Advertisment

ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ; ଜବାବ ରଖିଲେ ମାଜିଷ୍ଟ୍ରେଟ୍

ବିଜେବି କଲେଜ ଷ୍ଟ୍ରଙ୍ଗରୁମରେ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ

Strong Room

Strong Room

Advertisment

ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିବା ପରେ ସୋଶାଲ ମିଡିଆ ଏକ୍ସରେ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଜିଲ୍ଲା ମାଜିଷ୍ଟ୍ରେଟ୍। ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଇଭିଏମ ରହୁଥିବା ଷ୍ଟ୍ରଙ୍ଗରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭିତରେ କେନ୍ଦ୍ରୀୟ ଫୋର୍ସ ରହୁଛନ୍ତି। ଦିନ ରାତି ୨୪ ଘଣ୍ଟିଆ ସିସିଟିଭି ସର୍ଭେଲାନ୍ସରେ ରହୁଛି ଷ୍ଟ୍ରଙ୍ଗରୁମ଼।

Advertisment

ସିସିଟିଭିର ସମସ୍ତ ଭିଡିଓ ପ୍ରସାରଣ ବିଜେବି କଲେଜ ଆଗରେ ପ୍ରାର୍ଥୀମାନେ ଦେଖିବା ଲାଗି ବ୍ୟବସ୍ଥା ହୋଇଛି। ଏମିତିକି ସୁରକ୍ଷା ବ୍ୟବସ୍ଥା ନେଇ କୌଣସି ସନ୍ଦେହ ଥିଲେ ପ୍ରାର୍ଥୀମାନଙ୍କୁ କଡା ସୁରକ୍ଷା ବଳୟରେ ଭିତରକୁ ନିଆଯାଇ ସମସ୍ତ ଜିନିଷ ଦେଖାଇ ଦିଆଯାଉଛି ବୋଲି ମାଜିଷ୍ଟ୍ରେଟ୍ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। 

ବିଜେବି କଲେଜ ଷ୍ଟ୍ରଙ୍ଗରୁମରେ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ। ସେ କହିଥିଲେ, ସନ୍ଧ୍ୟାରେ କିଛି ଲୋକ ଷ୍ଟ୍ରଙ୍ଗ ରୁମ ନିକଟରେ ବୁଲିବା ସହ ଷ୍ଟ୍ରଙ୍ଗ ରୁମ୍ ଖୋଲୁଥିବାର ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଥିଲା। ଏହି ଖବର ପାଇ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ତାଙ୍କ ସମର୍ଥକ ବିଜେବି କଲେଜ ନିକଟକୁ ଆସିଥିଲେ। ପରବର୍ତ୍ତୀ ସମୟରେ ଷ୍ଟ୍ରଙ୍ଗ ରୁମ୍ ଚେକ୍ କରାଯାଇଥିଲା। ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷିତ ଥିବାବେଳେ ତା’ପାଖ ରୁମ୍ ଗୁଡିକରେ କିଛି ଲୋକ ପଶିଥିବାର ଜାଣିବାକୁ ମିଳିଥିଲା। ଭିତରେ ନିର୍ମାଣ କାମ ଚାଲୁଥିବାରୁ ସେହି ପାଖ ରୁମ୍ ଗୁଡିକରେ କିଛି ଲୋକ ଯିବା ଆସିବା କରୁଥିବା ଜଣାପଡିଥିଲା।

Advertisment

ଭୁବନେଶ୍ୱର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ କହିଛନ୍ତି, ଏହି ସମୟରେ ଷ୍ଟ୍ରଙ୍ଗ ରୁମ୍ ନିକଟରେ ଥିବା ରୁମ ଗୁଡ଼ିକରେ କାହିଁକି କାମ ହେଉଛି। ଏଗୁଡ଼ିକ ଷ୍ଟ୍ରଙ୍ଗ ରୁମ୍ ହେବା ପୂର୍ବରୁ ସପ୍ତାହକ ପୂର୍ବରୁ କାମ ସାରିବା କଥା। ଏଥିପାଇଁ ସନ୍ଦେହ ସୃଷ୍ଟି ହେଉଛି। 

2024 General Election Loksabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe