Advertisment

Gujarat Cabinet Reshuffle: ହର୍ଷ ସଙ୍ଘଭୀ ଗୁଜରାଟର ନୂଆ ଉପ ମୁଖ୍ୟମନ୍ତ୍ରୀ, ଜାଡେଜାଙ୍କ ପତ୍ନୀ ପାଇଲେ ମନ୍ତ୍ରୀ ପଦ

ରିଭାବା ଜାଡେଜା ୨୦୨୨ ଡିସେମ୍ବର ୮ରୁ ବିଧାୟକ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସେ ଉତ୍ତର ଜାମନଗରରୁ ବିଜୟୀ ହୋଇ ଗୁଜରାଟ ବିଧାନସଭାକୁ ଯାଇଥିଲେ। ଏବେ ତାଙ୍କୁ ଗୁଜରାଟରେ ମନ୍ତ୍ରୀ ପଦ ମିଳିଛି।

Jadeja

ହର୍ଷ ସଙ୍ଘଭୀ ଓ ରିଭାବା ଜାଜେଜା

Advertisment

ଗୁଜରାଟ(Gujarat)ର କ୍ଷମତାସୀନ ବିଜେପି ସରକାର ମନ୍ତ୍ରିମଣ୍ଡଳ ପୁନର୍ଗଠନ କରିଛନ୍ତି। ଶୁକ୍ରବାର ୨୬ ଜଣିଆ କ୍ୟାବିନେଟରେ ସାମିଲ ହୋଇଥିବା ସଦସ୍ୟମାନେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଦିନକ ତଳେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଛାଡ଼ି ମନ୍ତ୍ରୀ ଭାବେ କାମ କରୁଥିବା ସମସ୍ତ ସଦସ୍ୟ ଇସ୍ତଫା ଦେଇଥିଲେ। 

Advertisment

ଆଜି ୨୬ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବରୁ ଗୁଜରାଟର ଗୃହ ମନ୍ତ୍ରୀ ଭାବେ କାମ କରୁଥିବା ବରିଷ୍ଠ ନେତା ହର୍ଷ ସଙ୍ଘଭୀ ରାଜ୍ୟର ନୂଆ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କ୍ରିକେଟର ରବୀନ୍ଦ୍ର ଜାଡେଜା(Ravindra Jadeja)ଙ୍କ ପତ୍ନୀ ରିଭାବା ଜାଡେଜା ରାଜ୍ୟରେ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଛନ୍ତି।

ସଙ୍ଘଭୀ ୨୦୨୨ ବିଧାନସଭା ନିର୍ବାଚନରେ ଆପ୍‌ ପ୍ରାର୍ଥୀଙ୍କୁ ୧ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ଆଜି ସେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଡେପୁଟି ଭାବେ ଗାନ୍ଧି ନଗର ସ୍ଥିତ ରାଜଭବନରେ ଶପଥ ନେଇଛନ୍ତି। ରାଜ୍ୟପାଳ ଆଚାର୍ଯ୍ୟ ଦେବରତ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। 

Advertisment

ସେହିପରି ରିଭାବା ଜାଡେଜା ୨୦୨୨ ଡିସେମ୍ବର ୮ରୁ ବିଧାୟକ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସେ ଉତ୍ତର ଜାମନଗରରୁ ବିଜୟୀ ହୋଇ ଗୁଜରାଟ ବିଧାନସଭାକୁ ଯାଇଥିଲେ। ଏବେ ତାଙ୍କୁ ଗୁଜରାଟରେ ମନ୍ତ୍ରୀ ପଦ ମିଳିଛି। ଆଜି ସେ ରାଜଭବନରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ସେ ଶପଥ ନେବା ବେଳେ ରବୀନ୍ଦ୍ର ଜାଡେଜା ଓ ତାଙ୍କ ଝିଅ ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। 

ଶ୍ରୀ ପଟେଲଙ୍କ କ୍ୟାବିନେଟରେ ଅନେକ ନୂଆ ମୁହଁଙ୍କୁ ସାମିଲ କରାଯାଇଛି। ପୂର୍ବରୁ ଥିବା ୬ ଜଣ ପୁଣି ମନ୍ତ୍ରିମଣ୍ଡଳକୁ ଫେରିଛନ୍ତି। ଋଷିକେଶ ପଟେଲ, କାନୁଭାଇ ଦେଶାଇ, କୁନୱାରଜୀ ବାଭାଲିୟା, ପ୍ରଫୁଲ ପାନସେରିୟା, ପୁରୁଷୋତ୍ତମ ସୋଲାଙ୍କି ଓ ସଙ୍ଘଭୀ ନିଜେ ମନ୍ତ୍ରୀ ଭାବେ ପୁଣି ଶପଥ ନେଇଛନ୍ତି। ଋଷିକେଶ, କନୁଭାଇ, କୁନୱାରଜି ଓ ସୋଲାଙ୍କି(ରାଷ୍ଟ୍ରମନ୍ତ୍ରୀ) ପଦ ବଜାୟୀ ରଖିଥିବାରୁ ଆଜି ସେମାନଙ୍କୁ ଶପଥ ନେବାକୁ ପଡ଼ିନି। 

ନୂଆ ମୁହଁ ଭାବେ ତ୍ରିକା ଛନଗା, ସ୍ୱରୂପଜୀ ଠାକୋର, ପ୍ରବୀଣ ମାଲି, ଋଷିକେଶ ପଟେଲ, ପିସି ବରଣ୍ଡା, ଦର୍ଶନ ବାଘେଲା, କାନ୍ତିଲାଲ ଅମୃତିୟା, ଅର୍ଜୁନ ଭାଇ ମୋଧୱାଡି, ଡ. ପ୍ରଦ୍ୟୁମ୍ନ ବଜା, କୌଶିକ ଭେକାରିଆ, ଜିତେନ୍ଦ୍ରଭାଇ ଭଘାନି, ରମଣଭାଇ ସୋଲାଙ୍କି, କମଲେଶଭାଇ ପଟେଲ, ସଞ୍ଜୟ ସିଂହ ମାହିଦା, ରମେଶଭାଇ କଟାରା, ପ୍ରଫୁଲ ପାନସେରିୟା, ମନୀଷା ଭାକିଲ, ଈଶ୍ୱରସିଂହ ପଟେଲ, ଡ. ଜୟରାମଭାଇ ଗାମିତ, ନରେଶଭାଇ ପଟେଲ ପ୍ରମୁଖ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। 

୨୦୨୧ ସେପ୍ଟେମ୍ବର ପରେ ଗୁଜରାଟ ମନ୍ତ୍ରିମଣ୍ଡଳରେ ଏତେ ବଡ଼ ଅଦଳବଦଳ ହୋଇଛି। ସେହି ସମୟରେ ତତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ସମସ୍ତ ମନ୍ତ୍ରୀ ହଠାତ୍‌ ଇସ୍ତଫା ଦେଇଥିଲେ। ଏହାପରେ ଭୂପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ହୋଇଥିଲେ।

୨୦୨୨ ବିଧାନସଭାରେ ବିଜେପି ବହୁମତ ହାସଲ କରିବାରୁ ଶ୍ରୀ ପଟେଲ ପୁଣି ମନ୍ତ୍ରୀ ହୋଇଥିଲେ। ତାଙ୍କ ମନ୍ତ୍ରିମଣ୍ଡଳରେ ୧୬ ଜଣ ସଦସ୍ୟ ସାମିଲ ହୋଇଥିଲା। କିନ୍ତୁ ଗୁରୁବାର ଗୁଜରାଟର ସମସ୍ତ ୧୬ ଜଣ ମନ୍ତ୍ରୀ ଇସ୍ତଫା ଦେବା ପରେ ଆଜି ମନ୍ତ୍ରିମଣ୍ଡଳ ପୁନର୍ଗଠନ ହୋଇଛି।

୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ସର୍ବାଧିକ ୨୭ ଜଣ ମନ୍ତ୍ରୀ ହୋଇପାରିବେ। ଏହିକ୍ରମରେ ୨୬ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। 

Gujarat Ravindra Jadeja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe