Advertisment

ଶଙ୍ଖ ଓ ଫୁଲ ଛାଡ଼ିବା ପରେ ହାତ ଧରିବେ ଜୟରାମ ପାଙ୍ଗୀ

ବିଜେଡିକୁ ହରାଇବା, ଓଡ଼ିଶାରେ ସରକାର ପରିବର୍ତ୍ତନ କରିବା ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି ଜୟରାମ ପାଙ୍ଗୀ କହିଛନ୍ତି।

ଅଦ୍ୟତନ ହୋଇଛି
Jayaram Pangi

Jayaram Pangi

Advertisment

ଶଙ୍ଖ ଓ ଫୁଲ ଛାଡ଼ିବା ପରେ ଏବେ ହାତ ଧରିବେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ନଭେମ୍ବର ୧୬ ତାରିଖରେ କଂଗ୍ରେସରେ ଯୋଗଦେବା ନେଇ ସୋଶାଲ୍ ମିଡିଆ ଫେସବୁକରେ ସୂଚନା ଦେଇଛନ୍ତି ଜୟରାମ।

Advertisment

ଏନେଇ ଜୟରାମ ପାଙ୍ଗୀ କହିଛନ୍ତି, ଯଦି ଭବିଷ୍ୟତରେ କେଉଁ ଦଳକୁ ଯିବି, ତାହା ହେଲେ କଂଗ୍ରେସ ଦଳକୁ ଯିବି। ମୋ ବାପା କଂଗ୍ରେସରେ ଥିଲେ। ମୋ ପରିବାର ହେଉଛି କଂଗ୍ରେସ। ସେହି ଦୃଷ୍ଟିରୁ ମୁଁ କଂଗ୍ରେସରେ ସାମିଲ ହେବି। ମୁଁ ନିକଟରେ କଂଗ୍ରେସରେ ସାମିଲ ହେବା କଥା। ହେଲେ ଛତିଶଗଡ଼ ନିର୍ବାଚନ ପାଇଁ ପ୍ରୋଗାମକୁ ଘୁଞ୍ଚାଇ ଦିଆଯାଇଛି। କିଛି ଦିନ ମଧ୍ୟରେ ମୁଁ କଂଗ୍ରେସରେ ସାମିଲ ହେବି।

ପୂର୍ବରୁ କଂଗ୍ରେସକୁ ବିରୋଧ କରୁଥିବା ବେଳେ ଏବେ କିପରି କଂଗ୍ରେସରେ ମିଶିବେ ପ୍ରଶ୍ନରେ ଜୟରାମ କହିଛନ୍ତି, ମୁଁ ବିଜୁବାବୁଙ୍କ ଆଦର୍ଶରେ ଚାଲୁଥିଲି। ମୁଁ କୌଣସି ଦଳକୁ ବିରୋଧ କରୁ ନଥିଲି। ବିଜୁବାବୁଙ୍କ ଆଦର୍ଶକୁ ଦେଖି ରାଜନୀତିରେ ସାମିଲ ହୋଇଥିଲି। ମୁଁ କୌଣସି ଦଳ ଉପରେ ଭରସା କରୁ ନଥିଲି। ମୁଁ ନେତାଙ୍କ ଉପରେ ଭରସା କରୁଥିଲି।

Advertisment

ଏବେ ବିଜେଡିକୁ ହରାଇବା, ଓଡ଼ିଶାରେ ସରକାର ପରିବର୍ତ୍ତନ କରିବା ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି ଜୟରାମ ପାଙ୍ଗୀ କହିଛନ୍ତି।

ଜୟରାମ ପାଙ୍ଗୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ BRS ଦଳରେ ସାମିଲ ହୋଇଥିଲେ। ତା’ ପୂର୍ବରୁ ସେ ଜନତା ଦଳ, ବିଜେଡି ଓ ବିଜେପିରେ ସାମିଲ ହୋଇଥିଲେ। ଜୟରାମ ୪ ଥର ବିଧାୟକ ହୋଇଥିବା ବେଳେ ଥରେ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ୧୯୭୭ ମସିହାରେ ଜନତା ପାର୍ଟି ଟିକେଟ୍‌ରେ ସେ ପଟାଙ୍ଗି ଆସନରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୧୯୯୦ରେ ସେ ଏହି ଆସନରୁ ବିଜୟୀ ହୋଇଥିଲେ। ତେବେ ସେଥର ଜନତା ଦଳ ଟିକେଟ୍‌ରେ ବିଧାନସଭାକୁ ଯାଇଥିଲେ। ୨୦୦୦ ଓ ୨୦୦୪ରେ ଜୟରାମ ପାଙ୍ଗୀ ବିଜେଡି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ବିଜେଡି ଟିକେଟ୍‌ରେ କୋରାପୁଟ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୭ରେ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟ୍‌ରେ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ପରାସ୍ତ ହୋଇଥିଲେ।।

Jayaram Pangi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe