୀରରେ ଶେଷଥର ପାଇଁ ୨୦୧୪ରେ ବିଧାନସଭା ନିର୍ବାଚନ ହୋଇଥିଲା। ୨୦୧୮ ମସିହା ଜୁନ ମାସରେ ବିଜେପି-ପିଡିପି ସରକାର ଭାଙ୍ଗିବା ପରେ ଆଉ ସେଠାରେ ନିର୍ବାଚନ ହୋଇନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/ECI_1710594940.jpg)