Advertisment

ବିଜେପି ବିଧାୟକଙ୍କୁ ଆକ୍ରମଣ ମାମଲାରେ ୧୦ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ଅଭିଯୋଗରୁ ପ୍ରକାଶ ବୁଧବାର ସନ୍ଧ୍ୟା ବେଳେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଯାଜପୁର ଜିଲ୍ଲାପାଳଙ୍କ ଅଫିସରେ ହେବାକୁ ଥିବା ବୈଠକରେ ଯୋଗଦେବା ପାଇଁ ଯାଉଥିଲେ।

ଅଦ୍ୟତନ ହୋଇଛି
Jajpur

Jajpur

Advertisment

ବିଜେପି ବିଧାୟକଙ୍କୁ ଆକ୍ରମଣ ମାମଲାରେ ୧୦ ଜଣଙ୍କୁ ବାନ୍ଧିଲା ପୁଲିସ୍‌। ବିଧାୟକଙ୍କ ପିଏସ୍‌ଓଙ୍କ ଏତଲା ଆଧାରରେ ପୁଲିସ୍‌ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପରେ ସେମାନଙ୍କୁ ଯାଜପୁର SDJM କୋର୍ଟରେ ହାଜର କରାଇଛି। କୋର୍ଟ ସେମାନଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଦେଇଛନ୍ତି। ଯେଉଁଥିପାଇଁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Advertisment

ଅଭିଯୋଗରୁ ପ୍ରକାଶ ବୁଧବାର ସନ୍ଧ୍ୟା ବେଳେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଯାଜପୁର ଜିଲ୍ଲାପାଳଙ୍କ ଅଫିସରେ ହେବାକୁ ଥିବା ବୈଠକରେ ଯୋଗଦେବା ପାଇଁ ଯାଉଥିଲେ। ତେବେ ବୁଢ଼ାପୋଲ ନିକଟରେ ବିରଜା ମାର୍କେଟରେ ହାଟ ବନ୍ଦ ପ୍ରତିବାଦରେ ବିଜେଡି କର୍ମୀମାନେ ପ୍ରତିବାଦ କରୁଥିଲେ। ରାସ୍ତାରୋକ ଯୋଗୁ ବିଧାୟକଙ୍କ ଗାଡ଼ି ଦୀର୍ଘ ସମୟ ଧରି ଅଟକି ରହିଥିଲା। ଠିକ୍‌ ସେତିକି ବେଳେ ୧୦ରୁ ୧୫ ଜଣ ଯୁବକ ବିଧାୟକଙ୍କ ସହିତ ଯୁକ୍ତିତର୍କ କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏଥିସହିତ ପିଏସ୍‌ଓଙ୍କୁ ଆକ୍ରମଣ କରାଯାଇଥିବା ବିଧାୟକ ଅଭିଯୋଗ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ବିଜେପି କର୍ମୀମାନେ ପହଞ୍ଚିଥିଲେ। ଏହା ପରେ ଅଭିଯୁକ୍ତମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ।

ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଗିରଫ ଦାବିରେ ବିଧାୟକ ଶ୍ରୀ ସାହୁ ଓ ତାଙ୍କ ସମର୍ଥକମାନେ ଧାରଣାରେ ବସିଥିଲେ। ବିଳମ୍ୱିତ ରାତିରେ ଯାଜପୁର ଏସ୍‌ପି ଆନ୍ଦୋଳନ କରୁଥିବା ବିଧାୟକ ଓ ତାଙ୍କ କର୍ମୀଙ୍କ ସହିତ ଆଲୋଚନା କରିଥିଲେ। ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ବିଧାୟକଙ୍କ ପିଏସ୍‌ଓଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ଆଜି ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ଉଦ୍ୟମ ଆରମ୍ଭ କରିଛି।

Advertisment
BjD Bjp Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe