Advertisment

ଭୋଟ ଗଣତି ପୂର୍ବରୁ ଜମ୍ମୁ-କଶ୍ମୀରକୁ ମିଳିଗଲେ ୫ ବିଧାୟକ, କଂଗ୍ରେସର ଜୋରଦାର ବିରୋଧ

ନୂଆ ସରକାର ଗଠନ ହେବା ପରେ ମନୋନୀତି ସଦସ୍ୟଙ୍କୁ ବିଧାନସଭାକୁ ପଠାଯାଏ। କିନ୍ତୁ ଏହାପୂର୍ବରୁ ଏଦିଗରେ ପଦକ୍ଷେପ ନେବା ଜନାଦେଶ ସହ ଧୋକା ସହ ସମାନ ହେବ ବୋଲି କଂଗ୍ରେସ କହିଛି।

Kashmir

Kashmir

Advertisment

ଆସନ୍ତା ଅକ୍ଟୋବର ୮ ତାରିଖରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ। ହେଲେ ଏହା ପୂର୍ବରୁ ଜମ୍ମୁ-କଶ୍ମୀର ବିଧାନସଭାକୁ ମିଳିଛି ୫ ବିଧାୟକ। ଉପ ରାଜ୍ୟପାଳ ନିଜ ଆଡ଼କୁ ବିଧାନସଭାକୁ ୫ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି। ଜମ୍ମୁ-କଶ୍ମୀରରେ ନୂଆ ସରକାର ଗଠନ ପୂର୍ବରୁ ବିଧାନସଭା ପାଇଁ ସଦସ୍ୟ ମନୋନୀତ କରାଯାଇଥିବାରୁ ଏହାକୁ କଂଗ୍ରେସ ଜୋରଦାର ବିରୋଧ କରିଛି।

Advertisment

ଜମ୍ମୁ-କଶ୍ମୀର ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ଉପସଭାପତି ରବୀନ୍ଦ୍ର ଶର୍ମା କହିଛନ୍ତି, “ଆମେ ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ଦ୍ୱାରା ମନୋନୀତି ହୋଇଥିବା ୫ ବିଧାୟକଙ୍କୁ ବିରୋଧ କରୁଛୁ। ସରକାର ଗଠନ ପୂର୍ବରୁ ସଦସ୍ୟଙ୍କୁ ମନୋନୀତ କରିବା ଠିକ ନୁହେଁ। ଏହା ଗଣତନ୍ତ୍ର ଉପରେ ଆକ୍ରମଣ। ଲୋକଙ୍କ ଜନାଦେଶ ବିରୋଧୀ। ସମ୍ବିଧାନର ମୂଳ ଭାବନାକୁ ଏହା ଆଘାତ ପହଞ୍ଚାଇଛି।”

ନୂଆ ସରକାର ଗଠନ ହେବା ପରେ ମନୋନୀତି ସଦସ୍ୟଙ୍କୁ ବିଧାନସଭାକୁ ପଠାଯାଏ। କିନ୍ତୁ ଏହାପୂର୍ବରୁ ଏଦିଗରେ ପଦକ୍ଷେପ ନେବା ଜନାଦେଶ ସହ ଧୋକା ସହ ସମାନ ହେବ ବୋଲି କଂଗ୍ରେସ କହିଛି।

Advertisment

ସଦସ୍ୟଙ୍କୁ ମନୋନୀତ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପରାମର୍ଶ ଦେଇଥିଲା ଓ ଏହାକୁ ଉପ ରାଜ୍ୟପାଳ ଅନୁମୋଦନ ଦେଇଛନ୍ତି। Jammu and Kashmir Reorganisation Act, 2019 ଅନୁଯାୟୀ ଉପ ରାଜ୍ୟପାଳ ସଂଖ୍ୟାଲଘୁ ସଂପ୍ରଦାୟର ୫ ଜଣ ସଦସ୍ୟଙ୍କୁ ବିଧାନସଭାକୁ ମନୋନୀତି କରିବାର ପ୍ରାବଧାନ ରହିଛି।

ଏଥିଯୋଗୁ ବିଧାନସଭାର ଆସନ ସଂଖ୍ୟା ୯୦ରୁ ୯୫କୁ ବୃଦ୍ଧି ପାଇଛି। ଏଠାରେ ମ୍ୟାଜିକ ନମ୍ବର ମଧ୍ୟ ୪୮କୁ ବଢ଼ିଛି। ତେବେ ଏପରି ବ୍ୟବସ୍ଥାକୁ କଂଗ୍ରେସ ବିରୋଧ କରିବା ସହ ନିର୍ବାଚନ ଜିତିବାକୁ ଏହା ବିଜେପିର ଚାଲ ବୋଲି କହିଛି।

Jammu and Kashmir Reorganisation Act, 2019 ଅନୁଯାୟୀ ଉପ ରାଜ୍ୟପାଳ କଶ୍ମୀର ପଣ୍ଡିତ ଓ ପାକିସ୍ତାନ ଦଖଲରେ ଥିବା ଜମ୍ମୁ-କଶ୍ମୀର ବା ପିଓକେରୁ ଆସିଥିବା ଲୋକଙ୍କ ମଧ୍ୟରୁ ୫ ଜଣଙ୍କୁ ବିଧାନସଭାକୁ ମନୋନୀତ କରିପାରିବେ।

ହେଲେ କଂଗ୍ରେସର କହିବା ଯେ ନୂଆ ସରକାର ଗଠନ ହେବା ପରେ ମନ୍ତ୍ରୀ ପରିଷଦର ପରାମର୍ଶକ୍ରମେ ଉପ ରାଜ୍ୟପାଳ ସଦସ୍ୟ ଚୟନ କରିପାରିବେ। ହେଲେ ଉପ ରାଜ୍ୟପାଳ ଆଗୁଆ ୫ ସଦସ୍ୟଙ୍କୁ ମନୋନୀତ କରିଛନ୍ତି।

Jammu Kashmir Jammu Kashmir Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe