Advertisment

ଆକ୍ସନ ମୁଡରେ ଚନ୍ଦ୍ରବାବୁ ନାଇଡ଼ୁ ସରକାର, YSR କଂଗ୍ରେସ ପାର୍ଟି କାର୍ଯ୍ୟାଳୟ ଉଚ୍ଛେଦ

ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ପାର୍ଟିର ଏକ ନିର୍ମାଣଧୀନ କାର୍ଯ୍ୟାଳୟକୁ ଉଚ୍ଛେଦ କରିଛି ମ୍ୟୁନିସିପାଲିଟି।

Demolished

Demolished

Advertisment

ସରକାରକୁ ଫେରିବା ପରେ ଆକ୍ସନ ମୁଡରେ ତେଲୁଗ ଦେଶମ ପାର୍ଟି(ଟିଡିପି)ର ଚନ୍ଦ୍ରବାବୁ ନାଇଡ଼ୁଙ୍କ ସରକାର। ଆଜି ଗୁଣଟୁର ଜିଲ୍ଲାର ତାଡେପାଲ୍ଲିରେ ଥିବା YSR କଂଗ୍ରେସ ପାର୍ଟିର ନିର୍ମାଣାଧୀନ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ଉଚ୍ଛେଦ କରାଯାଇଇଛି। ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ପାର୍ଟିର ଏହି ନିର୍ମାଣଧୀନ କାର୍ଯ୍ୟାଳୟକୁ ଉଚ୍ଛେଦ କରିଛି ମ୍ୟୁନିସିପାଲିଟି।

Advertisment

ବେଆଇନ ଭାବେ ନିର୍ମାଣ କରାଯାଉଥିବା ଅଭିଯୋଗ କରି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି। ସୂଚନା ଅନୁସାରେ, ଆଜି ସକାଳ 5.30ରେ ମଙ୍ଗଳାଗିରି-ତାଡେପାଲ୍ଲି ମ୍ୟୁନିସିପାଲିଟି କର୍ପୋରେସନ୍ (MTMC)ର ଅଧିକାରୀମାନେ YSR କଂଗ୍ରେସର ନିର୍ମାଣଧୀନ କୋଠାରେ ବୁଲଡୋଜର ଚଲାଇଛନ୍ତି।

ପ୍ରକାଶ ଥାଉକି, ଏହି ବେଆଇନ ନିର୍ମାଣକୁ ନେଇ କ୍ୟାପିଟାଲ୍ ରିଜିଓନ୍ ଡେଭଲପମେଣ୍ଟ ଅଥରିଟି (CRDA) YSR କଂଗ୍ରେସକୁ ନୋଟିସ୍ ଜାରି କରିଥିଲା। ଏହାକୁ ଚ୍ୟାଲେଞ୍ଜ କରି ଜଗନ ମୋହନଙ୍କ ଦଳ ଗତକାଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହାଇକୋର୍ଟ କୌଣସି ପ୍ରକାର ଉଚ୍ଛେଦ ଉପରେ ରୋକ୍ ଲଗାଇଥିବା ଦଳର ମୁଖପାତ୍ର କହିଥିଲେ।

Advertisment

କିନ୍ତୁ ଆଜି ମ୍ୟୁନିସିପାଲିଟି ନିର୍ମାଣଧୀନ କୋଠାକୁ ଉଚ୍ଛେଦ କରିଛି, ଯାହାକୁ ନେଇ ବର୍ଷିଛନ୍ତି ଜଗନ ମୋହନ ରେଡ୍ଡୀ। ରାଜ୍ୟ ସରକାର କ୍ଷମତାକୁ ଫେରିବା ପରେ ପ୍ରତିଶୋଧର ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ସେ ଆହୁରି କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଟିଡିପି ନେତୃତ୍ୱାଧୀନ ସରକାର ଏକଛତ୍ରବାଦ ଶାସନ ଆରମ୍ଭ କରିଦେଇଛି। 

ଅନ୍ୟପଟେ CRDA ଏବଂ MTMC ଅଧିକାରୀ ଅଭିଯୋଗ କରିଛନ୍ତି ଯେ, ଜଳସେଚନ ବିଭାଗର ଜମିରେ YSRCP କାର୍ଯ୍ୟାଳୟ ନିର୍ମାଣ କରାଯାଉଥିବାରୁ ଏହାକୁ ଉଚ୍ଛେଦ କରାଯାଇଛି। 

YSR Congress YS Jagan Mohan Reddy TDP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe