Advertisment

ସମୀର ଦେ’ଙ୍କ ଶୋକ ସଭାରେ ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ

ବିଜେପି ରାଜ୍ୟ ସଭାପତି ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ନିଜ ଦଳ ବିରୋଧରେ କହିଲେ ଜୟନାରାୟଣ।

ଅଦ୍ୟତନ ହୋଇଛି
Jayanarayan Mishra

Jayanarayan Mishra

Advertisment

ନିଜ ଦଳ ବିରୋଧରେ ବିଷ ଉଗାରିଲେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର। ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମୀର ଦେ’ଙ୍କ ସ୍ମୃତି ସଭାରେ ଯୋଗ ଦେବା ଅବସରରେ କହିଲେ ସାଂଘାତିକ କଥା। ସମୀର ଦେ’ଙ୍କ ସହିତ ଯାହା ଘଟିଥିଲା, ତାଙ୍କ ସହିତ ତାହା ଘଟିଛି ବୋଲି ସେ କହିଛନ୍ତି।

Advertisment

ଜୟନାରାୟଣ କହିଛନ୍ତି, ଦୁଇ ଜଣ ଯାକ ଏବିଭିପିରେ ଥିଲୁ। ଦୁହେଁ ଏବିଭିପିରୁ ତଡ଼ା ଖାଇଥିଲୁ। ମୁଁ ବିଜେପିରୁ ବି ତଡ଼ା ଖାଇଛି। ସ୍କୁଲରୁ ଦୁଇ ତିନି ଥର ତଡ଼ା ଖାଇଛି। କଲେଜରୁ ୪/୫ ଥର ତଡ଼ା ଖାଇଛି। ମୁଁ ତଡ଼ା ଖିଆ ଲୋକଟିଏ। ସବୁ ଜାଗାରୁ ମୁଁ ତଡ଼ା ଖାଏ। ବିଜେପିରୁ ଏବେ ବି ମୁଁ ସାଇଡ୍ ଲାଇନ୍ ହୋଇ ରହିଛି। ଏଇଟା ମୋ ଜୀବନର ଏକ ଅଙ୍ଗ। ଏଇଟା ସମୀର ଦେ’ର ବି। ସମୀର ଦେ’ଙ୍କୁ ପାର୍ଟି ଯେତିକି ଗୁରୁତ୍ୱ ଦେବା କଥା, ସେତିକି ଦେଇନି। କଟକରେ ତାଙ୍କ ବିରୋଧରେ ଲୋକ ଲଗା ଗଲା। ମୋ ବିରୋଧରେ ଆଜି ପର୍ଯ୍ୟନ୍ତ ଲୋକ ଲଗାଯାଇଛି। ମୋ ବିରୋଧରେ ଜଣେ ଲୋକ ନିଶ୍ଚିତ ଭାବେ ରହିବ। ଏଇଟା ପାର୍ଟିର ଯୋଜନାବଦ୍ଧ କାର୍ଯ୍ୟକ୍ରମ।  

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ସମୀର ମହାନ୍ତି ଉପସ୍ଥିତ ଥିଲେ। ସେମାନଙ୍କ ଉପସ୍ଥିତିରେ ଜୟନାରାୟଣ ମିଶ୍ର ନିଜ କ୍ଷୋଭ ପ୍ରକାଶ କରିଥିଲେ। 

Advertisment

ଶ୍ରୀ ମିଶ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଏ ଦଳରେ ସମସ୍ତଙ୍କୁ ସମାନ ନ୍ୟାୟ ଦିଆଯାଏ।କାର୍ଯ୍ୟକର୍ତ୍ତାକୁ ଉଚିତ୍ ସମ୍ମାନ ମିଳେ। କୌଣସି ପାତରଅନ୍ତର କରାଯାଏନି। ଆପଣମାନେ ଯାହା ଶୁଣିଛନ୍ତି, ସେମିତି ସେ କିଛି କହି ନାହାନ୍ତି।

ବିଜେପି ନିର୍ବାଚନ ଜିତି ସରକାର ଗଠନ କରିବା ଦିନଠାରୁ ଜୟନାରାୟଣ ମିଶ୍ର ଅସନୁଷ୍ଟ ଥିବା କୁହାଯାଏ। ଏମିତି କି ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବକୁ ଆସି ନଥିଲେ। ମନ୍ତ୍ରୀ ପଦ ମିଳି ନଥିବାରୁ କ୍ଷୁବ୍ଧ ହୋଇ ସେ ଶପଥ ଗ୍ରହଣ ଉତ୍ସବକୁ ଆସି ନଥିବା ଚର୍ଚ୍ଚା ହୋଇଥିଲା। 

Bjp Jayanarayan Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe