Advertisment

ବିଜେଡିକୁ ନେଇ ଏହି ଭବିଷ୍ୟବାଣୀ କଲେ ଜୟନାରାୟଣ

ବିଜେଡି ପୁଣି ଥରେ ସରକାର କରିବ ବୋଲି କହୁଥିବା ପଚରାଯିବାରୁ ଜୟନାରାୟଣ ମିଶ୍ର କ’ଣ କହିଥିଲେ, ପଢ଼ନ୍ତୁ।

Jayanarayan Mishra

Jayanarayan Mishra

Advertisment

ବିଧାନସଭା ବଜେଟ ଅଧିବେଶନର ଆଜି ପ୍ରଥମ ଦିନ ହୋଇଥିବା ବେଳେ ଗୃହ ବାହାରେ ବିଜେଡିକୁ ନେଇ ଏକ ଭବିଷ୍ୟବାଣୀ କରିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ଗଣମାଧ୍ୟମ ପ୍ରତିନିଧିଙ୍କ କିଛି ପ୍ରଶ୍ନର ଉତ୍ତର ଦେବା ଅବସରରେ ସେ ବିଜେଡିକୁ ନେଇ ଭବିଷ୍ୟବାଣୀ ଦେଇଥିଲେ।

Advertisment

ବିଜେପି-ବିଜେଡି ଗୋଟିଏ ଦଳ କି ବୋଲି ସାମ୍ବାଦିକମାନେ ପଚାରିବାରେ ଜୟନାରାୟଣ କହିଥିଲେ, ଆମେ ଯେତେବେଳେ ବିରୋଧୀ ଦଳରେ ଥିଲୁ ସେତେବେଳେ ଦୁଇ ପାର୍ଟି (ବିଜେପି ଓ ବିଜେଡି) ଗୋଟିଏ ବୋଲି କୁହାଯାଉଥିଲା। ଏବେ ଆମେ ସରକାରୀ ଦଳରେ ଥିବା ବେଳେ ବି ସେହି କଥା କୁହାଯାଉଛି। ଯଦି ଗୋଟିଏ ଦଳ ହେଲେ, ତା’ହେଲେ ଆମର ଯୋଗ୍ୟତା ସେଇଟା। କିଏ କାହା ଆଡ଼କୁ ଢଳୁଛି, ତାହା ଜଣାନାହିଁ। କିନ୍ତୁ ଗୋଟିଏ କଥା ବିଜେଡିର ଆୟୁଷ ବହୁତ କମ୍। ଜଣେ ଜ୍ୟୋତିଷ ଭଳି ମୁଁ ଏହି ଭବିଷ୍ୟବାଣୀ କଲି।

ବିଜେଡି ପୁଣି ଥରେ ସରକାର କରିବ ବୋଲି କହୁଥିବା ପଚରାଯିବାରୁ ଶ୍ରୀ ମିଶ୍ର କହିଥିଲେ, ସେତେବେଳେ ପର୍ଯ୍ୟନ୍ତ ଦଳ ବଞ୍ଚିଥିଲେ ତ ସରକାର କରିବ।

Advertisment

ବଜେଟ୍ ଅଧିବେଶନ ପୂର୍ବରୁ ଗତକାଲି ସର୍ବଦଳୀୟ ବୈଠକ ବସିଥିବା ବେଳେ ଏଥିରେ ଯୋଗ ଦେବାକୁ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାକୁ ନେଇ ବିଜେଡି ପ୍ରତି ବିଜେପି ନରମ ଆଭିମୁଖ୍ୟ ପୋଷଣ କରୁଥିବା ଆଲୋଚନା ହେଉଥିବା ବେଳେ ଜୟନାରାୟଣ ମିଶ୍ର ଏହାକୁ ଖଣ୍ଡନ କରିଛନ୍ତି।

ସେ କହିଥିଲେ, କିଛି ନରମ ଆଭିମୁଖ୍ୟ ଦେଖାଯାଉ ନାହିଁ। ସେମିତି କିଛି ଘଟିନି। କଥାଟି ହେଉଛି- ଆମେ ରାଜନୀତିକ ଶିଷ୍ଟାଚାର ଜାଣୁ। ରାଜନୀତିକ ଶିଷ୍ଟାଚାରକୁ ଆମେ ଅବଲମ୍ବନ କରୁଛୁ। ନବୀନ ପଟ୍ଟନାୟକଙ୍କୁ ରାଜନୈତିକ ଶିଷ୍ଟାଚାର ଜଣାନଥିଲା। ସେ କେବେ କାହାକୁ କେୟାର କରୁ ନଥିଲେ। ତାଙ୍କୁ ଶିଷ୍ଟାଚାର ଜଣା ନଥିବାରୁ ସେ ସେଭଳି ଭୁଲ୍ କରୁଥିଲେ। ଆମେ ସେଭଳି ରାଜନୀତିକ ଶିଷ୍ଟାଚାରବିହୀନ କାମ କରିବୁ ନାହିଁ।

ବିରୋଧୀ ଦଳକୁ ସରକାର ଗଠନମୂଳକ ପ୍ରସ୍ତାବ ମାଗୁଥିବା ନେଇ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ଶ୍ରୀ ମିଶ୍ର କହିଥିଲେ, ବିରୋଧୀ ଦଳ ଗଠନମୂଳକ ପ୍ରସ୍ତାବ ଦେବା କଥା। ସେଥିରେ କ’ଣ ଅଛି? ସରକାରୀ ଦଳ ଓ ବିରୋଧୀ ଦଳ ମିଶିକି ଦେଶଟାକୁ ଚଲାଇବେ। ବିରୋଧୀ ଦଳ ଆମ ଦୁର୍ବଳତା ଦେଖିବେ। ଆମେ ତାକୁ ସୁଧାରିବୁ।

BjD Bjp Jayanarayan Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe