Advertisment

କାହିଁକି ଭୋଟ୍ ଦେଲନି କି ପ୍ରଚାରକୁ ଆସିଲନି? ଦଳକୁ କାରଣ ଦର୍ଶାଇଲେ ବିଜେପି ସାଂସଦ ଜୟନ୍ତ ସିହ୍ନା

ଦଳ ପଠାଇଥିବା ନୋଟିସର ଉତ୍ତର ରଖିଛନ୍ତି ବିଜେପି ସାଂସଦ ଜୟନ୍ତ ସିହ୍ନା।

author-image
Debibandita Barick
ଅଦ୍ୟତନ ହୋଇଛି
Jayant Sinha

Jayant Sinha

ଭୋଟ୍ ନଦେବା ସହ ପ୍ରଚାରରେ ସାମିଲ ନହେବାକୁ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ଜୟନ୍ତ ସିହ୍ନାଙ୍କୁ ନୋଟିସ୍ ପଠାଇଛି ଦଳ। ଦଳରୁ କାରଣଦର୍ଶାଅ ନୋଟିସ୍ ଯିବା ପରେ ଉତ୍ତର ରଖି ଜୟନ୍ତ ସିହ୍ନା କହିଛନ୍ତି, ମୁଁ ଭୋଟ୍ ଦେଇଛି, କିନ୍ତୁ ବାଲାଟ ପେପର ମାଧ୍ୟମରେ। 

Advertisment

ସୂଚନା ଅନୁସାରେ, ବିଜେପିର ଝାଡଖଣ୍ଡ ସାଧାରଣ ସମ୍ପାଦକ ଆଦିତ୍ୟ ସାହୁ ବୁଧବାର ଜୟନ୍ତ ସିହ୍ନାଙ୍କୁ ଚିଠି ଲେଖି କାହିଁକି ଭୋଟ୍ ଦେବାକୁ ଆସିନଥିଲେ ବୋଲି ପଚାରିଥିଲେ। ଏଥିସହ ସାହୁ କହିଥିଲେ, ହଜାରୀବାଗ ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା ହେବା ପରଠାରୁ ଆପଣ ସାଂଗଠନିକ କାର୍ଯ୍ୟ ତଥା ନିର୍ବାଚନ ପ୍ରଚାରରେ ସାମିଲ ହେଉନାହାନ୍ତି, ଏହାର କାରଣ କଣ।

ଚିଠି ପାଇବା ପରେ ସିହ୍ନା କହିଛନ୍ତି, ଆପଣଙ୍କ ଚିଠି ପାଇ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ଏବଂ ଜାଣିବାକୁ ପାଇଛି ଯେ ଆପଣ ଏହି ଚିଠିକୁ ମଧ୍ୟ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ମୋତେ କୌଣସି ଦଳୀୟ କାର୍ଯ୍ୟକ୍ରମ, ସମାବେଶ କିମ୍ବା ସାଂଗଠନିକ ସଭାକୁ ନିମନ୍ତ୍ରଣ କରାଯାଇ ନାହିଁ। 

Advertisment

"ଦଳ ମନୀଷ ଜୈସୱାଲଙ୍କୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଭାବରେ ଘୋଷଣା କରିଛି। ମୁଁ ମଧ୍ୟ ତାଙ୍କୁ ସମର୍ଥନ କରିଥିଲି ଏବଂ ଅଭିନନ୍ଦନ ଜଣାଇଥିଲି, ଯାହା ସୋଶାଲ ମିଡିଆରେ ବେଶ୍ ଆଲୋଚନା ହୋଇଥିଲା। ଯଦି ଦଳକୁ ଲାଗୁଥିଲା ମୁଁ କୌଣସି ନିର୍ବାଚନ କାର୍ଯ୍ୟକଳାପରେ ଭାଗ ନେବାକୁ ଚାହୁଁଛି, ତେବେ ଆପଣ ନିଶ୍ଚିତ ରୂପେ ମୋ ସହ ଯୋଗାଯୋଗ କରିଥାନ୍ତେ। ଝାଡଖଣ୍ଡର କୌଣସି ବରିଷ୍ଠ ଅଧିକାରୀ କିମ୍ବା ସାଂସଦ/ବିଧାୟକ ବି ମୋ ପାଖକୁ ଆସି ନାହାଁନ୍ତି। ମୋତେ କୌଣସି ଦଳୀୟ କାର୍ଯ୍ୟକ୍ରମ, ସମାବେଶ କିମ୍ବା ସାଂଗଠନିକ ସଭାକୁ ନିମନ୍ତ୍ରଣ ବି କରାଯାଇ ନାହିଁ।" 

ସେ ଆହୁରି କହିଛନ୍ତି, "ମୁଁ ଏଥର ନିର୍ବାଚନ ଲଢିବି ନାହିଁ ବୋଲି ସ୍ପଷ୍ଟ କରିଥିଲି।  ନାଡ୍ଡା ଜୀଙ୍କ ସହ ପରାମର୍ଶ କରିବା ପରେ ମୁଁ ଏଥର ନିର୍ବାଚନରୁ ଦୂରେଇ ରହିବି ବୋଲି କହିଥିଲି।"

ଏପ୍ରିଲ ୩୦ରେ ଜୈସ୍ୱାଲ ମୋତେ ନାମାଙ୍କନ ରାଲିରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ, କିନ୍ତୁ ମୁଁ ବିଳମ୍ବରେ ନିମନ୍ତ୍ରଣ ପାଇଥିବାରୁ ଯୋଗଦେଇ ପାରିନଥିଲି। ପରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସିଧାସଳଖ ଜୈସ୍ୱାଲ ଜୀଙ୍କ ବାସଭବନକୁ ଯାଇଥିଲି। କିନ୍ତୁ ସେ ସେଦିନ ଘରେ ନଥିଲେ, ତେଣୁ ମୁଁ ମୋର ଶୁଭେଚ୍ଛା ବାର୍ତ୍ତା ତାଙ୍କ ପରିବାରକୁ ଜଣାଇଥିଲି ବୋଲି ସିହ୍ନା କହିଛନ୍ତି।

ସେ ଆହୁରି କହିଛନ୍ତି, "ଏ ବାବଦରେ ଆପଣ ମୋତେ ଫୋନ୍ କଲ୍ କିମ୍ବା ବ୍ୟକ୍ତିଗତ ଭାବେ ସାକ୍ଷାତ କରି କହିପାରିଥାନ୍ତେ, କିନ୍ତୁ ଚିଠି ପଠାଇବାର କାରଣ ମୁଁ କିଛି ବୁଝିପାରୁନି।"

ପ୍ରକାଶ ଥାଉକି, ସିହ୍ନା ୨୫ ବର୍ଷ ଧରି ବିଜେପିରେ ଜଡ଼ିତ ରହିଛନ୍ତି। ସେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଥିବା ସହ ଝାଡଖଣ୍ଡ ହଜାରିବାଗରୁ ୨ ଥର ସାଂସଦ ହୋଇଛନ୍ତି। କିନ୍ତୁ ଏଥର ନିର୍ବାଚନ ଲଢୁନାହାନ୍ତି। ଏଥର ଦଳ ହଜାରିବାଗରୁ ମନୀଷ ଜୈସ୍ୱାଲଙ୍କୁ ପ୍ରାର୍ଥୀ କରିଛି। 

Bjp Jharkhand Politics Lok Sabha Polls Jayant Sinha