Advertisment

ସଞ୍ଜୟ ଝା ହେଲେ ଜେଡିୟୁର କାର୍ଯ୍ୟକାରୀ ସଭାପତି

ବର୍ତ୍ତମାନ ଦେଶ ତଥା ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୀତିକ ସ୍ଥିତି ତଥା ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନର ପ୍ରସ୍ତୁତି ପାଇଁ ଆଜିର ବୈଠକ ବସିଥିଲା।

author-image
Hemant Lenka
sanjay

sanjay

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ରାଜ୍ୟସଭା ସାଂସଦ ସଞ୍ଜୟ ଝା। ଆଜି ବସିଥିବା ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି।

Advertisment

ବର୍ତ୍ତମାନ ଦେଶ ତଥା ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୀତିକ ସ୍ଥିତି ତଥା ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନର ପ୍ରସ୍ତୁତି ପାଇଁ ଆଜିର ବୈଠକ ବସିଥିଲା। ଏହି ବୈଠକରେ ଦଳ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେହିପରି ସଞ୍ଜୟ ଝାଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି।

ବୈଠକ ପରେ ଦଳର ବରିଷ୍ଠ ନେତା ନୀରଜ କୁମାର କହିଛନ୍ତି, “ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାଂସଦ ସଞ୍ଜୟ ଝାଙ୍କୁ କାର୍ଯ୍ୟକାରୀ ସଭାପତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। ଗୋଟିଏ ହେଲା ସଞ୍ଜୟ ଝାଙ୍କୁ କାର୍ଯ୍ୟକାରୀ ସଭାପତି କରିବା ଓ ଅନ୍ୟଟି ହେଲା ଜେଡିୟୁ ଏବେ ବିଜେପି ନେତୃତ୍ୱାଧୀନ ଏନଡିଏରେ ରହିବ।”

Advertisment

ଗତବର୍ଷ ନୀତୀଶ କୁମାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜେଡିୟୁର ଦାୟିତ୍ୱ ନେଇଥିଲେ। ଗତବର୍ଷ ଡିସେମ୍ବରରେ ବସିଥିବା ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ନୀତିଶ କୁମାର ଜେଡିୟୁର ସଭାପତି ହୋଇଥିଲେ। ଏହାପୂର୍ବରୁ ରାଜୀବ ରଞ୍ଜନ ଓରଫ ଲଲନ ସିଂହ ଜେଡିୟୁ କମାଣ ସମ୍ଭାଳିଥିଲେ।

ଲଲନ ସିଂହ ଏବେ ମୋଦି ୩.୦ରେ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ନୀତୀଶ କୁମାରଙ୍କ ଜେଡିୟୁ ୨୦୨୪ ଲୋକସଭା ନିର୍ବାଚନ ବିଜେପି ସହ ମେଣ୍ଟ କରି ଲଢ଼ିଥିଲା।

Nitish Kumar JDU Sanjay Jha