Advertisment

କେଉଁ ଆଶା ନେଇ BJDରେ ମିଶିଲେ ଦୈତାରୀ ପଣ୍ଡା, ବାପି ଓ ସୁବାସ୍‌?

ଓଡ଼ିଶାର ଅନ୍ୟତମ ଲୋକ କଳା ହେଉଛି ଯାତ୍ରା। ରାଜ୍ୟର କୋଣ ଅନୁକୋଣର ଲୋକ ଯାତ୍ରାକୁ ଭଲ ପାଉଛନ୍ତି। ଆଉ ରାତି ରାତି ଅନିଦ୍ରା ହୋଇ ନାଟକକୁ ଉପଭୋଗ କରୁଛନ୍ତି। ସେଥିପାଇଁ ଯାତ୍ରା କଳାକାରଙ୍କର ବହୁ ପ୍ରଶଂସକ ରହିଛନ୍ତି।

Jatra

Jatra

Advertisment

ନିର୍ବାଚନ ଆସିଲେ ମିଶ୍ରଣ ପର୍ବ ହୁଏ। ଏହା କୌଣସି ନୂଆ କଥା ନୁହେଁ। ହେଲେ ହଠାତ୍‌ ଯଲିଉଡ୍‌ର ଆଗଧାଡ଼ିର ସବୁ ଅଭିନେତା କାହିଁକି ରାଜନୈତିକ ମଇଦାନକୁ ଲମ୍ଫ ମାରିଲେ? ତାହା ପୁଣି ଶାସକ ବିଜେଡିକୁ। ଏହାକୁ ନେଇ ନାନା ଚର୍ଚ୍ଚା ଲାଗିଛି। ସେପଟେ ଦୈତାରୀ ପଣ୍ଡା କହିଛନ୍ତି, ଆମେ ଆନୁଷ୍ଠାନିକ ଭାବେ ବିଜେଡିରେ ନଥିଲୁ। କିନ୍ତୁ ପରୋକ୍ଷରେ ଥିଲୁ। ଏବେ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ୍‌ ହେଲୁ ବୋଲି ଦୈତାରୀ ପଣ୍ଡା କହିଛନ୍ତି।

Advertisment

ଆଜି ଶଙ୍ଖ ଭବନରେ ଆୟୋଜିତ ହୋଇଥିଲା ମିଶ୍ର ପର୍ବ। ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ସଂଘର ସଭାପତି ଦୈତାରୀ ପଣ୍ଡା, ନୟକ ବାପି ପଣ୍ଡା, ଚୈତନ୍ୟ ପାଇକ, ରମେଶ ନାୟକ, ସୁବାସ ବେହେରା, ହୃଶିକେଶ ମିଶ୍ର, ଆକେ ହୀରାଲାଲ, ଶିବରାମ ପଣ୍ଡାଙ୍କ ସମେତ ୨୯ ଜଣ କଳାକାର ଆଜି ଆନୁଷ୍ଠାନିକ ଭାବେ ବିଜେଡି ଯୋଗଦେଇଛନ୍ତି। ବିଜେଡି ପକ୍ଷରୁ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

ଓଡ଼ିଶାର ଅନ୍ୟତମ ଲୋକ କଳା ହେଉଛି ଯାତ୍ରା। ରାଜ୍ୟର କୋଣ ଅନୁକୋଣର ଲୋକ ଯାତ୍ରାକୁ ଭଲ ପାଉଛନ୍ତି। ଆଉ ରାତି ରାତି ଅନିଦ୍ରା ହୋଇ ନାଟକକୁ ଉପଭୋଗ କରୁଛନ୍ତି। ସେଥିପାଇଁ ଯାତ୍ରା କଳାକାରଙ୍କର ବହୁ ପ୍ରଶଂସକ ରହିଛନ୍ତି। ସିଏ ଦୁର୍ଦ୍ଦାନ୍ତ ଖଳନାୟକ ଦୈତାରୀ ପଣ୍ଡା ହୁଅନ୍ତୁ ବା ବାପି ପଣ୍ଡା, ସୁବାସ ବେହେରା ବା ହୃଶିକେଶ ମିଶ୍ର। ସେମାନେ ଖୋଲା ମଞ୍ଚରେ ଛିଡ଼ା ହେଲେ ଲୋକମାନେ ଆପେଆପେ ଭିଡ଼ି ହୋଇ ଆସୁଛନ୍ତି। ଆଗକୁ ନିର୍ବାଚନ ଋତୁ ଆସୁଥିବାରୁ ନିଜ ସପକ୍ଷରେ ଲୋକମତ ନେବା ପାଇଁ ବିଜେଡି କଳାକାରଙ୍କୁ ଦଳରେ ସାମିଲ କରାଇଥିବା ଚର୍ଚ୍ଚା ହେଉଛି।

Advertisment
Jatra Artiste Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe