Advertisment

କାଲି ଏନ୍‌ଡିଏରେ ସାମିଲ ହେବ ଜେଡିଏସ୍‌!

ଦେବେଗୌଡ଼ା ଓ କୁମାରସ୍ୱାମୀ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।

author-image
Jitendra Garnayak
Devegowda and kumarswami

Devegowda and kumarswami

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍‌ ମୁଖ୍ୟ ଏଚ୍‌ଡି ଦେବେଗୌଡ଼ା ଓ ତାଙ୍କ ପୁଅ ଏଚ୍‌ଡି କୁମାରସ୍ୱାମୀ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିବା କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକାରେ ବିଜେପି ଓ ଜେଡିଏସ୍ ମଧ୍ୟରେ ମେଣ୍ଟ କରିବାକୁ ଏହି ଭେଟଘାଟ ହୋଇଥିଲା ବୋଲି କୁହାଯାଉଛି। କିଏ କେତେ ଆସନରେ ଲଢ଼ିବେ ସେ ନେଇ ଆଜି ଆଲୋଚନା ହୋଇଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ, ଦେବେଗୌଡ଼ା ଓ କୁମାରସ୍ୱାମୀ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ସେଠାରେ ହୁଏତ ଏନ୍‌ଡିଏରେ ଜେଡିଏସ୍‌ ସାମିଲ ହେବା ନେଇ ଆନୁଷ୍ଠାନିକ ଘୋଷଣା ହୋଇପାରେ।

ନିକଟରେ କର୍ଣ୍ଣାଟକାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା ସଙ୍କେତ ଦେଇଥିଲେ ଯେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ତାଙ୍କ ଦଳ ଜେଡିଏସ୍‌ ସହିତ ମେଣ୍ଟ କରିପାରେ। ତା’ପରଠାରୁ ଜେଡିଏସ୍‌ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ସାମିଲ ହୋଇପାରେ ବୋଲି ଆଲୋଚନା ଜୋର ଧରିଥିଲା। ଅନ୍ୟପକ୍ଷରେ ଏଚ୍‌ଡି ଦେବେଗୌଡ଼ା ପୂର୍ବରୁ କହିଥିଲେ ଯେ ଆସନ୍ତା ଲୋକସଭା ନିର୍ବାଚନରେ ତାଙ୍କ ଦଳ ଏକା ଲଢ଼ିବ।

Advertisment

କର୍ଣ୍ଣାଟକାରେ ୨୮ଟି ଲୋକସଭା ଆସନ ଅଛି। ୨୦୧୯ରେ କର୍ଣ୍ଣାଟକାରେ ବିଜେପି ୨୫ଟି ଲୋକସଭା ଆସନ ଜିତିଥିଲା। ଏହା ସହିତ ବିଜେପି ସମର୍ଥିତ ଜଣେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ବିଜୟ ହୋଇଥିଲେ। କଂଗ୍ରେସ ଓ ଜେଡିଏସ୍‌କୁ ସେତେବେଳେ ମାତ୍ର ଗୋଟିଏ ଲେଖାଏଁ ଆସନ ମିଳିଥିଲା। ଉଭୟ ମେଣ୍ଟ କରିଥିଲେ ହେଁ ବିଜେପିକୁ ଟକ୍କର ଦେଇ ପାରି ନଥିଲେ।

Bjp JDS HD DeveGowda HD Kumaraswamy