Advertisment

ଅଶ୍ଳୀଳ ଭିଡିଓ ମାମଲା: ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ବହିଷ୍କାର କରିବ ଜେଡିଏସ୍‌! ଷଡ଼ଯନ୍ତ୍ର କହିଲେ ବାପା

୩୩ ବର୍ଷୀୟ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ହେଉଛନ୍ତି ଏଚଡି ରେଭାନ୍ନାଙ୍କ ପୁଅ। ସେ ବର୍ତ୍ତମାନ କର୍ଣ୍ଣାଟକାର ଜଣେ ବିଧାୟକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ବଡ଼ ପୁଅ।

author-image
Hemant Lenka
JDS

JDS

ଅନେକ ମହିଳାଙ୍କୁ ବ୍ଲାକମେଲ କରି ଯୌନ ନିର୍ଯାତନା ଦେବା ଅଭିଯୋଗରେ ଫସିଥିବା ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଦଳ।

Advertisment

ତାଙ୍କୁ ଜେଡିଏସ୍‌ ଦଳରୁ ବହିଷ୍କାର କରିବ ବୋଲି ଖବର ମିଳିଛି। ଅଶ୍ଳୀଳ ଭିଡିଓକୁ ନେଇ ନିର୍ବାଚନ ବେଳେ ବ୍ୟାକଫୁଟରେ ଥିବା ଜେଡିଏସ୍‌ ଆସନ୍ତାକାଲି କୋର କମିଟି ବୈଠକ ଡାକିଛି। କର୍ଣ୍ଣାଟକାର ହୁବ୍ବାଲିରେ ଆସନ୍ତାକାଲି ଦିନ ୧୦ଟାରେ ବୈଠକ ବସିବ। ଏହି ବୈଠକରେ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ବରଖାସ୍ତ କରିବାକୁ ସୁପାରିସ କରାଯିବ ବୋଲି ଜଣାପଡ଼ିଛି।

ଏହି ଅଶ୍ଳୀଳ ଭିଡିଓକୁ ନେଇ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଜେଡିଏସ୍‌ ନେତାମାନେ ଏଚ୍‌ଡି ଦେବଗୌଡାଙ୍କୁ ଚିଠି ଲେଖି ଥିଲେ। ଅଶ୍ଳୀଳ ଭିଡିଓକୁ ନେଇ ଦଳ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେଉଛି। ତେଣୁ ତାଙ୍କୁ ଦଳରୁ ବହିଷ୍କାର କରିଦେବା ଉଚିତ ବୋଲି ଦଳୀୟ ନେତାମାନେ କହିଛନ୍ତି। ଏହାପରେ ଆସନ୍ତାକାଲି ବିଚାର କରାଯିବ।

Advertisment

ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧଣେ ତାଙ୍କ ଘରର ଚାକରାଣୀ ମଧ୍ୟ ଗୁରୁତର ଅଭିଯୋଗ ଆଣିଛି। ତାଙ୍କ ସହ ମଧ୍ୟ ଜେଡିଏସ୍‌ ସାଂସଦ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସାଂସଦ ଚାକରାଣୀର ଝିଅକୁ ଭିଡିଓ କଲ୍‌ କରି ଅଶ୍ଳୀଳ ଭାଷାରେ କଥା ହେଉଥିବା ଅଭିଯୋଗ ହୋଇଛି।

କର୍ଣ୍ଣାଟକାରେ ବିଜେପି ଓ ଜେଡିଏସ୍‌ ମିଳିତ ଭାବେ ନିର୍ବାଚନ ଲଢ଼ୁଛନ୍ତି। ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ମେଣ୍ଟ ପକ୍ଷରୁ ହାସନ ଲୋକସଭା ସିଟ୍‌ରୁ ପ୍ରାର୍ଥୀ ହୋଇଥିଲେ। ଏପ୍ରିଲ ୨୬ରେ ଏଠାରେ ଭୋଟ ମଧ୍ୟ ଶେଷ ହୋଇଛି।

ଏବେ ସୋଶାଲ ମିଡିଆରେ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଏକାଧିକ ଅଶ୍ଳୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟ ଭୋଟ ପରେ ହିଁ ଭିଡିଓ ଭାଇରାଲ ହୋଇଥିଲା। କିନ୍ତୁ ହାସନ ଆସନରେ ଭୋଟ ଶେଷ ହେବା ପରେ ଅଶ୍ଳୀଳ ଭିଡିଓ ବିବାଦ ତୀବ୍ର ହୋଇଛି।

୩୩ ବର୍ଷୀୟ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ହେଉଛନ୍ତି ଏଚଡି ରେଭାନ୍ନାଙ୍କ ପୁଅ। ସେ ବର୍ତ୍ତମାନ କର୍ଣ୍ଣାଟକାର ଜଣେ ବିଧାୟକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ବଡ଼ ପୁଅ।

ବିବାଦ ବଢ଼ୁଥିବା ବେଳେ ଏଚ୍‌ଡି ରେଭାନ୍ନା ଘଟଣା ପଛରେ ଷଡ଼ଯନ୍ତ୍ର ଗନ୍ଧ ବାରିଛନ୍ତି। ସେ କହିଛନ୍ତି, ଏସବୁ ଭିଡିଓ ୪ରୁ ୫ ବର୍ଷ ପୁରୁଣା। ମୋତେ ଓ ମୋ ପୁଅକୁ ବଦନାମ କରିବାକୁ ଏହା ଏକ ଷଡ଼ଯନ୍ତ୍ର। ଆମେ ସବୁ ପ୍ରକାରର ତଦନ୍ତ ପାଇଁ ପ୍ରସ୍ତୁତ ରହିଛି।

ଅନ୍ୟପକ୍ଷରେ ଭିଡିଓ ଭାଇରାଲ ହେବା ପରେ କର୍ଣ୍ଣାଟକାରେ କ୍ଷମତାସୀନ କଂଗ୍ରେସ ସରକାର ଘଟଣାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଭିଡିଓକୁ ବିକୃତ କରି ପ୍ରସ୍ତୁତ କରାଯାଇଥିବା ସଫେଇ ଦେଇଛନ୍ତି। ସେହିପରି ବିବାଦ ପରେ ସେ ଦେଶ ମଧ୍ୟ ଛାଡ଼ି ଦେଇଛନ୍ତି।

Bjp Karnataka JDS Prajwal Revanna