Advertisment

ଅନାସ୍ଥା ପ୍ରସ୍ତାବକୁ ନେଇ ମୁହଁ ଖୋଲିଲେ ରାଜ୍ୟସଭା ଅଧ୍ୟକ୍ଷ: କହିଲେ- ବାଇପାସ ସର୍ଜରୀ ପାଇଁ ପରିବାର କଟା ଛୁରୀ

ଆଜି ପ୍ରଥମଥର ପାଇଁ ଉପ ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହି ଅନାସ୍ଥା ପ୍ରସ୍ତାବ ଉପରେ ମୁହଁ ଖୋଲିଛନ୍ତି।

Jagdeep

Jagdeep

Advertisment

କେବେ ହେଲେ ବାଇପାସ୍‌ ସର୍ଜରୀ ପାଇଁ ପରିବା କଟା ଛୁରୀକୁ ବ୍ୟବହାର କରନ୍ତୁ ନାହିଁ। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ମଙ୍ଗଳବାର ଏପରି କଥା କହିଛନ୍ତି। କିଛି ଦିନ ତଳେ ତାଙ୍କୁ ରାଜ୍ୟସଭାର ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ତେବେ ଏଥିରେ ତାଙ୍କ ନାଁର ସ୍ପେଲିଂ ଭୁଲ ଥିବାରୁ ଏହା ଖାରଜ ହୋଇଯାଇଛି।

Advertisment

ଆଜି ପ୍ରଥମଥର ପାଇଁ ଉପ ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହି ଅନାସ୍ଥା ପ୍ରସ୍ତାବ ଉପରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ଉପ ରାଷ୍ଟ୍ରପତିଙ୍କ ବିରୋଧରେ ଆସିଥିବା ନୋଟିସକୁ ଦେଖନ୍ତୁ। ଆପଣମାନେ ପୂରା ଚକିତ ହୋଇଯିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଗୋଟିଏ ଥର କହିଥିଲେ ଯେ ‘ବାଇପାସ୍‌ ସର୍ଜରୀ ପାଇଁ କେବେ ହେଲେ ପରିବାର କଟା ଛୁରୀ ବ୍ୟବହାର କରନ୍ତୁ ନାହିଁ।’

ଉକ୍ତ ନୋଟିସ (ଅନାସ୍ଥା ପ୍ରସ୍ତାବ) ପରିବା କଟା ଛୁରୀ ମଧ୍ୟ ନୁହେଁ। ସେଥିରେ କଳଙ୍କି ଲାଗି ଯାଇଥିଲା। ତରବରିଆ ଭାବେ ନୋଟିସ ଅଣା ଯାଇଥିଲା। ଯେତେବେଳେ ମୁଁ ଏହାକୁ ପଢ଼ିଲି, ମୁଁ ପୂରା ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲି।

Advertisment

ତେବେ ମୋତେ ସବୁଠାରୁ ଆଶ୍ଚର୍ଯ୍ୟ ଲାଗିଥିଲା ଯେତେବେଳେ ଆପଣମାନଙ୍କ(ସାମ୍ବାଦିକ) ମଧ୍ୟରୁ କେହି ବି ଏହାକୁ ପଢ଼ି ନଥିଲେ। ଯଦି ଆପଣମାନେ ଏହାକୁ ପଢ଼ି ଥାଆନ୍ତେ, ତା’ହେଲେ ଆପଣମାନେ ମଧ୍ୟ ଦୀର୍ଘ ଦିନ ଧରି ଶୋଇ ପାରି ନଥାଆନ୍ତେ।” ସେ ବାକ ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଇ ଏହାକୁ ଗଣତନ୍ତ୍ରର ସଜ୍ଞା ବୋଲି ମଧ୍ୟ କହିଛନ୍ତି।

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବିରୋଧରେ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ଗୋଟିଏ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଗୃହ ପରିଚାଳନା ବେଳେ ଧନଖଡ଼ ପକ୍ଷପାତିତା କରିଥିବାରୁ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ ପକ୍ଷରୁ ଏପରି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା। କିନ୍ତୁ ଏହା ପରବର୍ତ୍ତୀ ଅବସ୍ଥାରେ ଅଗ୍ରାହ୍ୟ ହୋଇଯାଇଥିଲା।

Jagdeep Dhankar Rajya Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe