Advertisment

ବିଜେଡି ପକ୍ଷରୁ ବିରୋଧ କରିବାକୁ ଆସିଥିଲେ କିନ୍ନର, ମିଠା ଦେଲେ ଜୟନାରାୟଣଙ୍କ ଝିଅ

ଅନ୍ୟପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତି ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ଧମକପୂର୍ଣ୍ଣ ମନ୍ତବ୍ୟର ଆଜି ଜୋରଦାର ପ୍ରତିବାଦ କରିଛି ବିଜେପି। ପ୍ରଥମେ ରାଜ୍ୟପାଳଙ୍କୁ ଅଭିଯୋଗ ପତ୍ର ଦେବା ପରେ ପରେ ଅରୂପଙ୍କ ନାଁରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା ଦେଇଛି ବିଜେପି।

author-image
Niranjan Mishra
ଅଦ୍ୟତନ ହୋଇଛି
Jayanarayan Mishra’s Daughter

Jayanarayan Mishra’s Daughter

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଘର ଆଗରେ ହାଇଡ୍ରାମା। ପୁଲିସ ଅଧିକାରୀ ଓ ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ଠେଲାପେଲା ପ୍ରସଙ୍ଗକୁ ନେଇ ଆଜି ବିଜେଡି ପକ୍ଷରୁ କିନ୍ନରମାନେ ପ୍ରତିବାଦ ଆନ୍ଦୋଳନ କରିବାକୁ ଆସିଥିଲେ। ଜୟନାରାୟଣଙ୍କ ଇସ୍ତଫା ଦାବି ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସେମାନେ ଜୋରଦାର ବିକ୍ଷୋଭ କରିଥିଲେ। ଜୟନାରାୟଣଙ୍କ ଘର ଆଗରେ ପ୍ରତିବାଦ ଆନ୍ଦୋଳନ କରି ଥକି ପଡ଼ିଥିବା ବେଳେ ସେମାନଙ୍କୁ ମିଠା, ପାଣି, ଚା ବାଣ୍ଟି ଚର୍ଚ୍ଚାକୁ ଆସିଛନ୍ତି ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ ମିଶ୍ର।

Advertisment

ଏନେଇ ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ କହିଛନ୍ତି, ଆଜି ବାପାଙ୍କ ୬୦ ତମ ଜନ୍ମଦିନ ଥିବାରୁ ଆନ୍ଦୋଳନ କରିବାକୁ ଆସିଥିବା କିନ୍ନର ସମାଜର ସଦସ୍ୟଙ୍କୁ ମିଠା ବାଣ୍ଟିଥିଲି। ଆମ ଘର ସାମ୍ନାରେ କିନ୍ନର ଆନ୍ଦୋଳନ ପ୍ରାୟୋଜିତ। କ୍ୟାମେରା ସାମ୍ନାରେ ସେମାନେ ହୋହଲ୍ଲା କରୁଥିଲେ। କ୍ୟାମେରା ବନ୍ଦ ପରେ ଚୁପ୍‌ ହୋଇଗଲେ। ଯେହେତୁ ବାପାଙ୍କ ଜନ୍ମଦିନ ଥିଲା ତେଣୁ ସେମାନଙ୍କୁ ମିଠା, ପାଣି, ଚା’ ବାଣ୍ଟିଥିଲି। କିନ୍ନରମାନେ ଶିବ-ଶକ୍ତିଙ୍କ ସ୍ୱରୂପ ଭାବେ ନିଆଯାଏ। ତାଙ୍କୁ ମିଠା ଦେବା ଏକ ଶୁଭ କାମ। ଅତିଥି ଭାବେ ସେମାନଙ୍କୁ ସ୍ୱାଗତ କରିଥିଲି। ସେମାନେ ଥକି ପଡ଼ିବା ଦେଖି ସେମାନଙ୍କୁ ପାଣି ଓ ମିଠା ଦେଇଥିଲି। ଏହା ପୁଣ୍ୟ କାମ ବୋଲି ଭାବୁଛି।’

ରାଜନୀତି ଦୃଷ୍ଟିରୁ ଘଟଣା କିପରି ଦେଖୁଛନ୍ତି ପଚାରିବାରୁ ସେ କହିଛନ୍ତି, ରାଜନୀତିରେ ରୁଚି ରହିଛି, ବାପାଙ୍କ ସହ ପିଲା ବେଳୁ ରାଜନୀତିରେ କାମ କରିଆସିଛି। ଲୋକ ଚାହିଁଲେ ରାଜନୀତିକୁ ଆସିବି, ନହେଲେ ଆସିବେନି ବୋଲି ସେ କହିଛନ୍ତି।

Advertisment

ଅନ୍ୟପଟେ ଜଣେ ମହିଳା ଆଇଆଇସିଙ୍କ ସହ ଜୟନାରାୟଣଙ୍କ ହାତାହାତି ନେଇ ସେ କହିଛନ୍ତି, ‘ଏହା ରିଫଲେକସନ ଥିଲା। ଯେହେତୁ ଆଇଆଇସି ଜଣକ ବାପାଙ୍କ ଗୋଡ ଉପରେ ଠିଆ ହୋଇଯାଇଥିଲେ, ତାଙ୍କୁ ହଟାଇବାକୁ ବାପା ପ୍ରତିରୋଧ କରିବା ବେଳେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। କଷ୍ଟ ହେଲା ବୋଲି ବାପା ଏଭଳି ଆଚରଣ କରିଥିଲେ। ବାପା ତ କେବଳ ଆଇଆଇସିଙ୍କୁ ଠେଲିଛନ୍ତି। ହେଲେ ଆଇଆଇସି ଜଣକ ହାତ ଉଠାଇ ବାପାଙ୍କୁ ମାରିଛନ୍ତି। ତାହା ଉପରେ କାହିଁକି କିଛି ପଦକ୍ଷେପ ନିଆଯାଉନି। ବିରୋଧୀଦଳ ନେତାଙ୍କୁ ମାରିବା କ’ଣ ଠିକ୍ ?’

ସେହିପରି ଅରୂପଙ୍କ ମନ୍ତ୍ରବ୍ୟ ବିରୋଧରେ ସେ କହିଛନ୍ତି, ‘ବାପା କୁହନ୍ତି ଏଠି ବିଜେଡି ରାଜ୍ ଓ ପୁଲିସ୍ ରାଜ୍; ଆମେ କିଛି କରିପାରିବୁନି।’

ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତି ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ଧମକପୂର୍ଣ୍ଣ ମନ୍ତବ୍ୟର ଆଜି ଜୋରଦାର ପ୍ରତିବାଦ କରିଛି ବିଜେପି। ପ୍ରଥମେ ରାଜ୍ୟପାଳଙ୍କୁ ଅଭିଯୋଗ ପତ୍ର ଦେବା ପରେ ପରେ ଅରୂପଙ୍କ ନାଁରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା ଦେଇଛି ବିଜେପି। ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବିଧାୟକମାନେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲା। ମୋହନ ମାଝୀ କହିଛନ୍ତି, ଜୟନାରାୟଣଙ୍କୁ ମାରିଦେବା ପାଇଁ ଚକ୍ରାନ୍ତ କରାଯାଉଛି । ଜୟନାରାୟଣଙ୍କୁ ମାରିଦେବାକୁ ଅରୂପ ପଟ୍ଟନାୟକ ଧମକ ଦେଇଛନ୍ତି। ବିଧାନସଭା ନଆସିବା ପାଇଁ ଚକ୍ରାନ୍ତ କରାଯାଉଥିବା କହିଛନ୍ତି ମୋହନ।

BJP teamରାଜଭବନରେ ବିଜେପି ଟିମ୍

ରାଜଭବନ ଠାରୁ ବିଜେପି ବିଧାୟକ, ନେତା ଓ କର୍ମୀମାନେ ପଦଯାତ୍ରାରେ ଯାଇ କ୍ୟାପିଟାଲ ଥାନାରେ ଅରୂପ ପଟ୍ଟନାୟକ ଏତଲା ଦେଇଥିଲେ। ଜୟନାରାୟଣ ମିଶ୍ରଙ୍କୁ ଅରୂପ ଧମକ ଦେଇଥିବା ନେଇ ଏତଲାରେ ଉଲ୍ଲେଖ କରାଯାଇଛି। ଅରୂପଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରାଯାଇଛି, ନଚେତ୍ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛି ବିଜେପି।

BjD Bjp Odisha Politics Jayanarayan Mishra