Advertisment

ପ୍ରମିଳାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଜୟନାରାୟଣ; ୪୦ ସିଟ୍‌ ଜିତିକି ଦେଖାନ୍ତୁ

ଜୟନାରାୟଣ ମିଶ୍ର କହିଛନ୍ତି, ବିଜେଡି ଆଗାମୀ ଦିନରେ ରହିବ କି ନାହିଁ ସେ କଥା ଚିନ୍ତା କରନ୍ତୁ। ତାଙ୍କର ୨ ସାଂସଦ ଆସିଲେଣି। ଜିଲ୍ଲାସ୍ତରରେ ଗଣ୍ଡଗୋଳ ଲାଗି ରହିଛି। ବିଜେଡିକୁ କିଭଳି ସମ୍ଭାଳି ରଖିବେ ସେକଥା ଚିନ୍ତା କରନ୍ତୁ।

BJP

BJP

Advertisment

ବିରୋଧୀଦଳ ମୁଖ୍ୟ ସଚେତକ ତଥା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ୧୪୦ ତ ଅଲଗା କଥା, ୪୦ ସିଟ୍‌ରେ ଜିତିକି ଦେଖାନ୍ତୁ। ପ୍ରମିଳାଙ୍କ ମନ୍ତବ୍ୟରେ ଏମିତି ମନ୍ତବ୍ୟ ଦେଇଛନ୍ତି ଜୟନାରାୟଣ।

Advertisment

ଗଣମାଧ୍ୟମକୁ ଜୟନାରାୟଣ ମିଶ୍ର କହିଛନ୍ତି, ବିଜେଡି ଆଗାମୀ ଦିନରେ ରହିବ କି ନାହିଁ ସେ କଥା ଚିନ୍ତା କରନ୍ତୁ। ତାଙ୍କର ୨ ସାଂସଦ ଆସିଲେଣି। ଜିଲ୍ଲାସ୍ତରରେ ଗଣ୍ଡଗୋଳ ଲାଗି ରହିଛି। ବିଜେଡିକୁ କିଭଳି ସମ୍ଭାଳି ରଖିବେ ସେକଥା ଚିନ୍ତା କରନ୍ତୁ। ଆଜି ଗୋଟିଏ ହୁଇସିଲ୍‌ ମାରିଲେ ବିଜେଡି ଭାଙ୍ଗିଯିବ ବୋଲି ଜୟନାରାୟଣ କହିଛନ୍ତି।

ସେପରେ ପ୍ରମିଳାଙ୍କ ମନ୍ତବ୍ୟକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଓଡ଼ିଶାରେ ଗୋଟିଏ ଦଳ ରହିବ। ରାଜ୍ୟରେ ଆଉ ବିଜେଡିର ସ୍ଥାନ ନାହିଁ। ଧିରେ ଧିରେ ବିଜେଡି ନେତା ଓ କର୍ମୀ ଦଳ ଛାଡିବା ଆରମ୍ଭ କରିଛନ୍ତି। ଆଗକୁ ଆହୁରି ଅନେକ ନେତା ବିଜେଡି ଛାଡି ବିଜେପିରେ ମିଶିବେ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।

Advertisment

ସୂଚନାରୁ ପ୍ରକାଶ, ଆଜି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ବିଜେଡି ଆଜି ମଧ୍ୟ ରାଜ୍ୟରେ ଏକ ନମ୍ବର ଦଳ। ଆଜି ନିର୍ବାଚନ ହେଲେ ବିଜେଡି ୧୪୦ ସିଟ୍ ଜିତିବ। ଆମ ଦଳରେ କେହି ବିଷୋଦଗାର କରୁନାହାଁନ୍ତି। ପ୍ରସନ୍ନ ପାଟ୍ଟଶାଣୀ କେବେଠୁ ବିଜେପି ପଳାଇଲେଣି। ବିଜେପି ଆଗେ ତାଙ୍କ ଅବସ୍ଥା ସମ୍ଭାଳନ୍ତୁ ବୋଲି ପ୍ରମିଳା କହିଥିଲେ।

Jaynarayan Mishra Pramila Mallick Bjp BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe