Advertisment

ବିଜେପିକୁ ଫେରିଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର

ଗତ ବର୍ଷ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିବା ଏହି ବରିଷ୍ଠ ନେତା ଆଜି ପୁନର୍ବାର ବିଜେପିରେ ଯୋଗ ଦେଇଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Jagdish Shetter Rejoin BJP

Jagdish Shetter Rejoin BJP

ବିଜେପିକୁ ଫେରିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର। ଗତ ବର୍ଷ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିବା ଏହି ବରିଷ୍ଠ ନେତା ଆଜି ପୁନର୍ବାର ବିଜେପିରେ ଯୋଗ ଦେଇଛନ୍ତି। 

Advertisment

2023 କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡିଥିଲେ ଜଗଦୀଶ। ଟିକେଟ୍ ନ ମିଳିବାରୁ ବିଜେପି ଛାଡି କଂଗ୍ରେସ ହାତ ଧରିଥିଲେ। ସେ କଂଗ୍ରେସରେ ଯୋଗଦେବା ପରେ ବିଜେପି ପାଇଁ ମହଙ୍ଗା ପଡିଥିଲା। କର୍ଣ୍ଣାଟକ ନିର୍ବାଚନରେ ଜଗଦୀଶ ବିଜେପି ବିରୁଦ୍ଧରେ ଦୃଢ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ଛଅ ଛଅ ଥରର ବିଧାୟକ ହୋଇଥିବା ଜଗଦୀଶ ଦଳ ଛାଡିବା ପରେ କଂଗ୍ରେସକୁ ବୁଷ୍ଟ୍ ମିଳିଥିଲା। ଶେଷରେ କଂଗ୍ରେସ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଜିତିଥିଲା।

Advertisment

ବର୍ତ୍ତମାନ ଲୋକସଭା ନିର୍ବାଚନର କିଛି ଦିନ ପୂର୍ବରୁ ଦଳକୁ ଫେରିଛନ୍ତି ଜଗଦୀଶ। ସେ ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ କର୍ଣ୍ଣାଟକ ୟୁନିଟ୍ ମୁଖ୍ୟ ବିୱାଇ ବିଜୟେନ୍ଦ୍ର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି ଜଗଦୀଶ।

ବିଜେପିରେ ଯୋଗଦେବା ପରେ ଜଗଦୀଶ କହିଛନ୍ତି, ମୁଁ ଏହି ବିଶ୍ୱାସରେ ଦଳରେ ଯୋଗଦେଉଛି କି, "ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାକୁ ପଡିବ।"  

Karnataka Politics Jagadish Shettar Returns To BJP Jagadish Shettar Rejoin In BJP