ଜମ୍ମୁ କଶ୍ମୀର ଯୁବା ଏବେ ଆଉ ହାତରେ ପଥରେ ନୁହେଁ, ଖାତା-କଲମ ନେଇ ଯାଉଛନ୍ତି। ନିର୍ବାଚନୀ ପ୍ରଚାର ସମୟରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟଙ୍କ ମତଦାନ ପାଇଁ ଭୋଟରଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।
ଗତକାଲି ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା। ଧାରା 370 ଉଚ୍ଛେଦ ହେବା ପରେ ସୀମାବର୍ତ୍ତୀ ରାଜ୍ୟରେ ଏହା ପ୍ରଥମ ବିଧାନସଭା ନିର୍ବାଚନ ଥିଲା। ଏଥିରେ ରେକର୍ଡ ସଂଖ୍ୟକ 60.21 ପ୍ରତିଶତ ମତଦାତା ମତ ସାବ୍ୟସ୍ତ କରିଛନ୍ତି, ଯାହା ଗତ ସାତଟି ନିର୍ବାଚନ ତୁଳନାରେ ସର୍ବାଧିକ।
ଏହାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ସମୟରେ ଜମ୍ମ କଶ୍ମୀର ମତଦାତାଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ଜମ୍ମୁ କଶ୍ମୀରର ଯୁବକ ଏବେ ଆଉ ହାତରେ ପଥର ନୁହେଁ, ଖାତା-କଲମ ନେଇ ଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
କଶ୍ମୀରର ଅଗ୍ରଗତିରେ କଶ୍ମୀରୀ ପଣ୍ଡିତଙ୍କ ଭୂମିକା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଛନ୍ତି, କଶ୍ମୀରର ଐତିହ୍ୟ ସହ ପଣ୍ଡିତ ସମ୍ପ୍ରଦାୟର ଗଭୀର ସମ୍ପର୍କ ରହିଛି। ଏନସି(ନ୍ୟାସନାଲ କନଫେରେନ୍ସ), ପିଡିପି ଏବଂ କଂଗ୍ରେସକୁ ତିନୋଟି ବିଶିଷ୍ଟ ରାଜବଂଶର ଆତ୍ମ-ସେବା ରାଜନୀତି କଶ୍ମୀର ହିନ୍ଦୁମାନଙ୍କୁ ସେମାନଙ୍କ ଘରୁ ବିସ୍ଥାପିତ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ସେହପରି ଶିଖ୍ ପରିବାର ସାମ୍ନା କରୁଥିବା ସମସ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜମ୍ମୁ କଶ୍ମୀରରେ ଶିଖମାନେ ହିଂସା ଏବଂ ଅତ୍ୟାଚାର ସହିଛନ୍ତି। ତିନି ପ୍ରମୁଖ ରାଜନୈତିକ ଦଳ ହିନ୍ଦୁ ଏବଂ ଶିଖ ସମୁଦାୟଙ୍କ ପ୍ରତି ହୋଇଥିବା ଅନ୍ୟାୟର ସାମିଲ ଥିବା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
PM Shri @narendramodi addresses public meeting in Srinagar, Jammu and Kashmir. #JammuKashmirWithModi https://t.co/LFdsGjNy0E
— BJP (@BJP4India) September 19, 2024
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।