Advertisment

ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ ଜେଲ୍‌ ଯିବେ: ଜୟନାରାୟଣ ମିଶ୍ର

‘ଲଢ଼େଇ ଜୋରସୋର ହେବ। ନବୀନ ଗାଦିଚ୍ୟୁତ ହେବେ। ଲିଜ୍‌ରେ ଚାଲିଥିବା ନବୀନ ପଟ୍ଟନାୟକ ସରକାର ଗାଦିଚ୍ୟୁତ ହେବେ। ଅନ୍ୟାୟ, ଅତ୍ୟାଚାର ଓ ବ୍ୟଭିଚାର ସୀମା ପାର କରିଛି।’

BJD

BJD

Advertisment

ସୁସ୍ଥ ହୋଇ ଫେରିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଓଡ଼ିଶାରେ ପହଞ୍ଚିବା ପରେ ସେ ଦେଇଛନ୍ତି ବିସ୍ଫୋରକ ବୟାନ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା କୋର କମିଟି ବୈଠକରୁ ବାହାରି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ୍‌ କରିଛନ୍ତି।

Advertisment

ଗଣମାଧ୍ୟମକୁ ସେ କହିଛନ୍ତି, ଲଢ଼େଇ ଜୋରସୋର ହେବ। ନବୀନ ଗାଦିଚ୍ୟୁତ ହେବେ। ଲିଜ୍‌ରେ ଚାଲିଥିବା ନବୀନ ପଟ୍ଟନାୟକ ସରକାର ଗାଦିଚ୍ୟୁତ ହେବେ। ଅନ୍ୟାୟ, ଅତ୍ୟାଚାର ଓ ବ୍ୟଭିଚାର ସୀମା ପାର କରିଛି। ଯାହାଦ୍ୱାରା ନବୀନ ଓ ପାଣ୍ଡିଆନ ଜେଲ୍‌ ଯିବେ। ବିଜେପି ସରକାର ଓ କେନ୍ଦ୍ର ସରକାର ଏମାନଙ୍କୁ ଜେଲ୍‌ରେ ପୂରେଇବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

Jaynarayan Mishra Bjp BjD Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe