Advertisment

ମୁଖ୍ୟମନ୍ତ୍ରୀ ଜଗନ ୫୨୯.୫୦ କୋଟି ଟଙ୍କାର ମାଲିକ

ଜଗନମୋହନ ରେଡ୍ଡୀ ୫୨୯.୫୦ କୋଟି ଟଙ୍କା ସମ୍ପତ୍ତିର ମାଲିକ। ସେହିପରି ତାଙ୍କ ପତ୍ନୀ ଭାରତୀ ରେଡ୍ଡୀଙ୍କ ପାଖରେ ୧୭୬.୩୦ କୋଟି ଟଙ୍କାର ସମ୍ପତ୍ତି ରହିଛି।

ଅଦ୍ୟତନ ହୋଇଛି
Jagan

Jagan

Advertisment

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀ ଆଜି ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୁଲିଭେନ୍ଦୁଲା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଜଗନ କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଲକ୍ଷ୍ୟରେ ରହିଛନ୍ତି। ଆଜି ସେ ହଜାର ହଜାର ସମର୍ଥକ ଓ ଦଳୀୟ ନେତାଙ୍କ ସହ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Advertisment

ନାମାଙ୍କନ ବେଳେ ଜଗନ ମୋହନ ନିଜ ସମ୍ପତ୍ତିର ସୂଚନା ଦେଇଛନ୍ତି। ସତ୍ୟପାଠ ଅନୁସାରେ, ଜଗନମୋହନ ରେଡ୍ଡୀ ୫୨୯.୫୦ କୋଟି ଟଙ୍କା ସମ୍ପତ୍ତିର ମାଲିକ। ସେହିପରି ତାଙ୍କ ପତ୍ନୀ ଭାରତୀ ରେଡ୍ଡୀଙ୍କ ପାଖରେ ୧୭୬.୩୦ କୋଟି ଟଙ୍କାର ସମ୍ପତ୍ତି ରହିଛି।

୨୦୧୯ରେ ମୁଖ୍ୟମନ୍ତ୍ରୀ ହୋଇଥିବା ଜଗନଙ୍କ ସମ୍ପତ୍ତିର ମୂଲ୍ୟ ୫ ବର୍ଷ ମଧ୍ୟରେ ୪୧% ବୃଦ୍ଧି ପାଇଛି। ସେ କେବଳ ୨୦୨୨-୨୩ ଆର୍ଥିକ ବର୍ଷରେ ୫୭.୭୫ କୋଟି ଟଙ୍କା ଆୟ କରିଛନ୍ତି। ୨୦୧୯ ବିଧାନସଭା ନିର୍ବାଚନ ବେଳେ ଜଗନଙ୍କ ପାଖରେ ୩୭୫.୨୦ କୋଟି ଟଙ୍କାର ସମ୍ପତ୍ତି ରହିଥିଲା।

Advertisment

ଜଗନଙ୍କ ପତ୍ନୀ ଭାରତୀଙ୍କ ପାଖରେ ୬.୪ କେଜିର ସୁନା ଓ ହୀରା ରହିଛି। ଏହାର ବଜାର ମୂଲ୍ୟ ୫.୩୦ କୋଟି ଟଙ୍କା ହେବ। ବିଭିନ୍ନ କମ୍ପାନୀରେ ଜଗନ ଓ ଭାରତୀଙ୍କ ଶେୟାର ରହିଛି।

ଉକ୍ତ କମ୍ପାନୀଗୁଡ଼ିକ ହେଲେ, ଭାରତୀ ସିମେଣ୍ଟ, ସରସ୍ୱତୀ ସିମେଣ୍ଟ ଓ ବାଲୁକା ଶକ୍ତି। ଏହାବାଦ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନାମରେ ୨୬ଟି ଅପରାଧିକ ମାମଲା ରହିଥିବା ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

Andhra Pradesh YSR Congress YS Jagan Mohan Reddy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe