Advertisment

'ଜମ୍ମୁ କଶ୍ମୀର ଯୁବା ଆଉ ପଥର ନୁହେଁ, ଖାତା-କଲମ ନେଇ ଯାଉଛନ୍ତି'

ପ୍ରଚାର ସମୟରେ ଜମ୍ମୁ କଶ୍ମୀରରେ ଶିଖ୍ ଏବଂ ହିନ୍ଦୁ ସମ୍ପ୍ରଦାୟଙ୍କ ସମସ୍ୟା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଜମ୍ମୁ କଶ୍ମୀର ଯୁବା ଏବେ ଆଉ ହାତରେ ପଥରେ ନୁହେଁ, ଖାତା-କଲମ ନେଇ ଯାଉଛନ୍ତି। ନିର୍ବାଚନୀ ପ୍ରଚାର ସମୟରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟଙ୍କ ମତଦାନ ପାଇଁ ଭୋଟରଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ଗତକାଲି ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା। ଧାରା 370 ଉଚ୍ଛେଦ ହେବା ପରେ ସୀମାବର୍ତ୍ତୀ ରାଜ୍ୟରେ ଏହା ପ୍ରଥମ ବିଧାନସଭା ନିର୍ବାଚନ ଥିଲା। ଏଥିରେ ରେକର୍ଡ ସଂଖ୍ୟକ 60.21 ପ୍ରତିଶତ ମତଦାତା ମତ ସାବ୍ୟସ୍ତ କରିଛନ୍ତି, ଯାହା ଗତ ସାତଟି ନିର୍ବାଚନ ତୁଳନାରେ ​​ସର୍ବାଧିକ।

ଏହାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ସମୟରେ ଜମ୍ମ କଶ୍ମୀର ମତଦାତାଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ଜମ୍ମୁ କଶ୍ମୀରର ଯୁବକ ଏବେ ଆଉ ହାତରେ ପଥର ନୁହେଁ, ଖାତା-କଲମ ନେଇ ଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। 

Advertisment

କଶ୍ମୀରର ଅଗ୍ରଗତିରେ କଶ୍ମୀରୀ ପଣ୍ଡିତଙ୍କ ଭୂମିକା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଛନ୍ତି, କଶ୍ମୀରର ଐତିହ୍ୟ ସହ ପଣ୍ଡିତ ସମ୍ପ୍ରଦାୟର ଗଭୀର ସମ୍ପର୍କ ରହିଛି। ଏନସି(ନ୍ୟାସନାଲ କନଫେରେନ୍ସ), ପିଡିପି ଏବଂ କଂଗ୍ରେସକୁ ତିନୋଟି ବିଶିଷ୍ଟ ରାଜବଂଶର ଆତ୍ମ-ସେବା ରାଜନୀତି କଶ୍ମୀର ହିନ୍ଦୁମାନଙ୍କୁ ସେମାନଙ୍କ ଘରୁ ବିସ୍ଥାପିତ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ସେହପରି ଶିଖ୍ ପରିବାର ସାମ୍ନା କରୁଥିବା ସମସ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜମ୍ମୁ କଶ୍ମୀରରେ ଶିଖମାନେ ହିଂସା ଏବଂ ଅତ୍ୟାଚାର ସହିଛନ୍ତି। ତିନି ପ୍ରମୁଖ ରାଜନୈତିକ ଦଳ ହିନ୍ଦୁ ଏବଂ ଶିଖ ସମୁଦାୟଙ୍କ ପ୍ରତି ହୋଇଥିବା ଅନ୍ୟାୟର ସାମିଲ ଥିବା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

 

PM Modi J&K; Jammu Kashmir Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe