Advertisment

ହାତ ଧରିଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି।

author-image
Madhupriya Mistry
YS Sharmila

YS Sharmila

ହାତ ଧରିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ। ୱାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ୱାଇଏସ୍‌ଆର୍‌ କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଓ୍ୱାଇ ଏସ୍‌ ଶର୍ମିଲା ଆଜି କଂଗ୍ରେସରେ ମିଶିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି।

Advertisment

ଗତ କିଛି ଦିନ ହେବ ଶର୍ମିଲା କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା। ଏହାରି ଭିତରେ ବୁଧବାର ରାତିରେ ଦିଲ୍ଲୀ ପହଞ୍ଚିଥିଲେ ଶର୍ମିଲା। ଆଜି ସକାଳେ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚି ସେ ହାତ ଧରିଛନ୍ତି। ଏହାପୂର୍ବରୁ ମଙ୍ଗଳବାର ହାଇଦ୍ରାବାଦରେ ଶର୍ମିଲା ନିଜ ଦଳର ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଜାନୁଆରୀ ୪ ତାରିଖରେ ଦିଲ୍ଲୀ ଯାଇ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କୁ ଭେଟିବା ସହ ଏକ ମହତ୍ୱପୂର୍ଣ୍ଣ ଘୋଷଣା କରିବେ ବୋଲି କହିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାର ଅଛି। ତା’ସହିତ ଏଥର ଲୋକସଭା ନିର୍ବାଚନ ମଧ୍ୟ ହେବ। ତା’ପୂର୍ବରୁ ଆନ୍ଧ୍ର ପ୍ରଦେଶରେ କଂଗ୍ରେସ ନିଜ ସ୍ଥିତିକୁ ସଜାଡ଼ିବାକୁ ଚାହୁଁଛି। ଶର୍ମିଲା କଂଗ୍ରେସରେ ମିଶିବା ପରେ ଦଳ ତାଙ୍କୁ ଆନ୍ଧ୍ର ପ୍ରଦେଶରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ଚିନ୍ତା କରୁଛି। ସେହିଭଳି ଯେଉଁମାନେ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର୍‌ କଂଗ୍ରେସ ଛାଡ଼ି କଂଗ୍ରେସରେ ମିଶିବାକୁ ଚାହୁଁଛନ୍ତି, ଦଳ ସେମାନଙ୍କୁ ମଧ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଛି।

Advertisment

ଶର୍ମିଲା ୱାଇଏସ୍‌ଆର୍‌ କଂଗ୍ରେସରେ ଥିଲେ। କିନ୍ତୁ ଭାଇ ଜଗନ ମୋହନ ରେଡ୍ଡୀଙ୍କ ସହିତ ତାଙ୍କର ମତାନ୍ତର ହୋଇଥିଲା। ସେ ୨୦୨୧ରେ ସେ ୱାଇଏସ୍‌ଆର୍‌ କଂଗ୍ରେସ ଛାଡ଼ି ୱାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି ଗଠନ କରିଥିଲେ। ଭାଇଙ୍କ ସହିତ ତାଙ୍କର ରାଜନୀତିକ ମତ ପାର୍ଥକ୍ୟ ଥିବା ତଥା ତେଲଙ୍ଗାନାରେ ୱାଇଏସ୍‌ଆର୍‌ କଂଗ୍ରେସର କୌଣସି ପ୍ରଭାବ ନଥିବା ଦର୍ଶାଇ ସେ ନୂଆ ଦଳ ଗଠନ କରିଥିଲେ ଓ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ପ୍ରଚାର ଚଲାଇଥିଲେ। ତେବେ ଚଳିତ ବର୍ଷ ତେଲଙ୍ଗାନା ବିଧାନସଭା ନିର୍ବାଚନରେ ସେ ଲଢ଼ି ନଥିଲେ। ରାଜ୍ୟରେ କଂଗ୍ରେସର ଭଲ ସ୍ଥିତିରେ ଅଛି ଓ ନିର୍ବାଚନ ଜିତିବ କହି ସେ ନିର୍ବାଚନ ଲଢ଼ି ନଥିଲେ।

Congress YS Jagan Mohan Reddy YS Sharmila