Advertisment

ବିଜେପି ସହ ହାତ ମିଳାଇଲେ କୁମାରସ୍ୱାମୀ

କୁମାରସ୍ୱାମୀଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ କ’ଣ ତାଙ୍କ ଦଳ ବିଜେପି ସହ ମେଣ୍ଟ କରିବ? ଏହାର ଜବାବରେ ସେ ଗଣେଶ ପୂଜା ପରେ ସବୁ କିଛି କହିବେ ବୋଲି କହିଥିଲେ

author-image
Hemant Lenka
JDS

JDS

ଯାହା ଆଶା କରାଯାଉଥିଲା ସେଇଆ ହେଲା। ବିଜେପି ସହ ଶେଷରେ ହାତ ମିଳାଇଛନ୍ତି କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ। ଆଜି ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହି ସମୟରେ ଜେଡିଏସ୍‌ ବିଧିବଦ୍ଧ ଭାବେ ବିଜେପି ନେତୃତ୍ୱାଧୀନ ଏନଡିରେ ସାମିଲ ହୋଇଛି।

Advertisment

ଏ ସଂକ୍ରାନ୍ତରେ ନିଜେ ଶ୍ରୀ ନଡ୍ଡା ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ସେ କୁମାରସ୍ୱାମୀଙ୍କ ସହ ଭେଟଘାଟର ଫଟୋ ମଧ୍ୟ ପୋଷ୍ଟା କରିଛନ୍ତି। ସେ କହିଛନ୍ତି, “ଆଜି ମୁଁ କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ୱାମୀଙ୍କୁ ଭେଟିଛି।

ଏହି ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ମୁଁ ବେଶ ଖୁସିର ସହ ଘୋଷଣା କରିବାକୁ ଚାହୁଁଛି  ଯେ ଏନଡିଏର ଗୋଟିଏ ଅଂଶବିଶେଷ ହେବାକୁ ଜେଡିଏସ ନିଷ୍ପତ୍ତି ନେଇଛି। ଆମେ ସେମାନଙ୍କୁ ହୃଦୟର ସହ ଏନଡିଏକୁ ନିମନ୍ତ୍ରଣ କରୁଛୁ। ଏହା ଏନଡିଏକୁ ଆହୁରି ମଜବୁତ କରିବ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ମଧ୍ୟ ସହାୟକ ହେବ। ନୂଆ ଇଣ୍ଡିଆ, ସଶକ୍ତ ଇଣ୍ଡିଆ।”

Advertisment

ଜେଡିଏସ୍‌ ଆଜି ଏନଡିଏରେ ସାମିଲ ହୋଇଥିବାରୁ କର୍ଣ୍ଣାଟକାରେ ଦଳ ବିଜେପି ସହ ମିଶି ଲୋକସଭା ନିର୍ବାଚନ ଲଢ଼ିବ। ମେଣ୍ଟ ହୋଇଥିଲେ ମଧ୍ୟ ଆଜି ସିଟ୍‌ ଶେୟାରିଂ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ।

ଜେଡିଏସ୍‌କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା ଗଠନ କରିଥିଲେ। ୧୯୯୬ ମସିହା ଜୁନରୁ ୧୯୯୭ ମସିହା ଏପ୍ରିଲ ଯାଏ ଦେବଗୌଡ଼ା ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଗତକାଲି ଦେବଗୌଡ଼ା ଓ କୁମାରସ୍ୱାମୀ ସଂସଦରେ ଅମିତ ଶାହ ଓ ଜେପି ନଡ୍ଡାକୁ ଭେଟିଥିଲେ। ଲାଗୁଥିଲା ଜେଡିଏସ ବିଧିବଦ୍ଧ ଭାବେ ଏନଡିଏରେ ସାମିଲ ହେବ। ଏବେ ସତକୁ ସତ ଜେଡିଏସି ବିଜେପିର ହାତ ଧରିଛି।

ଗତ ସପ୍ତାହରେ କୁମାରସ୍ୱାମୀଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ କ’ଣ ତାଙ୍କ ଦଳ ବିଜେପି ସହ ମେଣ୍ଟ କରିବ? ଏହାର ଜବାବରେ ସେ ଗଣେଶ ପୂଜା ପରେ ସବୁ କିଛି କହିବେ ବୋଲି କହିଥିଲେ। ଏବେ ସେ ବିଜେପି ସହ ହାତ ମିଳାଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

Bjp JDS HD Kumaraswamy