ବିଜେଡିର ଆୟୁଷ ବହୁତ କମ୍। ବିଜେଡି ଭାଙ୍ଗି ଛିନ୍ଛତ୍ର ହୋଇଯିବ। ଖୁବ୍ ଶୀଘ୍ର ସେହି ଅବସ୍ଥା ହେଖିବାକୁ ମିଳିବ। କାରଣ ବିଜେଡି ପାଖରେ ଆଉ ନେତୃତ୍ୱ ନାହିଁ। ସମସ୍ତଙ୍କୁ ଚାକର ଭଳିଆ କରି ରଖୁଥିଲେ। ଯେଉଁ ନେତାମାନେ ଥିଲେ, ସେମାନେ ଦରି ପକାଇବା, ଟେଣ୍ଟ କରିବା, ଗାତ ଖୋଳିବା କାମ କରୁଥିଲେ। ସେମାନେ ଏବେ ପ୍ରତିଶୋଧ ପରାୟଣା ହୋଇ ରହିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।
Also Read
ସେ ଆହୁରି କହିଛନ୍ତି, ଧୀରେ ଧୀରେ ବିଜେଡିର ଆହୁରି ଗୁମର ଖୋଲିବ। ଆମ ନେତୃତ୍ୱ ଆଉ ଟିକେ ସୁଦୃଢ଼ ହେବାର ଅଛି। ଦୁଇରୁ ଚାରି ଥର ସିବିଆଇ ଚଢ଼ଉ ହେଲେ ଆଉ ଟିକେ ବଢ଼ିଆ ହୋଇଯାଆନ୍ତା ବୋଲି ଶ୍ରୀ ମିଶ୍ର କହିଛନ୍ତି।
ବିଜେଡ଼ି ନେତା ବିଜେପିରେ ମିଶିବା ନେଇ ଜୟନାରାୟଣ ମିଶ୍ର କହିଛନ୍ତି, ସେମାନେ ଯୋଗାଯୋଗରେ ଅଛନ୍ତି। ହେଲେ ସେମାନଙ୍କୁ ନେବ କିଏ? ତଥାପି ଯେଉଁମାନେ ଦୁର୍ନୀତିରୁ ମୁକ୍ତ ଥିବେ, ସେମାନଙ୍କ କଥା ବିଚାର କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ତେବେ ଜୟନାରାୟଣ ମିଶ୍ରଙ୍କ ବୟାନ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିଜେପି ପାଖରେ ଭାରତର ସବୁଠାରୁ ଧନୀ ଓ ଗରିବ ବିଧାୟକ, ସମ୍ପତ୍ତି ଜାଣିଲେ ହେବେ ଚକିତ!
ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ କଂଗ୍ରେସର ଡିକେ ଶିବ କୁମାର ରହିଛନ୍ତି।

Politics
ଅଶୋକଙ୍କ ‘ଧର୍ମପଦ’ ଉପାଖ୍ୟାନ: ବିଜେଡିକୁ ସୁଦୃଢ଼ ପାଇଁ ଦେଲେ ଗୁରୁମନ୍ତ୍ର, ବ୍ୟକ୍ତିଗତ ମତ କହି ସଞ୍ଜୟଙ୍କ ବିରୋଧ
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ଦଳ ବିଜେଡିକୁ ସୁଦୃଢ଼ କରିବାର ଗୁରୁମନ୍ତ୍ର ଦେଇଛନ୍ତି । ହୋଲି ପାଳନ ଅବସରରେ ଗଣମାଧ୍ୟମକୁ ଯେଉଁ ବୟାନ ଦେଇଛନ୍ତି ତାହା ସେ ନବୀନ ନିବାସକୁ ମଧ୍ୟ ଜଣାଇଥିବା ସ୍ପଷ୍ଟ କରିଛନ୍ତି । ଶ୍ରୀ ପଣ୍ଡା ‘ଧର୍ମପଦର ତ୍ୟାଗ’ର ଉଦାହରଣ ଦେଇ କହିଛନ୍ତି ଯେ, ବାରଶହ ବଢ଼େଇରେ ଦାୟ ନା ପୁଅରେ ଦାୟ’ ।

Politics
ବିଜେଡିରେ ବଢ଼ିଲାଣି ବବିଙ୍କ ମାମଲାତି: ଦେବୀ ‘ଶିଶୁପାଳ’, ପ୍ରତାପ‘ସାରଥୀ’, ହଜାରିବାଗରେ ହାଜିରା
ଦେବୀଙ୍କ ଅଜାଣତରେ ତାଙ୍କ ଜିଲ୍ଲା କଟକରେ ଓ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଗୋଚରରେ ତାଙ୍କ ଜିଲ୍ଲା ସମ୍ବଲପୁରରେ ସାଂଗଠନିକ ନିର୍ବାଚନ ପାଇଁ ‘ଜିଲ୍ଲା ରିଟର୍ଣ୍ଣିଂ ଅଫିସର’ ନିଯୁକ୍ତି ଦିଆଯିବା ସିଧାସଳଖ ଏହି ନେତାମାନଙ୍କୁ ନିଜ ସଂଗଠନରେ ‘ଶିଶୁପାଳ’ ଭୂମିକାରେ ଅବତୀର୍ଣ୍ଣ କରାଇ ଦେଇଥିବା ଚର୍ଚ୍ଚା ହେଲାଣି ।

Politics
ରାଜା ଚକ୍ର ଗିରଫ: କ୍ରାଇମବ୍ରାଞ୍ଚ ଦେଲା କଳାଚିଠାର ତାଲିକା, ବଢ଼ିଲା ବିଜେଡିର ପ୍ରଭାବଶାଳୀଙ୍କ ଅଡ଼ୁଆ
ରାଜାଙ୍କ ଗିରଫ ପରେ ଘସିପୁରା ବିଧାୟକ ତଥା ରାଜାଙ୍କୁ ରାଜନୀତିକୁ ଆଣିଥିବା ବଦ୍ରିନାରାୟଣ ପାତ୍ରଙ୍କ ବୟାନ ବେଶ୍ ଗୁରୁତ୍ୱ ବହନ କରୁଛି । ବଦ୍ରି କହିଛନ୍ତି ଯେ ରାଜା ଚକ୍ରଙ୍କ କଥାରେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି କାମ କରୁଥିଲେ । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।
Politics
ବିଧାନସଭାରେ କଳଙ୍କିତ ଅଧ୍ୟାୟ: ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି, ତାରା ନିଲମ୍ବିତ
ଓଡ଼ିଶାରେ ମିଶିବା ଏକ ଐତିହାସିକ ଭୁଲ୍ ବୋଲି କହି ରାଜ୍ୟ ବିଭାଜନ ବୟାନ ଦେଇଥିବା ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଆଜି ୪ଦିନ ପରେ ପୁଣିଥରେ ମୁହଁ ଖୋଲିଛନ୍ତି । ସେ ତାଙ୍କର ଆଭିମୁଖ୍ୟରେ ଅଟଳ ଅଛନ୍ତି ଓ ମତ ପରିବର୍ତ୍ତନ କରିବେ ନାହିଁ ବୋଲି ଆଜି ରୋକଠୋକ୍ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।