Advertisment

ରାଜ୍ୟସଭାରେ ଜୟା କହିଲେ ମୁଁ ସେଲିବ୍ରିଟି... ଏପରି ଜବାବ ଦେଲେ ଜଗଦୀପ ଧନଖଡ

ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ସେଲିବ୍ରିଟି କଥା କହିବାରୁ 'ନିର୍ଦ୍ଦେଶକ'ଙ୍କ ପାଠ ପଢାଇଛନ୍ତି ଅଧ୍ୟକ୍ଷ ଜଗଦୀପ ଧନଖଡ।

author-image
Debibandita Barick
ଅଦ୍ୟତନ ହୋଇଛି
Jagdeep Dhankhar & Jaya Bachchan

Jagdeep Dhankhar & Jaya Bachchan

ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଅଧ୍ୟକ୍ଷ ଜଗଦୀପ ଧନଖଡ। କିଛି ଦିନ ହେବ ନାମ ଉଚ୍ଚାରଣକୁ ନେଇ ଚାଲିଥିବା ଥଟ୍ଟା ମଜା ମଧ୍ୟରେ ଆଜି ଅଧ୍ୟକ୍ଷ କ୍ରୋଧିତ ହୋଇଥିବା ଦେଖିବାକୁ ମିଳିଛି।

Advertisment

ପ୍ରକାଶ ଥାଉକି, ପୂର୍ବରୁ ଜୟା ବଚ୍ଚନ ତାଙ୍କ ନାମ ସହ କାହିଁକି ସ୍ୱାମୀ (ଅମିତାଭ)ଙ୍କ ନାଁ ଯୋଡ଼ି କହିବେ ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ, "ନାରୀର କଣ କିଛି ଅସ୍ତିତ୍ୱ ନାହିଁ, କାହିଁକି ନାରୀଟିଏ ସ୍ୱାମୀ ନାଁରେ ପରିଚିତ ହେବ।" କିନ୍ତୁ ଚଳିତ ମୌସୁମୀ ଅଧିବେଶରେ ନିଜ ଉପସ୍ଥାପନ ସମୟରେ କହିଥିଲେ, "ମୁଁ ଜୟା ଅମିତାଭ ବଚ୍ଚନ କହୁଛି...।" ଏହା ପରେ ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ସମେତ ଅନ୍ୟ ସାଂସଦମାନେ ଖୁବ୍ ଜୋରରେ ହସିଥିଲେ।

ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚ ହେବା ପରେ ପୁନର୍ବାର ରାଜ୍ୟସଭାରେ ସମାନ ପ୍ରସଙ୍ଗ ଉଠାଇଥିଲେ ଜୟା ବଚ୍ଚନ। ସେ ତାଙ୍କ ନାମ, ତାଙ୍କ ସ୍ୱାମୀଙ୍କ ନାମ ଏବଂ ସ୍ୱାମୀଙ୍କ ଉପଲବ୍ଧିକୁ ନେଇ ଖୁବ୍ ଗର୍ବିତ ବୋଲି କହିଥିଲେ। ଅଧ୍ୟକ୍ଷ ଧନଖଡ ମଧ୍ୟ ହସି ହସି ଏହାର ଜବାବ ରଖି କହିଥିଲେ, "ଅମିତାଭ ବଚ୍ଚନଙ୍କ ଉପଲବ୍ଧିରେ ସମଗ୍ର ଦେଶ ଗର୍ବିତ। ନିର୍ବାଚନ ପ୍ରାର୍ଥ୍ୱୀତ୍ୱ ସମୟରେ ଯେଉଁ ନାମ ରହିଥାଏ, ସେହି ଅନୁସାରେ ଏଠାରେ ଉଚ୍ଚାରଣ କରାଯାଏ। ଆପଣ ଚାହିଁଲେ ଏଥିରେ ପରିବର୍ତ୍ତନ କରିପାରିବେ, ଏଥିପାଇଁ ପ୍ରାବଧାନ ମଧ୍ୟ ରହିଛି।"

Advertisment

କିନ୍ତୁ ଆଜି ରାଜ୍ୟସଭାରେ ଜୟା ଏହି ପ୍ରସଙ୍ଗକୁ ସନେଇ ଅଧ୍ୟକ୍ଷଙ୍କୁ ସମାଲୋଚନା କରିଥିଲେ, ଯାହାର କଡ଼ା ପ୍ରତିକ୍ରିୟା ରଖିଛନ୍ତି ଜଗଦୀପ ଧନଖଡ। 

ବାସ୍ତବରେ ଜୟା ବଚ୍ଚନ କହିଥିଲେ, "ସାର୍, ମୁଁ ଜୟା ଅମିତାଭ ବଚ୍ଚନ, କହିବାକୁ ଚାହେଁ... ମୁଁ ଜଣେ ଅଭିନେତ୍ରୀ। ମୋତେ ଅଙ୍ଗଭଙ୍ଗୀ ଏବଂ ମୁଖ ଭଙ୍ଗୀ ଭଲ ଭାବେ ବୁଝାପଡ଼େ। କ୍ଷମା କରିବେ, ଆପଣଙ୍କ ସ୍ୱର ଗ୍ରହଣୀୟ ନୁହେଁ। ଆମେ ସମସ୍ତେ ସହକର୍ମୀ, ସାର୍ ଆପଣ ଅଧ୍ୟକ୍ଷ ଆସନରେ ବସିଥାଇ ପାରନ୍ତି, କିନ୍ତୁ ମୋର ସ୍କୁଲ୍ ଯିବା ସମୟ କଥା ମନେ ପଡିଯାଉଛି..."

ଏହାକୁ ନେଇ ଶାସକ ଓ ବିରୋଧୀ ଦଳର ସାଂସଦଙ୍କ ମଧ୍ୟରେ ହଙ୍ଗାମା ହେବା ମଧ୍ୟରେ ଅଧ୍ୟକ୍ଷ ଧନଖଡ ଖୁବ୍ ଜୋରରେ ସମସ୍ତଙ୍କୁ ଚୁପ୍ ହେବାକୁ କହିଥିଲେ। ଏପରି ସ୍ଥିତିକୁ କିପରି ପରିଚାଳନା କରାଯାଏ, ମୋତେ ଜଣା ଅଛି କହି ଜୟା ବଚ୍ଚନଙ୍କୁ ପାଟି କରି କହିଥିଲେ, "ଆପଣ ବସନ୍ତୁ... ଆପଣ ବସନ୍ତୁ..."  

ଏହାପରେ ଅଧ୍ୟକ୍ଷ କହିଥିଲେ, "ଜୟାଜି, ଆପଣ ବଡ଼ ଖ୍ୟାତି ଅର୍ଜନ କରିଛନ୍ତି, କିନ୍ତୁ ଆପଣ ଜାଣନ୍ତି ଅଭିନେତା ନିର୍ଦ୍ଦେଶକଙ୍କ ଅଧୀନରେ ଥାଆନ୍ତି...? ମୁଁ ଏହି ଆସନରୁ ବସି ଯାହା ଦେଖିଛି ତାହା ଆପଣ ଦେଖି ନାହାଁନ୍ତି। ମୁଁ ପୁଣି ଥରେ କହିବାକୁ ଚାହେଁ ନାହିଁ, ମୁଁ ମଧ୍ୟ ବିଦ୍ୟାଳୟ ଚଲାଇବାକୁ ଚାହୁଁ ନାହିଁ। ମୁଁ ଜଣେ ବ୍ୟକ୍ତି, ଯିଏ ସମସ୍ତଙ୍କୁ ବାଟ ଛାଡ଼ିଛି... ଆପଣ ମୋ ସ୍ୱର କଥା କହୁଛନ୍ତି?"

ଆପଣ ସେଲିବ୍ରିଟି ହୁଅନ୍ତୁ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଆପଣଙ୍କୁ ଗୃହର ନିୟମକୁ ବୁଝିବାକୁ ପଡ଼ିବ ବୋଲି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀଶ ଧନଖଡ କହିଛନ୍ତି। 

Rajya Sabha Jagdeep Dhankhar Jaya Bachchan