Jagannath Pradhan
ଭୁବନେଶ୍ୱର ଡିସିପିଙ୍କ ନିକଟରେ ଆତ୍ମସମର୍ପଣ କରିବା ପରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇଛି। ସୋମବାର ଭୁବନେଶ୍ୱର ମହାନଗର ନିଗମ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆକ୍ରମଣ ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯିବା ପରେ ଓଏଏସ୍ ଆସୋସିଏସନ୍ ଧର୍ମଘଟ ପ୍ରତ୍ୟାହାର କରିଛି।
ଜଗନ୍ନାଥଙ୍କ ଜାମିନ ଆବେଦନ କୋର୍ଟରେ ଖାରଜ ହେବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେସନସ କୋର୍ଟରେ ଜାମିନ ଆବେଦନ କରାଯିବ ବୋଲି ତାଙ୍କ ଓକିଲ କହିଛନ୍ତି।
ଜଗନ୍ନାଥଙ୍କ ପୂର୍ବରୁ ଏହି ମାମଲାରେ ଆଉ ୫ ଜଣଙ୍କୁ ଗିରଫ କରିଥିଲା ପୁଲିସ। ସେମାନେ ହେଉଛନ୍ତି ସଞ୍ଜୀବ ମିଶ୍ର, ସଚ୍ଚିକାନ୍ତ , କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମୀ ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1724741498.jpg)