ନୀତୀଶ କୁମାର ଓ ବିଜେପି: କେନ୍ଦ୍ରରେ କୋଳାକୋଳି, ମଣିପୁରରେ କଳି!

ବିଜେପି ୨୦୨୪ ସାଧାରଣ ନିର୍ବାଚନରେ ଏକାକୀ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୭୨ ହାସଲ କରିପାରି ନାହିଁ।

PM Modi

ମୋଦି ଓ ନୀତୀଶ କୁମାର (ଫାଇଲ ଫଟୋ)

Hemant Lenka
  • Published: Wednesday, 22 January 2025
  • Updated: 22 January 2025, 05:48 PM IST

Sports

Latest News

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପଲଟୁ ରାମ ଭାବେ ବେଶ ପରିଚିତ। କେତେବେଳେ ସେ କେନ୍ଦ୍ର ସପକ୍ଷରେ ତ କେତେବେଳେ କେନ୍ଦ୍ର ବିପକ୍ଷରେ। ଏବେ ସେ କେନ୍ଦ୍ରରେ କ୍ଷମତାସୀନ ଏନଡିଏର ଅଂଶ ବିଶେଷ। ତାଙ୍କ ଦଳ ଜେଡିୟୁର କିଛି ସଦସ୍ୟ କେନ୍ଦ୍ରରେ ମନ୍ତ୍ରୀ ବି ହୋଇଛନ୍ତି। ଜେଡିୟୁ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନ ଉପରେ କେନ୍ଦ୍ରର କ୍ଷମତାସୀନ ନରେନ୍ଦ୍ର ମୋଦି ସରକାରର ଭାଗ୍ୟ ମଧ୍ୟ ନିର୍ଭର କରୁଛି।

କାରଣ ବିଜେପି ୨୦୨୪ ସାଧାରଣ ନିର୍ବାଚନରେ ଏକାକୀ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୭୨ ହାସଲ କରିପାରି ନାହିଁ। ଦଳ ପାଖରେ ୨୪୦ ଜଣ ସାଂସଦ ରହିଛନ୍ତି। ତେଣୁ ବିଜେପିକୁ କ୍ଷମତା ବଜାୟୀ ରଖିବା ପାଇଁ ନୀତୀଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନ ଆଗାମୀ ୫ ବର୍ଷ ପାଇଁ ଦରକାର।

କିନ୍ତୁ କେନ୍ଦ୍ର ଓ ବିହାରରେ ବିଜେପିର ସହଯୋଗୀ ଭାବେ କାମ କରୁଥିବା ଜେଡିୟୁରେ ଏନଡିଏକୁ ନେଇ ଯେ ସବୁକିଛି ଠିକ ଚାଲିନାହିଁ ତାହା ମଣିପୁରରେ ଦଳର ଏକ ନିଷ୍ପତ୍ତିରୁ ସଂକେତ ମିଳିଛି। ମଣିପୁରରେ ଜେଡିୟୁ କ୍ଷମତାସୀନ ବିଜେପି ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଛି। ଜେଡିୟର ଏକମାତ୍ର ବିଧାୟକ ପୂର୍ବଭଳି ବିରୋଧୀ ଆସନରେ ବସିବେ ବୋଲି ଦଳର ରାଜ୍ୟଶାଖା ପକ୍ଷରୁ ମଣିପୁର ରାଜ୍ୟପାଳ ଅଜୟ ଭଲ୍ଲାଙ୍କୁ ଚିଠି ଲେଖି ବିଧିବଦ୍ଧ ଭାବେ ଅବଗତ କରାଯାଇଛି।

Also Read

ଏହି ଘଟଣାକୁ ନେଇ ବିହାର ତଥା ଜାତୀୟ ରାଜନୀତିରେ ହଇଚଇ ଆରମ୍ଭ ହେଉ ନହେଉଣୁ ଦଳର ଜାତୀୟ କାର୍ଯ୍ୟାଳୟ ତରଫରୁ ମଣିପୁରର ବିଜେପି ସରକାରଠାରୁ ସମର୍ଥନ ପ୍ରତ୍ୟାହାର ପତ୍ର ଜାରି କରିଥିବା ରାଜ୍ୟ ଶାଖା ସଭପତିଙ୍କୁ ବହିଷ୍କାର କରାଯାଇଛି। ତେବେ ଏହା ଏକ କ୍ଷତିଭରଣା ଉଦ୍ୟମ ଭାବେ ରାଜନୀତିକ ମହଲରେ ଆଲୋଚିତ ହେଉଛି।

ବିଜେପି ଠାରୁ ଜେଡିୟୁର ସମର୍ଥନ ପ୍ରତ୍ୟାହାର ମଣିପୁର ରାଜନୀତିରେ କୌଣସି ପ୍ରକାରର ହଟଚମଟ ସୃଷ୍ଟି କରିବ ନାହିଁ। କିନ୍ତୁ ଜେଡିୟୁର ଏପରି ଆଭିମୁଖ୍ୟ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଜେଡିୟୁ କେନ୍ଦ୍ର ଓ ବିହାରରେ ବିଜେପିର ପ୍ରମୁଖ ସହଯୋଗୀ। ଯଦି ପଲଟୁ ରାମ ନୀତୀଶ କୁମାର ମଣିପୁର ଭଳି କେନ୍ଦ୍ରରେ ବିଜେପି ଠାରୁ ସମର୍ଥନ ପ୍ରତ୍ୟାହାର କରି ନିଅନ୍ତି, ତା’ହେଲେ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ପଦ ଆଉ ରହିବ ନାହିଁ।

କେନ୍ଦ୍ରରେ ମୋଦି ସରକାରଙ୍କୁ ସମର୍ଥନ ଦେବା ପୂର୍ବରୁ ନୀତୀଶ କୁମାର ବିରୋଧୀ ମେଣ୍ଟରେ ରହିଥିଲେ। ଏପରି କି ସେ ପ୍ରଧାନମନ୍ତ୍ରୀ ଚେହେରା ଭାବେ ବିରୋଧୀ ମେଣ୍ଟରୁ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଚାହିଁଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ମତଭେବଦ ହେବାରୁ ନୀତୀଶ କୁମାର ବିରୋଧୀ ମେଣ୍ଟରୁ ଓହରି ବିଜେପି ସହ ମିଶି ବିହାରରେ ପ୍ରଥମେ ସରକାର ଗଠନ କରିଥିଲେ। ଏହାପରେ ୨୦୨୪ ସାଧାରଣ ନିର୍ବାଚନରେ ଜେଡିୟୁ ଓ ବିଜେପି ଏକାଠି ଲଢ଼ିଥିଲେ।

କେନ୍ଦ୍ରରେ ବିଜେପି ଓ ଜେଡିୟୁ ଏକାଠି ଥିଲେ ହେଁ ନିକଟରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଖୋଲାଖୋଲି ଭାବେ ନୀତୀଶ କୁମାରଙ୍କୁ ବିରୋଧୀ ମେଣ୍ଟକୁ ଫେରି ଆସିବାକୁ କହିଥିଲେ। ନୂଆ ବର୍ଷ ଅବସରରେ ଲାଲୁ ଯାଦବ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ତାଙ୍କ ଦ୍ୱାର ସବୁବେଳେ ଖୋଲା। ସେ ଚାହିଁଲେ ଆସିପାରିବେ। ଲାଲୁ ଯାଦବ ଏହା ମଧ୍ୟ କହିଛନ୍ତି ଯେ ନୀତୀଶ କୁମାର ଆମକୁ ଛାଡି ପଳାଇଥିଲେ ମଧ୍ୟ ଆମେ ତାଙ୍କୁ କ୍ଷମା କରିଛୁ। ଅବଶ୍ୟ ସେତେବେଳେ ନୀତୀଶ କୁମାର ଇଣ୍ଡିଆ ମେଣ୍ଟକୁ ଫେରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଥିଲେ।

କିନ୍ତୁ ଏବେ ମଣିପୁରରେ ବିଜେପି ଠାରୁ ଜେଡିୟୁ ସମର୍ଥନ ପ୍ରତ୍ୟାହାର କରିବା ନୂଆ ଚର୍ଚ୍ଚାକୁ ସୁଯୋଗ ଦେଇଛି। ୨୦୨୨ ମଣିପୁର ବିଧାନସଭା ନିର୍ବାଚନରେ ଜେଡିୟୁ ୬ଟି ଆସନରେ ଜିତିଥିଲା। କିନ୍ତୁ ନିର୍ବାଚନ ପରେ ଜେଡିୟୁର ୫ ଜଣ ବିଧାୟକ ବିଜେପିରେ ମିଶି ଯାଇଥିଲେ। ଏଥିଯୋଗୁ ଶାସକ ବିଜେପିର ସଂଖ୍ୟା ବିଧାନସଭାରେ ବଢ଼ି ଯାଇଥିଲେ। ଏବେ ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ବିଜେପି ସଦସ୍ୟଙ୍କ ସଂଖ୍ୟା ୩୭ ରହିଛି। ସରକାରଙ୍କୁ ନାଗା ପିପୁଲ୍ସ ଫ୍ରଣ୍ଟର ୫ ବିଧାୟକ ଓ ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ସମର୍ଥନ କରୁଛନ୍ତି।

ଜେଡିୟୁର ୫ ବିଧାୟକଙ୍କୁ ବିଜେପି ଗ୍ରହଣ କରିଥିବାରୁ ଏହାକୁ ନେଇ ଦୁଇ ଦଳର ରାଜ୍ୟଶାଖା ମଧ୍ୟରେ ପୂର୍ବରୁ ତିକ୍ତତା ଜାରି ରହିଛି। ଏସବୁ ଭିତରେ ଜେଡିୟୁ ପୂର୍ବଭଳି ବିଜେପିକୁ ମଣିପୁରରେ ବିରୋଧ କରିବ ବୋଲି ସ୍ପଷ୍ଟ କରିଛି।

ମଣିପୁର ଜେଡିୟୁ ମୁଖ୍ୟ କେ ବୀରେନ ସିଂହ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଚିଠି ଲେଖି କହିଛନ୍ତି ଯେ ୨୦୨୨ ଫେବୃଆରୀ/ମାର୍ଚ୍ଚରେ ହୋଇଥିବା ବିଧାନସଭା ନିର୍ବାଚନରେ ଜେଡିୟୁ ୬ଟି ଆସନରେ ବିଜୟୀ ହୋଇଥିଲେ। ନିର୍ବାଚନର କିଛି ମାସ ପରେ ଜେଡିୟୁର ୫ ଜଣ ବିଧାୟକ ବିଜେପିରେ ମିଶି ଯାଇଥିଲେ। ସମ୍ବିଧରନର ୧୦ମ ସେଡ୍ୟୁଲର ଅନୁଯାୟୀ ୫ ବିଧାୟକଙ୍କ ମାମଲା ବାଚସ୍ପତିଙ୍କ ପାଖରେ ପଡ଼ି ରହିଛି। ଏସବୁ ଭିତରେ ଜେଡିୟୁ ବିରୋଧୀ ମେଣ୍ଟ ଇଣ୍ତିଆର ସଦସ୍ୟ ହୋଇଥିଲା।

ଏଥିପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ(ଗୃହର ନେତା) ଓ ବାଚସ୍ପତିଙ୍କୁ ଅବଗତ କରାଇ ଜେଡିୟୁ ମଣିପୁରରେ ବିଜେପି ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା। ସେହି ଅନୁସାରେ ଦଳର ଏକମାତ୍ର ବିଧାୟକ ମହମ୍ମଦ ଅବଦୁଲ ନସିରଙ୍କ ପାଇଁ ବିରୋଧୀ ବେଞ୍ଚରେ ବିସିବାର ବ୍ୟବସ୍ଥା ବି ହୋଇଥିଲା। ଏବେ ମଧ୍ୟ ଜେଡିୟୁ ପୂର୍ବ ନିଷ୍ପତ୍ତରେ କାଏମ ରହିଛି। ମଣିପୁରରେ ଜେଡିୟୁର ଏକମାତ୍ର ବିଧାୟକ ବିରୋଧୀ ସଦସ୍ୟ ଭାବେ କାମ କରିବେ ବୋଲି ସେ କହିଛନ୍ତି।

୨୦୨୪ରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ଜେଡିୟୁ ୧୨ଟି ଆସନରେ ବାଜି ମାରିଛି। ଏହି ୧୨ ଆସନ ବିଜେପିକୁ ସରକାର ଗଠନ କରିବାରେ ବେଶ ସହାୟକ ହୋଇଛି। କେନ୍ଦ୍ରରେ ମ୍ୟାଜିକ ନମ୍ବର ହାସଲ ପାଇଁ ଜେଡିୟୁର ସମର୍ଥନର ଗୁରୁତ୍ୱ ରହିଛି। ଏପରି ସ୍ଥିତିରେ ମଣିପୁରରେ ଘଟିଥିବା ଘଟଣା ନୂଆ ଟ୍ୱିଷ୍ଟ ଆଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story