Advertisment

ଜିତିବେ କି ଜେଲରେ ଥିବା ଖଲିସ୍ତାନୀ ନେତା ଅମୃତପାଲ ସିଂହ?

ଅମୃତପାଲଙ୍କ ପାଇଁ ତାଙ୍କ ପରିବାର ଲୋକ ଓ ସମର୍ଥକମାନେ ହିଁ ପ୍ରଚାର କରିଥିଲେ। ଏବେ ସେ ଲିଡ୍‌ରେ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ କୁଲବୀର ସିଂହ ଜିରାଙ୍କ ଠାରୁ ସେ ପ୍ରାୟ ୬୫ ହଜାର ଭୋଟ ଆଗରେ ରହିଛନ୍ତି।

author-image
Hemant Lenka
Amritpal

Amritpal

ଖଲିସ୍ତାନୀ ନେତା ଅମୃତପାଲ ସିଂହ ଜେଲରେ ଥିଲେ ହେଁ ତାଙ୍କ ପାଇଁ ବଡ଼ ଖୁସି ଖବର ଆସିଛି। ସେ ଜେଲରେ ଥାଇ ପଞ୍ଜାବର ଖାଦୁର ସାହିବ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି।

Advertisment

ଅମୃତପାଲଙ୍କ ପାଇଁ ତାଙ୍କ ପରିବାର ଲୋକ ଓ ସମର୍ଥକମାନେ ହିଁ ପ୍ରଚାର କରିଥିଲେ। ଏବେ ସେ ଲିଡ୍‌ରେ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ କୁଲବୀର ସିଂହ ଜିରାଙ୍କ ଠାରୁ ସେ ପ୍ରାୟ ୬୫ ହଜାର ଭୋଟ ଆଗରେ ରହିଛନ୍ତି।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଆସାମ ଜେଲରେ ଥିବା ଅମୃତପାଲ ଏଯାଏ ୧,୫୩,୫୮୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ଜିରାଙ୍କୁ ୮୫,୨୩୬ ଖଣ୍ଡ ଭୋଟ ମିଳିଛି। ଏହାର ଅର୍ଥ ଅମୃତପାଲ ୬୩,୯୩୫ ଖଣ୍ଡ ଭୋଟ ଆଗରେ ରହିଛନ୍ତି।

Advertisment

ୱାରିସ ପଞ୍ଜାବ ଡେ ମୁଖ୍ୟ ଅମୃତପାଲ ଏବେ ଆସାମର ଦିବ୍ରୁଗଡ଼ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। ଗତବର୍ଷ ତାଙ୍କୁ ଏନଏସଏ ବଳରେ ଗିରଫ କରାଯାଇଥିଲା।

୨୦୨୩ ମସିହା ଫେବୃଆରୀମାସରେ ତାଙ୍କର ଜଣେ ସମର୍ଥକଙ୍କୁ ପୁଲିସ୍‌ ଗିରଫ କରିଥିଲା। ଏହାପରେ ତାଙ୍କ ଶହଶହ ସମର୍ଥକ ପୁଲିସ୍‌ ଷ୍ଟେସନରେ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଅମୃତପାଲ ଚର୍ଚ୍ଚାକୁ ଆସିଥିଲେ।

୨୦୧୯ରେ ଖାଦୁର ସାହିବ ଲୋକସଭାରୁ କଂଗ୍ରେସ ନେତା ଜସବୀର ସିଂହ ଗିଲ ବିଜୟୀ ହୋଇଥିଲେ।

Election Results LokSabha Election Results 2024 Election Results 2024