Advertisment

‘ବିଜେଡିର ଆୟୁଷ ବହୁତ କମ୍‌, ଛିନ୍‌ଛତ୍ର ହୋଇଯିବ’

ବିଜେଡ଼ି ନେତା ବିଜେପିରେ ମିଶିବା ନେଇ ଜୟନାରାୟଣ ମିଶ୍ର କହିଛନ୍ତି, ସେମାନେ ଯୋଗାଯୋଗରେ ଅଛନ୍ତି। ହେଲେ ସେମାନଙ୍କୁ ନେବ କିଏ? ତଥାପି ଯେଉଁମାନେ ଦୁର୍ନୀତିରୁ ମୁକ୍ତ ଥିବେ, ସେମାନଙ୍କ କଥା ବିଚାର କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

undefined

BJD

Advertisment

ବିଜେଡିର ଆୟୁଷ ବହୁତ କମ୍‌। ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ। ଖୁବ୍‌ ଶୀଘ୍ର ସେହି ଅବସ୍ଥା ହେଖିବାକୁ ମିଳିବ। କାରଣ ବିଜେଡି ପାଖରେ ଆଉ ନେତୃତ୍ୱ ନାହିଁ। ସମସ୍ତଙ୍କୁ ଚାକର ଭଳିଆ କରି ରଖୁଥିଲେ। ଯେଉଁ ନେତାମାନେ ଥିଲେ, ସେମାନେ ଦରି ପକାଇବା, ଟେଣ୍ଟ କରିବା, ଗାତ ଖୋଳିବା କାମ କରୁଥିଲେ। ସେମାନେ ଏବେ ପ୍ରତିଶୋଧ ପରାୟଣା ହୋଇ ରହିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ଧୀରେ ଧୀରେ ବିଜେଡିର ଆହୁରି ଗୁମର ଖୋଲିବ। ଆମ ନେତୃତ୍ୱ ଆଉ ଟିକେ ସୁଦୃଢ଼ ହେବାର ଅଛି। ଦୁଇରୁ ଚାରି ଥର ସିବିଆଇ ଚଢ଼ଉ ହେଲେ ଆଉ ଟିକେ ବଢ଼ିଆ ହୋଇଯାଆନ୍ତା ବୋଲି ଶ୍ରୀ ମିଶ୍ର କହିଛନ୍ତି।

ବିଜେଡ଼ି ନେତା ବିଜେପିରେ ମିଶିବା ନେଇ ଜୟନାରାୟଣ ମିଶ୍ର କହିଛନ୍ତି, ସେମାନେ ଯୋଗାଯୋଗରେ ଅଛନ୍ତି। ହେଲେ ସେମାନଙ୍କୁ ନେବ କିଏ? ତଥାପି ଯେଉଁମାନେ ଦୁର୍ନୀତିରୁ ମୁକ୍ତ ଥିବେ, ସେମାନଙ୍କ କଥା ବିଚାର କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Advertisment

ତେବେ ଜୟନାରାୟଣ ମିଶ୍ରଙ୍କ ବୟାନ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

Naveen Patnaik Bjp BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe