Advertisment

ପାଣ୍ଡିଆନଙ୍କ ଗସ୍ତ ପାଇଁ ଜଳେଶ୍ୱରରେ କଂଗ୍ରେସ ନେତା ନଜରବନ୍ଦୀ: ମାନବଶୃଙ୍ଖଳ ସହ ପ୍ରତିବାଦ କରିବ କଂଗ୍ରେସ

ଜଳେଶ୍ୱର ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଶ୍ରୀ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କୁ ଆଜି ଅପରାହ୍ନ ୪ଟାଠାରୁ ପୁଲିସ ନଜରବନ୍ଦୀ କରି ରଖିଛି । ସେ ତାଙ୍କ ଅଫିସରେ ଏବେବି ରହିଛନ୍ତି ।

undefined

Congress

Advertisment

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆସନ୍ତାକାଲି ଜଳେଶ୍ୱର ବଜାରରେ ପ୍ଲାକାର୍ଡ ଧରି ଏକ ବୃହତ୍ ମାନବଶୃଙ୍ଖଳ ସହ ପ୍ରତିବାଦ କରାଯିବ । ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ଓ ଢଙ୍ଗରଙ୍ଗରୁ ସେ ଜଣେ ସଚିବ ଭାବେ ନୁହେଁ ବରଂ ଜଣେ ରାଜନେତା ଭାବେ ଆସୁଥିବାରୁ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ସୁରକ୍ଷା ପାଇଁ କଂଗ୍ରେସ ଏହାକୁ ବିରୋଧ କରୁଛି ବୋଲି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି। ପାଣ୍ଡିଆନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶ୍ରୀ ଦାସଙ୍କ ସମେତ ଜଳେଶ୍ୱର କଂଗ୍ରେସର ଅନ୍ୟ କିଛି ନେତାମାନଙ୍କୁ ନଜରବନ୍ଦୀ କରି ପୁଲିସ ରଖିଥିବା ଜଣାପଡ଼ିଛି।

Advertisment

ଜଳେଶ୍ୱର ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଶ୍ରୀ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କୁ ଆଜି ଅପରାହ୍ନ ୪ଟାଠାରୁ ପୁଲିସ ନଜରବନ୍ଦୀ କରି ରଖିଛି । ସେ ତାଙ୍କ ଅଫିସରେ ଏବେବି ରହିଛନ୍ତି । ରାଜନେତାଙ୍କ ଭଳି ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ, ଜଳେଶ୍ୱରର ସ୍ୱାଭିମାନର ରକ୍ଷା ଓ ଜଳେଶ୍ୱରରେ ଦୁର୍ନୀତି ପ୍ରତିବାଦ କଂଗ୍ରେସ ଆସନ୍ତାକାଲି ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିରୋଧ କରିବ । ପୁଲିସ ତାଙ୍କୁ କେଉଁଆଡ଼େ ଯିବା ପାଇଁ ସୁଯୋଗ ଦେଉନି। ଆସନ୍ତାକାଲିର ପ୍ରତିବାଦ କାର୍ଯ୍ୟକ୍ରମ ଯେଭଳି ନହୋଇପାରିବ ସେଥିପାଇଁ ପୁଲିସ ଚାପ ପକାଉଛି ବୋଲି ଶ୍ରୀ ଦାସ କହିଛନ୍ତି । ତାଙ୍କର ସହଯୋଗୀମାନଙ୍କୁ ମଧ୍ୟ ପୁଲିସ ପ୍ରତିଷେଧକ ଭାବେ ବିଭିନ୍ନ ସ୍ଥାନରେ ଅଟକ ରଖିଛି । ତେବେ ସେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ ଆସିବା ପୂର୍ବରୁ ମନ୍ତ୍ରୀମାନେ ତାଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଷ୍ଟେଜ୍ ବାନ୍ଧିବାଠୁ ଆରମ୍ଭ କରି ଯେଭଳି କାର୍ଯ୍ୟ କରୁଛନ୍ତି ତାହା ଗଣତନ୍ତ୍ରରେ ବିଲକ୍ଷଣ । ଏହି ଧାରା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଜଳେଶ୍ୱର ଆସିବା ପୂର୍ବରୁ ଏଠାରେ ହେଉଥିବା ଦୁର୍ନୀତି ସମ୍ପର୍କରେ ତ ସାମାନ୍ୟ ସୂଚନା ପାଇଥିବେ । ପୂର୍ବରୁ ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏ ସଂକ୍ରାନ୍ତ ଅଭିଯୋଗ କରାଯାଇଛି । ଜଳେଶ୍ୱର ବ୍ଲକରେ ଏବେ ୩୦ରୁ ୩୫ ପ୍ରତିଶତ ପିସି ନହେଲେ କୌଣସି କାର୍ଯ୍ୟ ହେଉନି । ଜଳେଶ୍ୱର ବ୍ଲକ୍ ଓ ପୌର ସଂସ୍ଥା ଦୁର୍ନୀତିରେ ଉବୁଟୁବୁ ହେଉଛି । ବିକାଶ ଠପ୍ ପଡ଼ିଛି । ଜଳେଶ୍ୱରର ଯିଏ ବିଧାୟକ, ସିଏ ଏବେ ରାଜ୍ୟର ମନ୍ତ୍ରୀ । କିନ୍ତୁ ସେ ମନ୍ତ୍ରୀଭାବେ ନିଜ ପଦର ଗାରିମାକୁ ରକ୍ଷା ନକରି ସଚିବଙ୍କ ପଦଲେହନ କରିବାକୁ ପଛାଉନାହାନ୍ତି । ଯାହାକି ଜଳେଶ୍ୱରବାସୀଙ୍କ ସ୍ୱାଭିମାନକୁ ଭୂଲୁଣ୍ଠିତ କରିଛି । ଜଳେଶ୍ୱରର ସ୍ୱାଭିମାନ ଉପରେ ଆଂଚ ଆସିଛି । ତେଣୁ ଏସବୁର ପ୍ରତିବାଦ ପାଇଁ କଂଗ୍ରେସ ଆସନ୍ତାକାଲି ଶାନ୍ତିପୂର୍ଣ୍ଣ ମାନବଶୃଙ୍ଖଳ ପାଇଁ ପ୍ରସ୍ତୁତ ହେଉଥିବାବେଳେ ପୁଲିସ ତାଙ୍କୁ ଓ ତାଙ୍କର ସହଯୋଗୀଙ୍କୁ ନଜରବନ୍ଦୀ କରି ରଖିବା ଅଗଣତାନ୍ତ୍ରିକ ଓ ଅତ୍ୟନ୍ତ ଦୁଃଖଦାୟକ ବୋଲି ଶ୍ରୀ ଦାସ କହିଛନ୍ତି ।

ସେ ସ୍ପଷ୍ଟ କରିଛନ୍ତି ଯେ, ସେ ଭିକେ ପାଣ୍ଡିଆନଙ୍କୁ ବ୍ୟକ୍ତିଗତ ଭାବେ ବିରୋଧ କରୁନାହାନ୍ତି । କିନ୍ତୁ ପାଣ୍ଡିଆନ ଯେଉଁ ଢଙ୍ଗରେ ଗସ୍ତ କରୁଛନ୍ତି ଓ ଜଣେ ରାଜନେତା ଭଳି ବିଭିନ୍ନ ସଭାସମିତିରେ ଫୁଲମାଳଠୁ ଆରମ୍ଭ କରି ଘୋଷଣା ଆଦି କରୁଛନ୍ତି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ତାଙ୍କ ଦଳ ଅନୁଭବ କରୁଛି ।

Advertisment

ଅନ୍ୟପକ୍ଷରେ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଦାସଙ୍କୁ ପୁଲିସ ଏସଡିପିଓ ଦିଲ୍ଲୀପ ସାହୁ  ଏବେ ନଜରବନ୍ଦୀ କରି ରଖିଥିବାବେଳେ ଜଳେଶ୍ୱର ବ୍ଲକ୍ କଂଗ୍ରେସ ସଭାପତି ରାଜୀବ ପରିଡ଼ା, ଟାଉନ କଂଗ୍ରେସ ସଭାପତି ଗିରିଜା ଶଙ୍କର ଦାସ, କିଷାନ କଂଗ୍ରେସ ସଭାପତି ସୁଦାମ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ ଗିରି, ପଦ୍ମଲୋଚନ ବେହେରା, ଗୋପାଳକୃଷ୍ଣ ଜେନା ପ୍ରମୁଖଙ୍କୁ ପ୍ରତିଷେଧକ ଭାବେ ବିଭିନ୍ନ ସ୍ଥାନରେ ଅଟକ ରଖିଛି ।

Congress Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe