Advertisment

ନୀତୀଶ କୁମାରଙ୍କ ଜେଡିୟୁରେ ସବୁ ଠିକ ଠାକ ଚାଲିଛି ତ?

ଦଳର ପୋଷ୍ଟରରୁ ସଭାପତି ଲଲନ ସିଂହଙ୍କ ଫଟୋ ଗାଏବ ହେବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। ଏସବୁ ଭିତରେ ଆଜି ଦଳର ଜାତୀୟ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

JDU

JDU

Advertisment

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁରେ ବିବାଦ ଚାଲିଥିବା ଚର୍ଚ୍ଚା ହେଉଛି। ଦଳର ପୋଷ୍ଟରରୁ ସଭାପତି ଲଲନ ସିଂହଙ୍କ ଫଟୋ ଗାଏବ ହେବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। ଏସବୁ ଭିତରେ ଆଜି ଦଳର ଜାତୀୟ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

Advertisment

ଦିନକ ପରେ ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିବ। ଏହାପୂର୍ବରୁ ଅନୁଷ୍ଠିତ ବୈଠକରେ ଉଭୟ ନୀତୀଶ କୁମାର ଓ ଦଳର ଜାତୀୟ ସଭାପତି ଲଲନ ସିଂହ ଯୋଗ ଦେଇଥିଲେ।

ଦିନକ ପରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କାର୍ଯ୍ୟକାରିଣୀରେ ଲଲନ ସିଂହ ଇସ୍ତଫା ଦେବେ ବୋଲି କୁହାଯାଉଛି। ଲଲନ ସିଂହଙ୍କ ବଦଳରେ ନୀତୀଶ କୁମାର ହିଁ ଦଳର ନେତୃତ୍ୱ ନେବେ। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଉଭୟ ଆଜି ଏକାଠି ବୈଠକରେ ଯୋଗ ଦେଇଥିଲେ।

Advertisment

ଲଲନ ସିଂହଙ୍କ ଇସ୍ତଫା ସମ୍ପର୍କରେ କଥାବାର୍ତ୍ତା ଚାଲିଥିଲେ ହେଁ ଆଜିର ବୈଠକରେ ଉଭୟ ଏବିଷୟରେ କିଛି ବି କଥା ହୋଇ ନାହାନ୍ତି। ସେହିପରି ଆସନ୍ତାକାଲି କାର୍ଯ୍ୟକାରିଣୀରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି କୁଯାଉଛି। 

ଲଲନ ସିଂହ କହିଛନ୍ତି, “ଆମେ ଗୋଟିଏ ଧାରା ତିଆରି କରିବାକୁ ଚାହୁଁଛୁ। ଜେଡିୟୁ ସବୁବେଳେ ଗୋଟିଏ ଓ ସବୁବେଳେ ଏକାଠି ରହିବ। ଯଦି ମୋତେ ଇସ୍ତଫା ଦେବାର ଅଛି, ତା’ହେଲେ ମୁଁ ସମସ୍ତଙ୍କୁ ଡାକିବି। ଆପଣଙ୍କୁ ଡାକି ଇସ୍ତଫାପତ୍ରରେ କ’ଣ ଲେଖିବି, ସେକଥା ପଚାରିବି। ଏହାଦ୍ୱାରା ଆପଣମାନେ ବିଜେପି ଅଫିସକୁ ଯିବେ ଓ ଚିଠି କ’ଣ ଲେଖାଯିବ, ସେକଥା ପଚାରି ବୁଝିବେ।”

ଆଜିର ବୈଠକ ପରେ ଜେଡିୟୁ ମୁଖପାତ୍ର କେସି ତ୍ୟାଗୀଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଯେ କ’ଣ ନୀତୀଶ କୁମାର ଏନଡିଏକୁ ଫେରିବେ? ଏହାର ଜବାବରେ ସେ କହିଛନ୍ତି, “ଆମେ ଏନଡିଏରେ ସାମିଲ ହେବୁ ନାହିଁ।”

JDU Lalan Singh Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe